ଘରେ ଅଭାବ ଲାଗି ରହୁଥିଲେ କଣ କରିବେ ? ଏହା ସହ ଜାଣନ୍ତୁ ଆହୁରି 20 ଟି ଅନୁଚିନ୍ତା

ଶାସ୍ତ୍ରରେ ଲେଖା ଯାଇଥିବା କିଛି ଅନୁଚିନ୍ତା ବିଷୟରେ ଆଜି ଆମେ ଜାଣିବା ଯାହା ଆପଣଙ୍କ ଦୈନନ୍ଦିନ ଜୀବନରେ ନିଶ୍ଚିତ ଭାବେ କାର୍ଯ୍ୟରେ ଆସିବ । ଘରର ଡାହାଣ ପାଖରେ ତୁଳସୀ ଚଉଡ଼ା ରହିବା ଉଚିତ ଏବଂ ଘରୁ ବାହାରିବା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ । ବିବାହିତ ସ୍ତ୍ରୀମାନେ ରାତିରେ ଚୁଟି ଖୋଲା କରି ଶୁଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ । ଠାକୁର ପୂଜା କରିବା ବେଳେ ତଳେ, ପିଶା ଉପରେ କିମ୍ବା ପଥର ଉପରେ ବସିକି ପୂଜା ନକରି ଆସନ ପକାଇ ବସି ପୂଜା କରିବା ଶୁଭ ହୋଇଥାଏ ।

ଟଙ୍କା ରଖୁଥିବା ଆଲମାରୀର ମୁହଁ ଦକ୍ଷିଣ ଦିଗକୁ ନ ରଖି ଅନ୍ୟ କୌଣସି ଦିଗକୁ ରଖିଲେ ଶୁଭ ହୋଇଥାଏ । ଗଣେଶ ପୂଜା ଦିନ ଆକାଶରେ ଚନ୍ଦ୍ର ଦର୍ଶନ କରନ୍ତୁ ନାହିଁ, ଏହା ଶୁଭ ହୋଇଥାଏ । ଗଣେଶ ପୂଜା ଦିନ କିଛି ଅଳେଇଚ ପାଣିରେ ପକାଇ ସ୍ନାନ କରିବା ଦ୍ଵାରା ବିଦ୍ୟା ବୃଦ୍ଧିରେ ସହାୟକ ହୋଇଥାଏ । ଶନିଦେବଙ୍କ ମୂର୍ତ୍ତି କେବେ ହେଲେ ଘରେ ରଖି ପୂଜା କାରଣରୁ ନାହିଁ । କିନ୍ତୁ ମନ୍ଦିରକୁ ଯାଇ ପୂଜା କରିପାରିବେ ।

ଘରେ ମା ଲକ୍ଷ୍ମୀଙ୍କ ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ ବରଂ ବସିଥିବା ଫଟୋ ରଖିଲେ ମଙ୍ଗଳ ହୋଇଥାଏ । ଘରେ କୌଣସି ଅଚଳ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଦକ୍ଷିଣ କାନ୍ଥରେ କେବେ ହେଲେ ଘଣ୍ଟା ଲଗାନ୍ତୁ ନାହିଁ । ଠାକୁର ଘରେ ଶ୍ରୀଯନ୍ତ୍ର ଏବଂ ଲାଲ କପଦଫାରେ ଗୁଡା ହୋଇଥିବା ନଡିଆ ରଖିଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

ମନେରଖନ୍ତୁ ସର୍ବଦା ପୂର୍ବରୁ ମୁହଁ କରି ଭୋଜନ କରିବା ଏବଂ ଦକ୍ଷିଣ ଦିଗକୁ ମୁହଁ କରି ଶୟନ କରିବା ମଙ୍ଗଳ ହୋଇଥାଏ । ଜଗନ୍ନାଥ ମନ୍ଦିରକୁ ତିନି ଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ । ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛକୁ ସାତଥର ପରିକ୍ରମା କରି ତା’ର ଛେରକୁ ଘରେ ରଖନ୍ତୁ । ନିଜ ଦେହର ଛାଇ, ତୀର୍ଥ ସ୍ଥାନ ଏବଂ ଶ୍ମଶାନରେ ପରିସ୍ରା କରିବା ଉଚିତ ନୁହେଁ, ଏହା ଅମଙ୍ଗଳ ହୋଇଥାଏ ।

ଗରୁଡ ଚିତ୍ର ଥିବା ଘଣ୍ଟି ଘରେ ରଖିଲେ ଅଗ୍ନି ଭୟ, ଚୋର ଭୟ ଏବଂ ବଜ୍ର ଭୟ ଦୂର ହୋଇଥାଏ । ବରର ଅଯୁଗ୍ମ ବର୍ଷ ସହିତ କନ୍ଯାର ଯୁଗ୍ମ ବର୍ଷ ହୋଇଥିଲେ ବିବାହ କରିବା ଶୁଭ ହୋଇଥାଏ । ଗୋଟିଏ ଦିନରେ ଯଦି ବୋହୂ ବାପଘରେ ଏବଂ ଶାଶୁଘରେ ଭୋଜନ କରେ ତେବେ ଦୁର୍ଭାଗ୍ୟ ଆସିଥାଏ ।

ଧଳା ପାରାର ମୂର୍ତ୍ତି ଘରେ ରଖିଲେ ମନରୁ ଦୁର୍ଭାବନା ଦୂରେଇ ଯାଏ ଏବଂ ସଦଭାବନା ଆସିଥାଏ । ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତଳ ଢାଳରେ କଏନ ଭର୍ତ୍ତି କରି ପଶ୍ଚିମ ପଟରେ ରଖନ୍ତୁ । ମାନସିକ ଅଶାନ୍ତି ଲାଗି ରହୁଥିଲେ ଯୋଡିଏ ବଂଶୀ ଛକ କରି ଘରେ ରଖନ୍ତୁ ।

ଆକାଶରେ ଇଣ୍ଡଧନୁ ଦେଖିଲେ କାହାକୁ କୁହନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।