ଅର୍ଶ, ମଳକଣ୍ଟକ, ଭଗନ୍ଦର ଆଦି ବିନା ଔଷଧ ଏବଂ ଅପରେସନରେ ମୂଳରୁ ହେବ ଶେଷ, କରନ୍ତୁ ଏହି ଘରୋଇ ଉପାୟ (Piles Treatment at Home)

ଆଜିକାଲି ଅନେକ ଲୋକ ଅର୍ଶ ଭଳି ସମସ୍ଯାକୁ ନେଇ ଅତ୍ୟନ୍ତ ଚିନ୍ତିତ ରହୁଛନ୍ତି । ଅର୍ଶ ହେବାର ମୁଖ୍ୟ କାରଣ ହୋଇଥାଏ କବଜ ବା କୋଷ୍ଠକାଠିନ୍ଯ । ପେଟସଫା ନହେଲେ ଅନେକ ଲୋକ ଚାପ ପ୍ରୟୋଗ କରି ମଳତ୍ଯାଗ କରିବାକୁ ଚେଷ୍ଟା କରନ୍ତି । ଯାହାଦ୍ୱାରା ମଳଦ୍ଵାରରେ ଥିବା ଶିର ଫୁଲିଯାଏ ଏବଂ ଖଣ୍ଡିଆ ହୋଇ ବାହାରକୁ ବାହାରିଯାଏ । ଯାହାକୁ ଆମେ ଅର୍ଶ ବୋଲି କହିଥାଉ । ତେବେ ଆଜି ଆମେ ଜାଣିବା ବିନା ଔଷଧରେ ଅର୍ଶ ଭଲ କରିବାର ଏକ ସହଜ ଘରୋଇ ଉପାୟ ।

ଅର୍ଶ ଦୁଇ ପ୍ରକାରର ଥାଏ ଅର୍ଥାତ ଗୋଟିଏ ଶୁଖିଲା ଅର୍ଶ ଏବଂ ଅନ୍ୟଟି ରକ୍ତାର୍ଶ ବା ସେହି ଅର୍ଶରୁ ରକ୍ତ ପଡିଥାଏ । ଦୁଇଟି ଯାକ ଅର୍ଶ ପାଇଁ ଆମେ ଆପଣଙ୍କୁ ଉପଚାର ବତେଇବୁ । ଯଦି ଆପଣଙ୍କ ଅର୍ଶରୁ ରକ୍ତ ପଡୁନି କେବଳ ମାଂସ ଖଣ୍ଡ ଭଳି ବାହାରିଛି ତେବେ ଆପଣ ଏହି ରିମେଡିକୁ ପ୍ରୟୋଗ କରନ୍ତୁ । ଆପଣ ୨୫୦ଗ୍ରାମ ପିଆଜ ନିଅନ୍ତୁ ଓ ଏହାକୁ ଭଲ ଭାବେ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାକୁ ଏବେ ନେଇ ଖରାରେ ଶୁଖାଇ ଦିଅନ୍ତୁ ।

କିଛି ସମୟ ଖରାରେ ସୁଖାଇବା ଦ୍ଵାରା ଏଥିରୁ ସବୁ ପାଣି ଅଂଶ ଶୁଖିଯିବ । ଏହାପରେ ଏହି ପିଆଜକୁ ନେଇ ଆସନ୍ତୁ ଏବନହ କଡେଇରେ ଏକ ଚାମୁଚ ଘିଅ ଗରମ କରି ସେଥିରେ ପିଆଜକୁ ପକାଇ ଭଲ ଭାବେ ଭାଜନ୍ତୁ । ଭଲ ଭାବେ ଭାଜି ହୋଇଯିବା ପରେ ଏହାକୁ ଥଣ୍ଡା କରି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ।

ଏହାପରେ ଏଥିରୁ ଏକ ଚାମୁଚ ଅନ୍ୟ ଏକ ଗିନାରେ କାଢନ୍ତୁ ଏବଂ ସେଥିରେ ଏକ ଚାମୁଚ ମିଶ୍ରି ଏବଂ ଏକ ଚାମୁଚ ଗାଈ ଘିଅ ମିଶାଇ ଭଲରେ ଦିଅନ୍ତୁ । ଏହାକୁ ଅପ୍ନା ଦିନକୁ ତିନିଥର ଏକ ଚାମୁଚ ଲେଖାଏଁ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଶୁଖିଲା ଅର୍ଶ ଏକଦମ ଭଲ ହୋଇଯିବ । ଦୁଇରୁ ତିନି ଦିନରେ ଆପଣଙ୍କୁ ଫରକ ନଜର ଆସିବ । ସେହିପରି ରକ୍ତାର୍ଶ ଭଲ କରିବା ପାଇଁ ଆପଣ ଏକ ଗ୍ଳାସ କ୍ଷୀରକୁ ଫୁଟାଇ ଥଣ୍ଡା କରି ନିଅନ୍ତୁ ଓ ଅନ୍ୟ ଏକ ଗିନାରେ ଗୋଟିଏ ଲେମ୍ବୁର ଅର୍ଶକୁ ସଂପୂର୍ଣ୍ଣ ବାହାର କରି ରଖନ୍ତୁ ।

ଏବେ ଆପଣ ଆଉ ଏକ ଗିନା ନେଇ ସେଥିରେ ଏକ ଢୋକ ମାତ୍ରାର କ୍ଷୀର ନିଅନ୍ତୁ ଓ ଅଧ ଚାମୁଚରୁ କମ୍ ଲେମ୍ବୁରସ ସେହି କ୍ଷୀରରେ ପକାଇ ଏହାକୁ ତୁରନ୍ତ ପିଇ ଦିଅନ୍ତୁ । କ୍ଷୀରରେ ଲେମ୍ବୁ ପଡିବା ମାତ୍ରେ କ୍ଷୀର ଛିଡିଯାଏ । ତେଣୁ କ୍ଷୀର ଛିଡିବା ଆଗରୁ ଆପଣଙ୍କୁ ତୁରନ୍ତ ଏହା ପିଇବାକୁ ହେବ ।

ଏହିପରି ଅଳ୍ପ ଅଳ୍ପ କରି ଗୋଟିଏ ଗ୍ଳାସ କ୍ଷୀର ଓ ଗୋଟିଏ ଲେମ୍ବୁରସକୁ ଆପଣଙ୍କୁ ପିଇବାକୁ ହେବ । ଏହାକୁ ସେବନ କରି ଦେଖନ୍ତୁ ପ୍ରଥମ ଦିନରୁ ହିଁ ଭଲ ରେଜଲ୍ଟ ଦେଖିବାକୁ ପାଇବେ । ଏହାସହ ଆପଣ ନିଜ ଖାଦ୍ଯପେୟ ଉପରେ ମଧ୍ୟ ରଖନ୍ତୁ । ଅଧିକ ହେଭି ଫୁଡ୍, ରାଗ ଓ ଖଟାଜାତୀୟ ଖାଦ୍ଯ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହାସହ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।