କୂଅ ଖୋଳୁ ଖୋଳୁ ହେଇଗଲେ କୋଟିପତି, ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି Special Report

କେତେବେଳ କାହା ଭାଗ୍ୟ ବଦଳି ଯାଏ ଏକଥା କେହି ମଧ୍ୟ କହିପାରିବେ ନାହିଁ । ଏମିତି କିଛି ଘଟିଛି ଶ୍ରୀଲଙ୍କାର କଲୋମ୍ବୋରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ । ଘରେ କୂଅ ଖନନ ବେଳେ ମଜୁରିଆଙ୍କୁ ଏପରି ଏକ ବହୁମୂଲ୍ୟ ନୀଲମ ମିଳିଛି, ଯାହାଦ୍ୱାରା ବ୍ୟକ୍ତି ଙ୍କର ଭାଗ୍ୟ ଏକଦମ ବଦଳି ଯାଇଛି । ୫୧୦ କିଲୋ ଓଜନର ଏହି ନୀଲମର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ପାଖାପାଖି ସାଢେ ସାତ ଆରବ ଟଙ୍କା ବୋଲି କୁହାଯାଉଛି ।

ଶ୍ରୀଲଙ୍କାର ରାଷ୍ଟ୍ରୀୟ ରତ୍ନ ଏବଂ ଆଭୁଷଣ ପ୍ରାଧିକରଣ NGGA ର କହିବା ଅନୁସାରେ ଏହି ୫୧୦ କିଲୋଗ୍ରାମ ପଥରକୁ ବିଦେଶୀଙ୍କ ଦ୍ଵାରା କିଣିବା ପାଇଁ ନିଲାମ ଲଗାଯାଉଛି । ଏହି ନୀଲମକୁ କଲୋମ୍ବୋର ଏକ ବ୍ଯାଙ୍କ ଟ୍ରେଜେରୀରେ ରଖାଯାଇଛି । ବହୁମୂଲ୍ୟ ପଥରର ବେପାର କରୁଥିବା ଜଣେ ବ୍ୟବସାୟୀ କହିଛନ୍ତି, ଏହି ନୀଲମ ପଥର ଘର ପାଖେ ଏକ କୂଅ ଖୋଳା ଯାଉଥିବା ସମୟରେ ଅଚାନକ ମିଳିଛି । ଏହି ପଥରତି ରତ୍ନାପୁର ସହରରେ ମିଳିଥିବା ନେଇ ସୂଚନା ମିଳିଛି । ଏହି ସହରକୁ ଶ୍ରୀଲଙ୍କାର ‘ଜେମ ସିଟି’ ବୋଲି କୁହାଯାଏ । ଏହି ସହରରୁ ପୂର୍ବରୁ ମଧ୍ୟ ଅନେକ ବହୁମୂଲ୍ୟ ପଥର ମିଳିଛି । ଖୋଳୁଥିବା ବେଳେ ମିଳିଥିବା ଏହି ପଥରକୁ ‘ସେରେନପିଟ ସଫେୟାର’ ନାମ ଦିଆଯାଇଛି ।

୨୫ ଲକ୍ଷ କ୍ୟାରେଟର ଏହି ପଥରର ମାଲିକ ଡକ୍ଟର. ଗମାମଙ୍ଗେ କହିଛନ୍ତି କି କୂଅ ଖୋଳୁଥିବା ମଜୁରିଆ ମାନେ ଦେଖିଥିଲେ କି ମାଟି ତଳେ ବହୁମୂଲ୍ୟ ପଥର ରହିଛି । ସୂଚନା ପାଇବା ମାତ୍ରେ ଗମାମଙ୍ଗେ ସେହି ସ୍ଥାନକୁ ଯାଇଥିଲେ ଓ ପଥରକୁ ଯତ୍ନପୂର୍ବକ ସେଠାରୁ କାଢି ଦିଆଯାଇ ଥିଲା । ସୁରକ୍ଷା ଦୃଷ୍ଟିରୁ ନିଜ ନାମ ଏବଂ ଠିକଣା ସଂପୂର୍ଣ୍ଣ ଜଣାଉ ନଥିବା ଏହି ପଥରର ମାଲିକ ଡକ୍ଟର ଗମାମଙ୍ଗେ ନିଜେ ଜଣେ ବହୁମୂଲ୍ୟ ପଥରର ବ୍ୟବସାୟୀ ଅଟନ୍ତି ।

ଘରର କୂଅରୁ ଏହି ପଥର ବାହାରିଥିବା କଥା ସେ ଆଥୋରିଟିଙ୍କୁ ସୂଚନା ଦେଇଥିଲେ । ତାଙ୍କ କହିବା ଅନୁସାରେ ଏହି ପଥରକୁ ସଫା କରି ମଇଳା କାଢିବା ପାଇଁ ପାଖାପାଖି ଏକ ବର୍ଷ ସମୟ ଲାଗିଯିବ । ତାପରେ ଏହାକୁ ପରୀକ୍ଷା କରିବା ପରେ ଯାଇ ଏହାର ପଞ୍ଜୀକରଣ ହୋଇପାରିବ । ପଥରକୁ ସଫା କରିବା ସମୟରେ ନୀଲମର କିଛି ଟୁକୁଡା ଅଲଗା ହୋଇ ତଳେ ପଡି ଯାଇଥିଲା ବୋଲି ସେ କହିଛନ୍ତି ।

ଯାହାର ପରୀକ୍ଷଣ ପରେ ଏହା ବେଶ ମୁଲ୍ଯବନ ପଥର ବୋଲି ଜଣା ପଡିଥିଲା । NGGI ର ପ୍ରତିନିଧି ମଧ୍ୟ କହିଛନ୍ତି କି ଏହା ଏକ ବିଶେଷ ନୀଲମ ଅଟେ । ଯାହା ବୋଧ ହୁଏ ଦୁନିଆରା ସବୁଠୁ ବଡ ନୀଲମ ଅଟେ । ଏହି ନୀଲମର ଲମ୍ବା ୧୦୦ ସେଣ୍ଟିମିଟର, ଚଉଡା ୭୨ ସେଣ୍ଟିମିଟର ଓ ୫୦ ସେଣ୍ଟିମିଟର ଉଚ୍ଚା ଅଟେ । ବିଶ୍ଵରେ ଶ୍ରୀଲଙ୍କା ଏପରି ଏକ ଦେଶ ଯେଉଁଠି ନୀଲମ ଏବଂ ଅନ୍ୟ ମୂଲ୍ଯବାନ ପଥର ବହୁମାତ୍ରାରେ ମିଳିଥାଏ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।