Ajira Anuchinta- ଘରେ ସୁଖ ଶାନ୍ତି ବୃଦ୍ଧି କରିବା ପାଇଁ କଣ କରିବେ ? ଜାଣନ୍ତୁ ଶାସ୍ତ୍ର ଲିଖିତ ଏହି ସହଜ ଉପାୟ

ଆମ ଜୀବନକୁ ସହଜ ଏବଂ ସୁଖମୟ କରିବା ପାଇଁ ଶାସ୍ତ୍ରରେ ଅନେକ ଉପଦେଶ ତଥା ଅନୁଚିନ୍ତାମାନ ଲିଖିତ ରହିଛି । ଯାହାର ପାଳନ କରିବା ଦ୍ଵାରା ଆମର ସୁଖ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ । ଘରେ ସୁଖଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିବା ପାଇଁ ହେଲେ ସକାଳୁ କିଛି ସମୟ ଭକ୍ତିଗୀତ କିମ୍ବା ଭଜନ ବଜାଇବା ଉଚିତ । ଘରେ ଝାଡୁକୁ କେବେ ଠିଆକରି ରଖନ୍ତୁ ନାହିଁ ଏବଂ ଝାଡୁରେ କେବେ ଗୋଡ ମାରନ୍ତୁ ନାହିଁ । ଏହାଦ୍ବାରା ଅଶାନ୍ତି ସୃଷ୍ଟି ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରେ କେବେବି ଅଇନା ରଖନ୍ତୁ ନାହିଁ । ଯଦି ରଖିବାକୁ ପଡୁଥାଏ ତେବେ କପଡା ଘୋଡାଇ ରଖିବା ଉଚିତ । ଘରର ଶୋଇବା ଖଟ ଉପରେ କେବେ ବସିକି ଖାଆନ୍ତୁ ନାହିଁ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିଥାଏ ଏବଂ ଦରିଦ୍ରତା ବୃଦ୍ଧି ହୁଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ଠାକୁର ପୂଜା ସକାଳ ୬ଟା ଠାରୁ ୮ଟା ମଧ୍ୟରେ କରନ୍ତୁ ଏବଂ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତରକୁ ମୁହଁ କରିବା ଉଚିତ ।

ଘରେ ଖାଇବା ପାଇଁ ତିଆରି କରୁଥିବା ପ୍ରଥମ ରୁଟି ସବୁବେଳେ ଗାଈକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ । ଘର ଭିତରେ ପୂଜା କରୁଥିବା ସ୍ଥାନରେ କିମ୍ବା ଠାକୁର ଘରେ ସବୁବେଳେ ପାଣି ଭର୍ତ୍ତି କରି କଳସଟିଏ ରଖିବା ଉଚିତ । ଘରେ ସବୁବେଳେ ସୁଖ ଶାନ୍ତିର ବାତାବରଣ ରହିବା ପାଇଁ ହେଲେ ମୁଖ୍ୟଦ୍ଵାରର ଡାହାଣ ପାଖରେ ସ୍ଵସ୍ତିକ ଚିହ୍ନ ଟିଏ ଆଂକିବା ଉଚିତ ।

ଘରେ ଯଦି ଔଷଧ ରଖିଥାନ୍ତି ତେବେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ । ଏହାଦ୍ବାରା ଔଷଧର ପ୍ରଭାବ ଭଲ ରହିଥାଏ । ଘରର ଦକ୍ଷିଣ ପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପି ରଙ୍ଗ କରିବା ଉଚିତ । ଏହାଦ୍ବାରା ବ୍ୟର୍ଥ ଖର୍ଚ୍ଚ କମ୍ ହୋଇଥାଏ । ଘରେ କେବେବି ବୁଢିଆଣୀ ବସା ହେବାକୁ ଦିଅନ୍ତୁ ନାହିଁ କିମ୍ବା ଧୁଳି ହେବାକୁ ଦିଅନ୍ତୁ ନାହିଁ, ଏହାଦ୍ବାରା ଘରେ ଶାନ୍ତି ବୃଦ୍ଧି ହୋଇଥାଏ ।

ଘରେ କେବେବି ସୁଖୀ ଯାଇଥିବା ଗଛ ରଖିବା ଉଚିତ ନୁହେଁ ଏବଂ ଲଗା ଯାଇଥିବା ଗଛରେ ସବୁଦିନ ପାଣି ଦେବା ଉଚିତ । ଘରେ କବାଟ ଖୋଲିଲା ବେଳେ କିମ୍ବା ବନ୍ଦ କଲାବେଳେ କର୍କଶ ଶବ୍ଦ ନହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ, କାରଣ ଏହାଦ୍ବାରା ଅଶାନ୍ତି ସୃଷ୍ଟି ହୋଇଥାଏ ।

ଘରେ କେବେବି ଦକ୍ଷିଣକୁ ଗୋଡ ରଖି ଶୋଇବା ଉଚିତ ନୁହେଁ । ଏହାଦ୍ବାରା ମନ ଅଶାନ୍ତି ହେବା ସହ ଖରାପ ସ୍ଵପ୍ନ ଆସିଥାଏ । ଶୋଇବା ବେଳେ ପଶ୍ଚିମ ଦିଗକୁ ଗୋଡ ରଖି ଶୋଇଲେ ଆଧ୍ୟାତ୍ମିତକା ବୃଦ୍ଧି ହୋଇଥାଏ ଏବଂ ମନରେ ଶାନ୍ତି ପ୍ରାପ୍ତ ହୋଇଥାଏ ।

ଘରେ ସୁଖଶାନ୍ତି ବୃଦ୍ଧି ପାଇଁ ଏବଂ ବସ୍ତୁ ଦୋଷ ଦୂର କରିବା ପାଇଁ ହେଲେ ତୁଳସୀ ଗଛ ଲଗାଇବା ଉଚିତ ଏବଂ ପ୍ରତ୍ଯେକ ଦିନ ପାଣି ଦେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।