ଘରେ ଅଧିକ ଅସରପା ହେଉଥିଲେ ଅଟା ସହ କରନ୍ତୁ ଏହି ସହଜ ଉପାୟ, 5 ବର୍ଷ ଯାଏଁ ଘର ମାଡିବେନି ଅସରପା

ଘରେ ଅସରପା ରହିବା ଗୋଟିଏ ସାଧାରଣ କଥା । ସମସ୍ତେ ଏମାନଙ୍କୁ ଘରୁ କାଢିବାକୁ ଚାହିଁଥାନ୍ତି । କାରଣ ଅସରପା ଅନେକ ରୋଗର କାରଣ ହୋଇଥାନ୍ତି । ତେଣୁ ଯଥାସମ୍ଭବ ଏମାନଙ୍କୁ ଘରୁ ଦୂରରେ ରଖିବା ଉଚିତ । ଆଜି ଆମେ ଆପଣଙ୍କୁ ଏପରି ଏକ ଉପଚାର କହିବୁ ଯାହାକୁ ଆପଣ ଯଦି ବନେଇ ଘରେ ଲଗେଇ ଦେବେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଘରେ ଗୋଟିଏ ଅସରପା ଦେଖା ଯିବନାହିଁ । ତେବେ ଆସନ୍ତୁ ଜାଣିବା କେମିତି ତିଆରି କରିବେ ଏହି ଘରୋଇ ଉପଚାର ।

ଘରୁ ଅସରପା ତଡିବା ପାଇଁ ଏହି ଚମତ୍କାରୀ ଘରୋଇ ଉପଚାର କରିବା ପାଇଁ ଆପଣଙ୍କୁ ଯାହା ଆବଶ୍ୟକ ହେବ ତାହା ଆପଣଙ୍କ ଘରୁ ସହଜରେ ମିଳିଯିବ । ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ପ୍ରଥମ ସାମଗ୍ରୀ ଯାହା ଆବଶ୍ୟକ ହେବ ତାହା ହେଉଛି ଚାରି ଚାମୁଚ ଗହମ ଅଟା । ଆପଣ ଏହା ବଦଳରେ ମଇଦା କିମ୍ବା ଆରାରୁଟ ପାଉଡର ମଧ୍ୟ ନେଇ ପାରିବେ । ଏହାପରେ ଆପଣ ଦ୍ଵିତୀୟ ସାମଗ୍ରୀ ଦୁଇ ଚାମୁଚ ତିନି ନେବେ ।

ଚିନିକୁ ଆପଣ ଗୁଣ୍ଡ ନକରି ସେମିତି ଗୋଟା ଗୋଟା ହିଁ ସେଥିରେ ପକାନ୍ତୁ । ଅସରପାଙ୍କୁ ମିଠା ଖାଇବା ବହୁତ ପସନ୍ଦ ହୋଇଥାଏ ସେଥିପାଇଁ ସେଥିରେ ଚିନିର ପ୍ରୟୋଗ କାରାଯାଏ । ଏହାପରେ ତୃତୀୟ ସାମଗ୍ରୀ ଆବଶ୍ୟକ ହେବ ତିନି ଚାମୁଚ ବୋରିକ ଏସିଡ ବା ବୋରିକ ପାଉଡର, ଯାହା ଆପଣଙ୍କୁ ଯେକୌଣସି ମେଡ଼ିସିନ ଷ୍ଟୋରରୁ ସହଜରେ ମିଳିଯିବ ।

ଏହା ଏକ ସାଧାରଣ ପାଉଡର ଏଥିରେ କୌଣସି ବିଷ ଅଂଶ ନଥାଏ । ଆପଣଙ୍କ ଘରେ ଛୋଟପିଲା ଥିଲେ ମଧ୍ୟ ଆପଣ ନିର୍ଭୀକ ଭାବେ ତାହା ବ୍ୟବହାର କରିପାରିବେ । ଚାଉଳରେ ପୋକ ନ ଲାଗିବା ପାଇଁ ଏହି ପାଉଡରକୁ ବ୍ୟବହାର କରାଯାଏ । ଖାସ କରି କ୍ୟାରମ ଖେଳିବା ପାଇଁ ଏହି ଗୁଣ୍ଡ ବ୍ୟବହାର ହୋଇଥାଏ ।

ଏବେ ଆପଣ ତିନୋଟି ସାମଗ୍ରୀରେ ଅଳ୍ପ ଅଳ୍ପ ପାଣି ଦେଇ ଅଟା ଚକଟିବା ଭଳି ଚକଟି ଦିଅନ୍ତୁ । ଏହାପରେ ଏଥିରୁ ଛୋଟ ଛୋଟ ଗୁଳା ଗୁଳା ପ୍ରସ୍ତୁତ କରନ୍ତୁ । ଏବେ ଆପଣ ଏହି ଗୁଳାକୁ ଘରେ ଅଧିକ ଅସରପା ହେଉଥିବା ସ୍ଥାନ ମାନଙ୍କରେ ନେଇ ଲଗାଇ ଦିଅନ୍ତୁ । ଦେଖିବେ ଏହାର ପ୍ରୟୋଗ ପରେ ଘରେ ଗୋଟିଏ ବି ଅସରପା ଦେଖାଯିବନି ।

ସେହିପରି ଅସରପାଙ୍କୁ ଘରୁ କାଢିବା ପାଇଁ ଆଉ ଏକ ଛୋଟ ଉପାୟ କରିପାରିବେ । ଆପଣ ହାତରେ କିଛି ତେଜପତ୍ର ନେଇ ଏହାକୁ ଛିଣ୍ଡାଇ ଭଲଭାବେ ଦଳି ଦିଅନ୍ତୁ ଓ ଘରେ ଯେଉଁ ସ୍ଥାନରେ ଅଧିକ ଅସରପା ହେଉଛନ୍ତି ସେହି ସ୍ଥାନରେ ରଖିଦିଅନ୍ତୁ ।

ଏକରୁ ଦେଢ ମାସ ପରେ ପୁଣି ଥରେ ଏହିପରି ଦୋହରାନ୍ତୁ । ତେଜପତ୍ରର ତୀବ୍ର ବାସନା ଯୋଗୁଁ ଅସରପା ଘରେ ରୁହନ୍ତି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।