Vastu Tips:- ଲୁଣ ଆପଣଙ୍କୁ କରିଦେବ ଧନୀ କିନ୍ତୁ କରିବାକୁ ହେବ ବାସ୍ ଏହି ଗୋଟିଏ ଉପାୟ !

ଲୁଣ ଆମ ଭୋଜନର ଏକ ଅଭିନ୍ନ ଅଙ୍ଗ, ଯାହା ଆମ ଖାଦ୍ଯର ସ୍ଵାଦକୁ ବଢାଇ ଥାଏ । କିନ୍ତୁ ବାସ୍ତୁଶାସ୍ତ୍ରରେ ମଧ୍ୟ ଲୁଣର ପ୍ରୟୋଗ ବିଷୟରେ ଉଲ୍ଲେଖ ରହିଛି । ଆପଣ ଘରୁ ବିଭିନ୍ନ ପ୍ରକାରର ବାସ୍ତୁଦୋଷ ଦୂର କରିବା ପାଇଁ ଲୁଣର ପ୍ରୟୋଗ କରିପାରିବେ । ଲୁଣରେ କିଛି ଉପାୟ ଏଭଳି ରହିଛି ଯାହା କରିବା ଦ୍ଵାରା ଘରେ କେବେ ମଧ୍ୟ ଅର୍ଥର ଅଭାବ ଦେଖାଦେବ ନାହିଁ ଓ ଏହାସହ ଘରୁ ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଯିବ ।

ଘରପୋଛା ଲଗାଇବା ସମୟରେ ପାଣିରେ ଏକ ଚାମୁଚ ବା ଏକ ମୁଠା ମୁଣ୍ଡା ବା ଗୋଟା ଲୁଣ ପକାଇ ଘରପୋଛା ଲଗାନ୍ତୁ । ସପ୍ତାହରେ ଥରେ କିମ୍ବା ଦୁଇଥର ଏହିପରି କରିବା ଦ୍ଵାରା ଘରର ସମସ୍ତ ବାସ୍ତୁଦୋଷ, ନଜର ଦୋଷ ଏବଂ ନକରାତ୍ମକତା ଦୂର ହୋଇଯିବ । ଘରେ ଶାନ୍ତି ବଜାୟ ରହିବା ସହ ଘର ସବୁବେଳେ ଧନ ଐଶ୍ଵର୍ଯ୍ୟରେ ପରିପୂର୍ଣ୍ଣ ରହିବ । ଯଦି ଘରେ ରୋଜଗାର ଥିଲେ ମଧ୍ୟ ଉନ୍ନତି ହେଉ ନାହିଁ, ନଜର ଦୋଷ ରହୁଥିଲେ ଏବଂ ସଦା ସର୍ବଦା ରୋଗ ଲାଗି ରହୁଥିଲେ ଘରର ଏକ କୋଣରେ ଏକ ଲାଲ କପଡାରେ କିଛି ଲୁଣ ବାନ୍ଧି ରଖି ଦିଅନ୍ତୁ ।

କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଏହିପରି ଏକ ପୁଟୁଳି ବାନ୍ଧି ରଖି ଦିଅନ୍ତୁ । ଏକ ମାସ ପରେ ପୁଣି ସେହି କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପୁରୁଣା ଲୁଣ ପୁଟୁଳିକୁ ପାଣିରେ ବିସର୍ଜନ କରି ଏକ ନୂଆ ପୁଟୁଳି ବାନ୍ଧି ଘରକୋଣରେ ରଖି ଦିଅନ୍ତୁ । ଏହିପରି କ୍ରମାଗତ ଭାବେ କରିବା ଦ୍ଵାରା ଆପଣଙ୍କ ଘରର ନଜର ଦୋଷ ଏବଂ ସମସ୍ତ ସମସ୍ଯା ଦୂରର ହୋଇଯିବ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ।

ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ପାଇଁ ଆଉ ଏକ ଉପାୟ ମଧ୍ୟ କରିପାରିବେ । ଏକ କାଚ ବା ପ୍ଲାଷ୍ଟିକ ଡବାରେ କିଛି ଲୁଣ ରଖି ସେଥିରେ କିଛି ଲବଙ୍ଗ ମଧ୍ୟ ରଖି ଦିଅନ୍ତୁ । ଯେମିତି ବାହାରକୁ ଲୁଣ ଦେଖା ଯାଉଥିବ । ସେହି ଡବାକୁ ନିଜର ଆଲମାରୀ, ପଇସା ରଖୁଥିବା ଡ୍ରୟର କିମ୍ବା ଯେକୌଣସି ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଚାଉଳ ରଖୁଥିବା ଡବା ଭିତରେ ବି ଆପଣ ଏହାକୁ ରଖିପାରିବେ । ଏପରି କରିବା ସ୍ଵର ଘରର ଆର୍ଥିକ ଅବସ୍ଥାରେ ସୁଧାର ଆସିଥାଏ ।

ଯଦି ଆପଣ କୌଣସି ନୂଆ ବ୍ୟବସାୟ କରିବାକୁ ଯାଉଛନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ । ଏହାସହ ଘରୁ କେବେ ମଧ୍ୟ ଲୁଣ ଶେଷ ହେବାକୁ ଦିଅନ୍ତୁ ନାହିଁ । ଲୁଣ ଶେଷ ହେବା ପୂର୍ବରୁ ହିଁ ନୂଆ ପ୍ଯାକେଟ ଆଣି ରଖି ଦିଅନ୍ତୁ । କେବେ ମଧ୍ୟ ଅଯଥାରେ ଲୁଣ ନିଅନ୍ତୁ ନାହିଁ କି ନଷ୍ଟ କରନ୍ତୁ ନାହିଁ । ଯେତିକି ଲୁଣ ଦରକାର ଆପଣ ସେତିକି ଲୁଣ ହିଁ ବ୍ୟବହାର କରନ୍ତୁ ଓ ଏହାକୁ ଏଣେତେଣେ ପକାନ୍ତୁ ନାହିଁ ।

 

ଯଦି ଖାଇବା ଥାଳିରେ ଲୁଣ ବଳି ଯାଉଛି ତେବେ ସେଥିରେ ପାଣି ପକାଇ ଦିଅନ୍ତୁ । କାରଣ ଲୁଣ ନଷ୍ଟ କଲେ ବା ଏଣେତେଣେ ପକାଇଲେ ଘରେ ଋଣ ବଢିଥାଏ ଓ ଆର୍ଥିକ ଅନଟନ ଦେଖା ଦେଇଥାଏ । ଲୁଣ ନଷ୍ଟ କରିବା ଦ୍ଵାରା ମା ଲକ୍ଷ୍ମୀ ମଧ୍ୟ ଘର ଛାଡି ଚାଲିଯାନ୍ତି । ତେଣୁ ଲୁଣ ବ୍ୟବହାର କରିବା ବେଳେ ଏହିସବୁ ଧ୍ୟାନ ଦେବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।