କନ୍ୟା ରାଶି (Virgo ) April 2023 ରାଶିଫଳ, ମାସଟି ଆପଣଙ୍କୁ କିପରି ଫଳ ପ୍ରଦାନ କରିବ ଏବଂ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଆଜି ଆମେ ଜାଣିବା କନ୍ୟା ରାଶିର ଲୋକଙ୍କ ପାଇଁ ଏପ୍ରିଲ ମାସଟି କିପରି ଫଳ ପ୍ରଦାନ କରିବ । ଏହି ମାସରେ ଗ୍ରହ ମାନଙ୍କର ଗୋଚର କିଛି ଏଭଳି ରହିବ ଯାହାଦ୍ୱାରା ଆପଣ ଉଭୟ ଶୁଭ ଏବଂ ଅଶୁଭ ଫଳ ଭୋଗ କରିବେ । ବୁଧଦେବ ଆପଣଙ୍କ ରାଶିର ସ୍ଵାମୀ ଅଟନ୍ତି ଯିଏକି ଆପଣଙ୍କ କୁଣ୍ଡଳୀର ଅଷ୍ଟମ ଘରେ ବିରାଜିତ ରହିବେ । ବୁଧ ଗ୍ରହ କୁଣ୍ଡଳୀର ଏହି ଭାବରେ ରହିବା ଭଲ ମାନା ଯାଏନାହିଁ । ଏହାର ଅର୍ଥ ଆପଣଙ୍କୁ ଚର୍ମଜନିତ କିଛି ସମସ୍ଯା ହୋଇପାରେ ।

ବୁଧଙ୍କ ସହ ରାହୁ ମଧ୍ୟ ଅଛନ୍ତି ତେଣୁ ଏହି ମାସରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୁଅନ୍ତୁ । ବାହାର ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବିଷୟ ଅଧିକ ଚିନ୍ତା କରିବା ହେତୁ ମୁଣ୍ଡବିନ୍ଧା ସମସ୍ଯା ହୋଇପାରେ । କିନ୍ତୁ ଏହି ମାସ ପରେ ମେ’ ମାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଭଲ ରହିବ । କୁଣ୍ଡଳୀର ପଞ୍ଚମ ଭାବ ଶିକ୍ଷାକ୍ଷେତ୍ରକୁ ଦର୍ଶାଇଥାଏ ଏବଂ ଏହି ଭାବର ମାଲିକ ହେଉଛନ୍ତି ଶନିଦେବ ଯିଏକି ଏବେ ଷଷ୍ଠ ଭାବରେ ରହିଛନ୍ତି । ତେଣୁ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ମାସଟି ଅତ୍ୟନ୍ତ ଭଲ ରହିବ ।

ପାଠପଢାକୁ ନେଇ ଯାହା ବି ଯୋଜନା କରିଛନ୍ତି ସେଥିରେ ଶନିଦେବ ଆପଣଙ୍କୁ ବେଶ ଭଲ ଫଳ ଦେବେ । ପଞ୍ଚମ ଘର ପ୍ରେମ ଜୀବନକୁ ମଧ୍ୟ ଦର୍ଶାଇଥାଏ । ହେଲେ ଷଷ୍ଠ ଘରେ ଶନିଦେବ ଏବଂ ଅଷ୍ଟମ ଘରେ ବୁଧଙ୍କ ଗୋଚର ହେତୁ ଆପଣଙ୍କ ପ୍ରେମ ଜୀବନରେ କିଛି ବାଧା ଦେଖା ଦେଇପାରେ । ଏହି ସମୟରେ ଇଭୟଙ୍କର ଭାବନା ପରସ୍ପର ସହ ମିଶିବ ନାହିଁ । ତେଣୁ 22 ଏପ୍ରିଲ ଯାଏଁ ଆପଣଙ୍କୁ ପ୍ରେମ ଜୀବନ ପ୍ରତି ସାମାନ୍ଯ ଧ୍ୟାନ ଦେବାକୁ ପଡିବ ।

ଏହାପରେ ଆପଣଙ୍କ ପ୍ରେମ ଜୀବନ ବେଶ ଭଲ ରହିବ ଓ ସବୁ ଚିନ୍ତା ଦୂରେଇ ଯିବ । ଏହି ସମୟରେ ବ୍ରେକଅଫ୍ ହୋଇ ଯାଇଥିବା ଲୋକଙ୍କର ମଧ୍ୟ ପ୍ୟାଚଅଫ ହେବାର ସମ୍ଭାବନା ବନୁଛି । କିନ୍ତୁ ବୈବାହିକ ଜୀବନ କ୍ଷେତ୍ରରେ ଏହା ଓଲଟା ଫଳ ଦେବ । 22 ଏପ୍ରିଲ ଯାଏଁ ଆପଣଙ୍କ ବୈବାହିକ ଜୀବନ ବେଶ ଭଲ ରହିବ କିନ୍ତୁ ଏହାପରେ ଆପଣଙ୍କୁ ଜାଗ୍ରତ ରହିବାକୁ ହେବ । ପତିପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ କଳିଝଗଡା ଓ ମନାନ୍ତର ଆଦି ଦେଖା ଦେଇପାରେ ।

ଜୀବନସାଥିଙ୍କ ସ୍ୱାସ୍ଥ୍ୟରେ ମଧ୍ୟ କିଛି ସମସ୍ଯା ଆସିପାରେ ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଶୁକ୍ର ଭାଗ୍ଯର ମାଲିକ ଏବଂ କ୍ଯାରିୟରର ମାଲିକ ବୁଧଙ୍କ ଗୋଚର ମଧ୍ୟ ଆପଣଙ୍କୁ ବେଶ ଭଲ ଫଳ ଦେବ । ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ ଏବଂ ଅଟକି ଯାଇଥିବା ସବୁ କାର୍ଯ୍ୟ ସୁରୁଖୁରୁରେ ପୂର୍ଣ୍ଣ ହେବ ।

କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହୁଁଥିଲେ, ବଡ ଜିନିଷ କିଛି କିଣିବାକୁ ଚାହୁଁଥିଲେ, ପାର୍ଟନରସିପରେ କାମ କିମ୍ବା ନୂଆ କାମ କିଛି କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ତେବେ ଚାକିରି କ୍ଷେତ୍ରରେ ଲୋକଙ୍କ ପାଇଁ ଏହି ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟାପାର କ୍ଷେତ୍ରରେ ମଧ୍ୟ ଭଲ ଲାଭ ପାଇବେ କିନ୍ତୁ 22 ଏପ୍ରିଲ ପରେ ଖର୍ଚ୍ଚ ଅଧିକ ବଢିପାରେ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତିଦିନ 108 ଥର ବୁଧଙ୍କ ବୀଜମନ୍ତ୍ର ଜପ କରନ୍ତୁ ଏବଂ ପ୍ରତିଦିନ ଗଣେଶଙ୍କ ଆରାଧନା କରନ୍ତୁ ଏବଂ ବୁଧବାର ଦିନ ଭୋଗ ଲଗାନ୍ତୁ । ଏହାସହ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ସୂର୍ଯ୍ୟାସ୍ତ ପରେ ଶନିଦେବଙ୍କର ମଧ୍ୟ ଜପ କରନ୍ତୁ ।  ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।