ସୋସିଆଲ ମିଡିଆରେ କିଛି ଏମିତି ଲେଖି ପୁଣି ଥରେ ଚର୍ଚ୍ଚାରେ Varsha Priyadarshini, ଦେଖନ୍ତୁ କଣ ଓ କାହିଁକି ଏମିତି ଲେଖିଲେ Varsha

ଚର୍ଚ୍ଚିତ ଓଲିଉଡ ଦମ୍ପତ୍ତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମଧ୍ୟରେ ଦୁଇ ତାରକାଙ୍କ ସୋସିଆଲ ମିଡିଆ ପୋସ୍ତ ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ଥାଏ । କାରଣ ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ହେଉ ଉଭୟ ବର୍ଷା ଏବଂ ଅନୁଭବ ବେଳେବେଳେ ଏମିତି କିଛି ପୋସ୍ତ କରି ଦିଅନ୍ତି ଯାହା ଗୋଟିଏ ଗୁଳିରେ ଦୁଇଟି ଶିକାର ଭଳି ମନେ ହୁଏ । ଆଉ ଏହି କ୍ରମରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ସାମ୍ନାକୁ ଆସିଛି ।

ଯେଉଁଥିରେ ବର୍ଷା ଲେଖିଛନ୍ତି, “Moon is alone too, but still it shines in the darkness… Believe you can & you will .” ଅର୍ଥାତ ଚାନ୍ଦ ବି ଏକୁଟିଆ, କିନ୍ତୁ ସେ ବି ଅନ୍ଧାରରେ ଝଲସି ଉଠେ… ଯଦି ଆପଣ କୌଣସି ଜିନିଷ କରିପାରିବେ ବୋଲି ବିଶ୍ବାସ କରୁଛନ୍ତି ତା’ହେଲେ ଆପଣ ନିଶ୍ଚୟ କରିପାରିବେ ।” ତେବେ ବଡ କଥା ହେଉଛି ଯେ ବର୍ଷାଙ୍କୁ ଏମିତି କଣ ଆବଶ୍ୟକତା ପଡିଲା ଯେ ସେ ଏମିତି ଲେଖିଲେ ? ନିଜକୁ କଣ ସତରେ ଏକୁଟିଆ ଭାବୁଛନ୍ତି ବର୍ଷା ପ୍ରିୟଦର୍ଶିନୀ ?

ନିକଟରେ ବର୍ଷା ତାଙ୍କ ସ୍ପାଉସ କାର୍ଡର ଦୁରୂପଯୋଗ କରୁଛନ୍ତି ବୋଲି ସ୍ଵାମୀ ତଥା ସାଂସଦ ଅନୁଭବ ମହାନ୍ତି ଅଭିଯୋଗ ଆଣିଥିଲେ । ଏମିତି କି ବର୍ଷା କଣ ଫର୍ଜରୀ କରିଛନ୍ତି ସେନେଇଏ ନିଜେ ଆସି କ୍ୟାମେରା ଖୁଲାସା କରନ୍ତୁ ବୋଲି ଅନୁଭବ ଆହ୍ଵାନ ଦେଇଥିଲେ । ଆଉ ଏହାପରେ ସମସ୍ଯା ଠାରୁ ଶକ୍ତିଶାଳୀ ହେବାକୁ ସୋସିଆଲ ମିଡିଆରେ ଲେଖି ପୋଷ୍ଟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ।

ଗତ ଦେଢ ବର୍ଷ ହେବ ବର୍ଷା ଓ ଅନୁଭବଙ୍କ ମାମଲା ତୁଟୁନି । ସେମାନଙ୍କ ପାରିବାରିକ ମାମଲା ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ବିଗିଡିପାରେ ଲାଗିଛି । କେତେବେଳେ ବର୍ଷା ତ କେତେବେଳେ ଅନୁଭବ ଦୁହେଁ ସେମାନଙ୍କ ପାରିବାରିକ ବିବାଦକୁ ନେଇ କିଛି ନା କିଛି ନୂଆ ଟ୍ଵିଷ୍ଟ ନେଇ ଆସୁଛନ୍ତି । କିନ୍ତୁ ପୁଣି ଥରେ ଆଉ ଏକ ତାଜା ପୋଷ୍ଟର ଉଦ୍ଦେଶ୍ୟ କଣ ତାହା କେବଳ ବର୍ଷା ହିଁ କହିପାରିବେ ।

ତେବେ ଆଗକୁ ଏହି ଚର୍ଚ୍ଚିତ ଦମ୍ପତ୍ତିଙ୍କ ପାରିବାରିକ ମାମଲା କେଉଁ ମୋଡ ନେଉଛି ତାହା କେବଳ ସମୟ କହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।