ୟୁପି ର ମହାରାଜଗଞ୍ଜରେ ରହୁଥିବା ରିଙ୍କୁକୁ ପ୍ରେମ ହେଇଗଲା ଜର୍ମାନୀର ଏହି ଝିଅ ସହିତ, ବଡ ଧୂମ ଧାମରେ ହେଲା ଦୁହିଙ୍କ ବିବାହ, ଦେଖନ୍ତୁ କେମିତି ଆରମ୍ଭ ହେଇଥିଲା ସେମାନଙ୍କ ପ୍ରେମ

ପ୍ରେମ ଏକ ଭିନ୍ନ ପ୍ରକାରର ଅନୁଭବ ଅଟେ । ପ୍ରେମରେ ଯେଉଁଠି ବ୍ୟକ୍ତି ଗୋଟିଏ ମଣିଷକୁ ନିଜର ସବୁକିଛି ମାନିବାକୁ ଲାଗିଥାଏ । ଏହି ପ୍ରେମରେ ଲୋକମାନେ ଜାତି – ଧର୍ମ, ଦେଶ – ବିଦେଶ କିଛି ବି ଦେଖନ୍ତି ନାହିଁ । କେବଳ ନିଜର ପ୍ରେମକୁ ପାଇବା ପାଇଁ ଇଚ୍ଛା ରଖନ୍ତି । ଏହିଭଳି କିଛି ୟୁପି ର ଜଣେ ଯୁବକ ଜର୍ମାନୀର ଏକ ଯୁବତୀକୁ ପଟାଇ ଦେଇଛି ଓ ସେ ନିଜର ମାତା ପିତା ସହ ବିବାହ କରିବା ପାଇଁ ଏଠାକୁ ଚାଲି ଆସିଛି । ବାହାଘର ବହୁତ ଅଦ୍ଭୁତ ଥିଲା । ଚାଲନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା ।

ୟୁପି ର ମହାରାଜଗଞ୍ଜରେ ରହୁଥିବା ରିଙ୍କୁ ପଟାଇ ନେଇଛି ଏକ ଜର୍ମାନୀ ଗୋରିକୁ

କୁହାଯାଏ କି ପ୍ରେମ ଅନ୍ଧ ହୋଇଥାଏ । ଏମିତି ହିଁ କିଛି ହୋଇଛି ୟୁପିରେ । ଜର୍ମାନୀରେ ରହୁଥିବା ‘ସ୍ୱୀଟୀ’କୁ ସେଠି ପଢୁଥିବା ରିଙ୍କୁ ସହ ପ୍ରେମ ହୋଇଗଲା । ବହୁତ ଚେଷ୍ଟା ଓ ଅପେକ୍ଷା ପରେ ଶେଷରେ ରିଙ୍କୁ ସ୍ୱୀଟୀ ସହ ବିବାହ କରିଛି । ବର୍ତ୍ତମାନ ବର ଓ କନ୍ୟା ପୁଣି ଜର୍ମାନୀ ଫେରିଯିବେ । ମହାରାଜଗଞ୍ଜ ଫରେଂଦା କ୍ଷେତ୍ରରେ ସିଧୱାରୀ ଗ୍ରାମରେ ରହୁଥିବା ଗଣେଶ ଚୌଧୁରୀ ଇଣ୍ଡିଆନ ଆର୍ମୀରେ କାର୍ଯ୍ୟରତ ଥିଲେ ।

ଦଶମ ପଢୁଥିବା ତାଙ୍କର ପୁଅ ରିଙ୍କୁ ଚୌଧୁରୀକୁ ସ୍କଲରଶିପ ମିଳିଲା ଓ ସେ ପଢିବା ପାଇଁ ଜର୍ମାନୀ ଚାଲିଗଲା । ସେଠି ପଢୁଥିବା ସମୟରେ ରିଙ୍କୁକୁ ସ୍ୱୀଟୀ ସହ ପ୍ରେମ ହୋଇଗଲା । ଏହା ପରେ ଦୁଇ ଜଣଙ୍କୁ ଗୋଟିଏ କମ୍ପାନୀରେ ଚାକିରି ବି ମିଳିଗଲା ଓ ଶେଷରେ ଦୁଇଜଣ ବିବାହ କରିବା ପାଇଁ ନିଷ୍ପତି ନେଲେ ।

କିନ୍ତୁ ପ୍ରଥମେ ଦୁଇ ଜଣଙ୍କର ପରିବାର ଲୋକମାନେ ଏହି ବାହାଘର ବିରୁଦ୍ଧରେ ଥିଲେ କିନ୍ତୁ ବହୁତ ଚେଷ୍ଟା ପରେ ଦୁଇ ଜଣ ନିଜର ପରିବାରକୁ ମନାଇ ନେଲେ । ଏହା ମଧ୍ୟରେ ରିଙ୍କୁ ସ୍ୱୀଟୀଙ୍କୁ ନିଜ ଦେଶର ପରମ୍ପରା ଓ ସଂସ୍କୃତି ବିଷୟରେ ଅବଗତ କରାଇଲେ ଓ ସ୍ୱୀଟୀକୁ ଭାରତୀୟ ସଂସ୍କୃତି ବହୁତ ପସନ୍ଦ ଆସିଲା । ଏହା ପରେ ସ୍ୱୀଟୀ ରିଙ୍କୁ ସହ ଭାରତୀୟ ସଂସ୍କୃତି ହିସାବରେ ବିବାହ କରିବା ପାଇଁ ନିଷ୍ପତି ନେଲେ ।

ପୈତୃକ ଗ୍ରାମରେ ହିନ୍ଦୁ ପରମ୍ପରା ଅନୁସାରେ କରିଲେ ବିବାହ

ସ୍ୱୀଟୀ ନିଜର ବଡ ଭଉଣୀ ସହ ସିଧୱାରୀ ଗ୍ରାମରେ ପହଞ୍ଚିଗଲେ । ବିଦେଶ ମନ୍ତ୍ରାଳୟରୁ ସମସ୍ତ ମଞ୍ଜୁରୀ ମିଳିବା ପରେ ହିଁ ଦୁଇ ଜଣ ବିବାହ କରିଲେ । ୧୭ ମେ ରେ ଦୁଇ ଜଣଙ୍କର ବିବାହ ହିନ୍ଦୁ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଛି । ଲାଲ ବସ୍ତ୍ରରେ ରିଙ୍କୁ ଚୌଧୁରୀଙ୍କୁ ବିବାହ କରିଥିବା ସ୍ୱୀଟୀକୁ ଦେଖି ଗ୍ରାମବାସୀମାନେ ବହୁତ ଖୁସି ହେଲେ । ସେମାନଙ୍କ ଅନୁସାରେ ଏହା ପ୍ରଥମ ଥର ଅଟେ କି କୌଣସି ବିଦେଶୀ ବୋହୁ ତାଙ୍କ ଗ୍ରାମକୁ ଆସିଛି ।

ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ । ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।