ବହୁତ ଶୁଭ ହୋଇଥାଏ ଘରେ କ୍ରିଷ୍ଟାଲ କଇଁଛ ରଖିବା, ୨୪ ଘଣ୍ଟା ମଧ୍ୟରେ ଭିକାରିରୁ ହୋଇଯିବେ ରାଜା, ଜାଣନ୍ତୁ କେମିତି

ସମସ୍ତେ ଧନୀ ହେବାକୁ ଓ ଟଙ୍କା ଆୟ କରିବାକୁ ଚାହାନ୍ତି । ସମାଜରେ ଧନୀ ଓ ସଫଳ ବ୍ୟକ୍ତି ହେବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ କିଛି ଥର ବହୁତ ପରିଶ୍ରମ କରିବା ସତ୍ତ୍ୱେ ବି ଲୋକମାନଙ୍କୁ ସଫଳତା ମିଳେ ନାହିଁ । ସେମାନଙ୍କୁ ସବୁବେଳେ ଅସଫଳତା ହିଁ ହାତରେ କାଗିଥାଏ ।

ଫେଂଗଶୁଈରେ ଅଛି କଇଁଛର ବିଶେଷ ସ୍ଥାନ

ବର୍ତ୍ତମାନ ଫେଂଗଶୁଈ ଉପରେ ଲୋକମାନେ ବହୁତ ବିଶ୍ଵାସ କରୁଛନ୍ତି । ଏହାର କାରଣ ହେଲା ଏଥିରେ କୁହାଯାଉଥିବା ସହଜ ଟିପ୍ସ । ଫେଂଗଶୁଈ ଓ ବାସ୍ତୁଶାସ୍ତ୍ରରେ କଇଁଛର ବିଶେଷ ମହତ୍ଵ ଅଛି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ କଇଁଛର ଏକ ଏମିତି ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ସଫଳତା ଆପଣଙ୍କ ପାଦ ଛୁଇଁବ ।

ଶୁଭ ଓ ସମୃଦ୍ଧିର ପ୍ରତୀକ ଅଟେ କଇଁଛ

କହିବାକୁ ଗଲେ ଫେଂଗଶୁଈରେ କ୍ରିଷ୍ଟାଲ କଇଁଛକୁ ଏକ ବିଶେଷ ସ୍ଥାନ ପ୍ରାପ୍ତ ଅଛି । କୁହାଯାଏ କି କ୍ରିଷ୍ଟାଲ କଇଁଛ ଘରେ ରଖିବା ଦ୍ଵାରା ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ସକାରାତ୍ମକ ଊର୍ଜାର ବି ସଂଚାଳନ ହୋଇଥାଏ ଓ ବ୍ୟକ୍ତିର ସମସ୍ତ ସମସ୍ୟାର ବି ଅନ୍ତ ଘଟିଥାଏ । କ୍ରିଷ୍ଟାଲ କଇଁଛର ସଠିକ ବ୍ୟବହାର ବ୍ୟକ୍ତିର ଜୀବନରେ ଆସୁଥିବା ସମସ୍ତ ବାଧାକୁ ଶେଷ କରିଦିଏ । କଇଁଛକୁ ସନାତନ ଧର୍ମ ଛଡା ଚାଇନାର ଫେମସ ଫେଂଗଶୁଈ ବାସ୍ତୁରେ ବି ଏହା ଶୁଭ ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଛି ।

ଘରେ ରହିଥାଏ ପଜିଟିବ ଏନର୍ଜି

କୁହନ୍ତି କି ସମସ୍ତ ବ୍ୟକ୍ତିଙ୍କୁ ନିଜ ଘରେ କଇଁଛ କିମ୍ବା କଇଁଛର ପ୍ରତୀକ ରଖିବା ଉଚିତ । ଏହାକୁ ଘରେ ରଖିବା ଦ୍ଵାରା ଘରର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଓ ଘରେ ପଜିଟିବ ଏନର୍ଜି ରହିଥାଏ । ଏହା ଛଡା ଏହା ଘରର ଲୋକମାନଙ୍କ ଉପରେ ଭଲ ପ୍ରଭାବ ବି ପକାଇ ଥାଏ ।  ଫେଂଗଶୁଈ ଓ ବାସ୍ତୁଶାସ୍ତ୍ରରେ କଇଁଛକୁ ବହୁତ ପ୍ରଭାବଶାଳି ଯନ୍ତ୍ର କୁହାଯାଇଛି ।

ଧନ – ସମ୍ବନ୍ଧିତ ସମସ୍ୟାରୁ ବି ମିଳିଥାଏ ମୁକ୍ତି

ଧନ ସମ୍ବନ୍ଧିତ ସମସ୍ୟା ହେଲେ କ୍ରିଷ୍ଟାଲ କଇଁଛ ଘରେ ରଖିବା ଦ୍ଵାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହାକୁ ଆପଣ ନିଜର ଘର, କାର୍ଯ୍ୟସ୍ଥଳ କିମ୍ବା ତିଜୋରୀରେ ରଖନ୍ତୁ । ଏହାକୁ ସ୍ଥାପନ କରିବା ପାଇଁ ଗୁରୁବାର ଦିନ ସବୁଠୁ ଉତ୍ତମ ଅଟେ । କାରଣ କଇଁଛ ଭଗବାନ ବିଷ୍ଣୁଙ୍କର ବାହନ ଅଟେ । ଏହାକୁ ଆପଣ ଘରର କମ୍ବା ଅଫିସର ଉତ୍ତର ଦିଗରେ ରଖନ୍ତୁ । ଏହାକୁ ଏକ ପାତ୍ରରେ ପାଣି ରଖି ରଖନ୍ତୁ । କିଛି ଦିନ ମଧ୍ୟରେ ଆପଣ ଏହାର ପ୍ରଭାବ ଦେଖି ପାରିବେ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।