ଦେଢ ମାସ ଧରି ଲଢେଇ କରି ଘରେ ତ ସ୍ଥାନ ପାଇଗଲେ Tapaswini, କିନ୍ତୁ Sumit ଙ୍କ ମନରେ କଣ ସ୍ଥାନ ପାଇବେ ? ଦେଖନ୍ତୁ ଏହି Report

ସ୍ଵାମୀ ଡାକ୍ତର ସୁମିତ କୁମାର ସାହୁଙ୍କ ସହ ସଂସାର ଗଢିବାର ସ୍ଵପ୍ନ ନେଇ ଦୀର୍ଘ ଦୁଇ ମାସ ଧରି ସଂଘର୍ଷ କରି ଚାଲିଥିଲେ ତପସ୍ଵିନୀ । ଆଉ ଏବେ ଏହି ସଂଘର୍ଷର ଦ୍ଵିତୀୟ ପର୍ଯ୍ୟାୟ ପ୍ରୟାସର ପ୍ରଥମ ପାହାଚ ଚଢିଛନ୍ତି ବ୍ରହ୍ମପୁରର ବୋହୂ ତପସ୍ଵିନୀ । କାରଣ ତାଙ୍କୁ ଏବେ ଶ୍ଵଶୁର ଘରେ ରହିବାର ସୁଯୋଗ ମିଳିଛି । ତେବେ ଆଇନ କାନୁନର ଲଢେଇ ଭିତରେ ତପସ୍ଵିନୀଙ୍କୁ ଘରେ ରହିବାକୁ ସିନା ସ୍ଥାନ ମିଳିଗଲା ହେଲେ ସ୍ଵାମୀ ସୁମିତଙ୍କ ହୃଦୟରେ ସ୍ଥାନ ମିଳିବ କି ନାହିଁ ଏହାକୁ ନେଇ ଏବେ ବି ସନ୍ଦେହ ହେଉଛି ।

କାରଣ ବୋହୂ ତପସ୍ଵିନୀ ଘରେ ପାଦ ଦେଉ ଦେଉ ଶ୍ଵଶୁର ପ୍ରମୋଦ କୁମାର ସାହୁ ଘର ଛାଡି ଚାଲି ଯାଇଛନ୍ତି । ପୂର୍ବରୁ ପୁଅ ସୁମିତ ଯେଉଁ ପନ୍ଥା ଆପଣାଇ ଥିଲେ ଠିକ ସେହି ବାଟ ଆପଣାଇଛନ୍ତି ସୁମିତଙ୍କ ବାପା । ସ୍ଵାମୀ ମୁହଁ ମୋଡି ଦେଇଛନ୍ତି କହିଲେ ଭୁଲ ହେବ ନାହିଁ । କାରଣ ଜିଲ୍ଲା କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି ଶ୍ଵଶୁର ପ୍ରମୋଦ ସାହୁ ଏବଂ ସୁମିତଙ୍କ ଓକିଲ । ହୃଦୟ ଦିଆନିଆ ହୋଇ ଆରମ୍ଭ ହୋଇଥିଲା ପ୍ରେମ ।

ଆଉ ସେହି ପ୍ରେମକୁ ହାତଧରି ଆପଣେଇ ନେଇଥିଲେ ଉଭୟ ତପସ୍ଵିନୀ ଏବଂ ସୁମିତ । କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରି ସବୁଦିନ ପାଇଁ ପରସ୍ପରକୁ ନିଜର କରି ନେଇଥିଲେ ଏହି ଦମ୍ପତ୍ତି । କିନ୍ତୁ ସେମାନଙ୍କ ସୁଖର ସଂସାର ଠିକ ଭାବେ ଗଢି ଉଠିବା ଆଗରୁ ହିଁ ଭାଙ୍ଗି ପଡିଥିଲା । ମନ ମଧ୍ୟରେ ସୃଷ୍ଟି ହୋଇଥିଲା ଫାଟ । କିନ୍ତୁ ସ୍ତ୍ରୀର ଅଧିକାର ପାଇବା ପାଇଁ ତପସ୍ଵିନୀ ଆରମ୍ଭ କରିଥିଲେ ଲଢେଇ । ଆଉ ଫଳସ୍ଵରୂପ କୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସପ୍ତାହକ ପାଇଁ ଉଭୟେ ଏକାଠି ମଧ୍ୟ ରହିଥିଲେ ।

ତଥାପି ତପସ୍ଵିନୀଙ୍କୁ ଗ୍ରହଣ କରିପାରି ନଥିଲେ ସୁମିତ । ହଠାତ କୁଆଡେ ଫେରାର ହୋଇ ଯାଇଥିଲେ । କାଉ ସେବେଠାରୁ ତାଙ୍କର ଦେଖା ଦର୍ଶନ ମିଳୁନାହିଁ । ଆଉ ଏପଟେ ଗତ ୪ ତାରିଖ ଦିନ ଜିଲ୍ଲା କୋର୍ଟ ରାୟ ଶୁଣାଇଥିଲେ କି ତପସ୍ଵିନୀ ସୁମିତଙ୍କ ଘରେ ରହିବେ । ଆଉ କୋର୍ଟଙ୍କ ଆଦେଶକୁ ସମ୍ମାନ ଦେଇ ସୁମିତଙ୍କ ବାପା ବୋହୂର ରହିବା ବ୍ୟବସ୍ଥା ମଧ୍ୟ କରିଥିଲେ । କିନ୍ତୁ ପରେ କହିଥିଲେ କି କୋର୍ଟଙ୍କ ରାୟକୁ ନେଇ ତାଙ୍କ ମନରେ କିଛି ଦ୍ଵନ୍ଦ ଥିଲା । କିନ୍ତୁ ତାଙ୍କ ଅନିଚ୍ଛା ସତ୍ତ୍ୱେ ପ୍ରଶାସନିକ ଅଧିକାରୀ ତପସ୍ଵିନୀଙ୍କୁ ଘରେ ପ୍ରବେଶ କରାଇଲେ ।

ଆଉ ଭୟଭୀତ ହୋଇ ସେ ସେହି ଘର ଛାଡି ପଳାଇଛନ୍ତି । ତାଙ୍କ ଓକିଲ କହିଛନ୍ତି କି ସେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହିଛନ୍ତି ବୋଲି । ଦୀର୍ଘ ଦେଢ ମାସ ଧରି ଏତେ ସବୁ ବାଦବିବାଦ ମଧ୍ୟରେ ତପସ୍ଵିନୀ ଘରେ ସିନା ସ୍ଥାନ ପାଇଲେ ହେଲେ ସୁମିତ ଏବଂ ତାଙ୍କ ପରିବାର ଲୋକଙ୍କ ମନରେ ସ୍ଥାନ ପାଇବା ଏକ ପ୍ରକାର ଅସମ୍ଭବ ମନେ ହେଉଛି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।