ଭାଇରସ କଣ କେବଳ ରାତିରେ ବୁଲୁଛି ଆଉ ଦିନରେ ବୁଲୁନି ? ଦେଖନ୍ତୁ କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧିକୁ ନେଇ କଣ ରାୟ ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ Dr Narayan Mishra

ବର୍ତ୍ତମାନ ସାରା ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବଢିବାରେ ଲାଗିଛି । ଆଉ ଏଥିପାଇଁ ସରକାର ମଧ୍ୟ ଧୀରେ ଧୀରେ କଟକଣା ବୃଦ୍ଧି କରୁଛନ୍ତି । ତେବେ କରୋନାର ପ୍ରଥମ ଲହର ଓ ଦ୍ଵିତୀୟ ଲହର ଡେଲଟା ତୁଳନାରେ ଏହି ସଂକ୍ରମଣ ଦୂରତଗତିରେ ବଢୁଛି । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହି ସାରିଛି କି, କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ କରୋନାର ପୂର୍ବ ଭ୍ୟାରିଆଣ୍ଟ ଗୁଡିକ ଠାରୁ ଖୁବ ଦ୍ରୁତ ଭାବେ ସଂକ୍ରାମକ ଅଟେ ।

ତେବେ ସେହି ଅନୁସାରେ ଆମ ଦେଶରେ ଜିନୋମ ସିକ୍ଵେନ୍ସି॰ ହୋଇପାରୁ ନାହିଁ । କିନ୍ତୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହା ଓମିକ୍ରନ ବୋଲି କୌଣସି ସନ୍ଦେହ ନାହିଁ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନାରାୟଣ ମିଶ୍ରଙ୍କ କହିବା ଅନୁସାରେ ଯଦିଓ ଓମିକ୍ରନ ଡେଲଟା ଅପେକ୍ଷା ସେତେ ମାରାତ୍ମକ ନୁହେଁ ତଥାପି ଏହା ଦ୍ରୁତ ସଂକ୍ରାମକ ହୋଇଥିବାରୁ ନିହାତି ଭାବେ ଆମ ରାଜ୍ୟ ପାଇଁ ଏହା ଏକ ଚିନ୍ତାର ବିଷୟ ।

କାରଣ ଓମିକ୍ରନ ଦ୍ରୁତଗତିରେ ସଂକ୍ରମଣ କରାଉଥିବା ଭ୍ୟାରିଆଣ୍ଟ ଏବଂ ଓଡିଶାର ଲୋକସଂଖ୍ୟା ଖୁବ ଅଧିକ । ଯଦି ବୟସ୍କ ଲୋକ ଓ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକ ଅଧିକ ମାତ୍ରାରେ ଆକ୍ରାନ୍ତ ହୁଅନ୍ତି ଏବଂ ଓଡିଶାର ଜନସଂଖ୍ୟାର ୧% ଲୋକ ବି ଯଦି ଆକ୍ରାନ୍ତ ହୁଅନ୍ତି ତେବେ ଏହା ଓଡିଶା ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । କାରଣ ସଂକ୍ରମଣ ବଢିଲେ କାଜୁଆଲିଟି ବଢିବ ଏବଂ ସେହି ଅନୁସାରେ ହସ୍ପିଟାଲରେ ବେଡ ମଧ୍ୟ ଆବଶ୍ୟକ ହେବ ।

କିନ୍ତୁ ଆମ ରାଜ୍ୟରେ ଏତେ ସଂଖ୍ୟକ ଲୋକଙ୍କ ପାଇଁ ହସ୍ପିଟାଲ ସୁବିଧା ଉପଲବ୍ଧ ନାହିଁ । ଯାହାଫଳରେ ଚିକିତ୍ସା ଅବହେଳା ଯୋଗୁଁ ଅନେକଙ୍କ ଜୀବନ ବିପଦରେ ପଡିପାରେ । ତେବେ ଗତ ଦୁଇ ବର୍ଷ ଧରି ଜୀବନ ଜୀବିକା ଅତ୍ୟନ୍ତ ପ୍ରଭାବିତ ରହିଥିବାରୁ ଲକଡାଉନ ଏବଂ ସଟଡାଉନ ନକଲେ ମଧ୍ୟ ସରକାର ନାଇଟ କର୍ଫ୍ଯୁ ବ୍ଯତୀତ କଟକଣା ଆହୁରି କଡା କରିବା ଉଚିତ । କାରଣ କରୋନା ତ କେବଳ ରାତିରେ ବାହାରୁ ନାହିଁ ।

ତେଣୁ ଡାକ୍ତର ମିଶ୍ର କହିଛନ୍ତି କି ଏବେ ଠାରୁ ଯଦି ଅନେକ ମାତ୍ରାରେ କଟକଣା କଡା କରିବେ ଏବଂ ପ୍ରତ୍ଯେକ ବ୍ୟକ୍ତି ନିଜେ ସଜାଗ ରହିବେ ତେବେ ଆଗାମୀ ବିପଦକୁ ସହଜରେ ଏଡାଇ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।