ଆଜିର ରାଶିଫଳ, 22 ମେ 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ମେ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆଧ୍ୟାତ୍ମ ରେ ରୁଚି ବଢିବ । ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ଯାହା ଆପଣଙ୍କ ପାଇଁ ଫାଇଦା ଆଣିବ । ଅନେକ ସଂଘର୍ଷ ପରେ ଧନ ପ୍ରାପ୍ତି କରିବାର ଅବସର ମିଳିବେ । କାମ କାର୍ଯ୍ୟ ରେ ଆପଣଙ୍କର ଧ୍ୟାନ ରହିବ । ଟଙ୍କା ସହ ଜଡିତ ଆପଣଙ୍କର ମାମଲା ଦୂର ହେବ । ମାଙ୍ଗଳିକ କାର୍ଯ୍ୟ ରେ ଆପଣ ସାମିଲ ହେବେ । ନୂଆ ସମ୍ପର୍କ ପ୍ରତିଷ୍ଠା ହେବ । ଅଫିସରେ କାମର ଭାର ବଢିପାରେ । ସମାଜରେ ମାନ ସମାନ ବୃଦ୍ଧି ହେବ ।

ବୃଷ ରାଶି : ଆଜି ଆପଣ ନିଜ ଉପରେ ଧନ ଖର୍ଚ୍ଚ କରିବେ । କୌଣସି କାମରେ ମାତା ପିତା ଙ୍କ ପରାମର୍ଶ ନେବା ଦ୍ଵାରା ଫାଇଦା ରେ ରହିବେ । ଆପଣଙ୍କର ଅତିରିକ୍ତ ଆମଦାନୀ ହୋଇପାରେ । ଜୀବନ ସାଥି ଙ୍କ ସହ ସମ୍ପର୍କରେ ସୁଧାର ଆସିପାରେ । ଖେଳ ସହ ଜଡିତ ଲୋକ କୌଣସି ଏକ ପ୍ରତିଯୋଗୀତା ରେ ଭାଗ ନେବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ବିଶେଷ ଭୂମିକା ରଭିବ । ସ୍ୱାସ୍ଥ୍ୟ ଆପଣଙ୍କର ଭଲ ରହିବ । ଅଚାନକ ଧନ ଲାଭ ହେବ ।

ମିଥୁନ ରାଶି : ଆଜି କାମରେ ଆଗ ଅପେକ୍ଷା ଉଶ୍ଚାହ ଓ ଆନନ୍ଦ ଦେଖାଯିବ । ଆପଣଙ୍କ ଜୀବନରେ କିଛି ସମସ୍ଯା ଆସିପାରେ । ଏମିତି ହୋଇପାରେ ଯେମିତିକି ଆପଣଙ୍କର ଆଖ ପାଖରେ ପରିସ୍ଥିତି ବିଗିଡିବାକୁ ଯାଉଛି । ଆପଣଙ୍କର କାର୍ଯ୍ୟ ସ୍ଥଳରେ ପରିବର୍ତ୍ତନ ହୋଇପାରେ । ପ୍ରେମୀ ଯୁଗଳ ଙ୍କ ପାଇଁ ଆଜି ଦିନ ଟି ଉତ୍ତମ ରହିବ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତି । ଆପଣଙ୍କର କୌଣସି କାମ ହେଉ ହେଉ ଅଟକି ଯାଇପାରେ । ସନ୍ତାନ ମାନଙ୍କୁ ନେଇ ଆପଣ ଚିନ୍ତାରେ ରହିବେ ।

କର୍କଟ ରାଶି : ରୋମାନ୍ସ ର ସ୍ତର ଆପଣଙ୍କ ଠାରେ ବୃଦ୍ଧି ପାଇବାର ଦେଖାଯିବ । ଆପଣ ନିଜକୁ ଠିକ ଭାବେ ଜାଣି ପାରିବେ । ଆଜି ଆପଣ ନିଜର ବୁଦ୍ଧି ଓ ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ଚେଷ୍ଟା କରିବେ । ମହିଳା ମାନଙ୍କ ପାଇଁ ନୂଆ ଚାକିରି ଓ ସମ୍ପର୍କ ସ୍ଥାପନ କରିବା ପାଇଁ ସମୟ ଉତ୍ତମ ରାଝିବ । ପରିଯୋଜନା ଆପଣଙ୍କର ବେହତର ରହିବ । ଆପଣ ଆନନ୍ଦ ଅନୁଭବ କରିବେ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ । ଯେଉଁ ରାସ୍ତା ରେ ଆପଣ ଚାଲୁଛନ୍ତି ସେଥିରେ ଆପଣଙ୍କ ଜୀବନର ସବୁ ସମସ୍ଯାର ନିବାରଣ ହେବ ।

ସିଂହ ରାଶି : ଆଜି ଜରୁରୀ କାମରେ ଆପଣଙ୍କୁ ବେହତର ସମର୍ଥନ ପ୍ରାପ୍ତ ହୋଇପାରେ । କୌଣସି ବଡ କମ୍ପାନୀ ରେ ଚାକିରି କା କଲ କରିବାର ଅଫାର ମିଳିପାରେ । ଆପଣଙ୍କର ସାକାରାତ୍ମକ ବିଚାରେ ଖୁସି ହୋଇ ଅଫିସରେ ମାଲିକ ଆପଣଙ୍କୁ ଉପହାର ଦେବେ । ପ୍ରେମ ଜୀବନରେ ସମ୍ପର୍କ ଭଲ ରଖିବାକୁ ହେଲେ ଅନ୍ୟ କାହାରି ହସ୍ତକ୍ଷେପ ଗ୍ରହଣ କରନ୍ତୁ ନାହି । ସ୍ୱାସ୍ଥ୍ୟ ପାଇଁ ସମୟ ଭଲ ରହିବ । ଆଜି ଆପଣଙ୍କର ଭେଟ କୌଣସି ପୁରୁଣା ମିତ୍ର ଙ୍କ ସହ ହେବ ଯାହା ଆଗକୁ ଯାଇ ଆପଣଙ୍କ ପାଇଁ ଫାଇଦା ରେ ରହିବ ।

କନ୍ୟା ରାଶି : ଜୀବନ ସାଥିନ ଙ୍କ ସହ ଆପଣଙ୍କର ଆଲୋଚନା ହୋଇପାରେ । ଏହି କାରଣରୁ ଆପଣଙ୍କର ସମ୍ପର୍କରେ ମଜବୁତି ଆସିବ । ଆଖପାଖର ଲୋକଙ୍କ ଠାରୁ ସାହାଜ୍ୟ ପାଇବେ । ଆଖପାଖର ଲୋକେ ଆପଣଙ୍କର ଓ ପରିବାର ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ ତେଣୁ ସାବଧାନ ରୁହନ୍ତୁ । ଆପଣଙ୍କର ସମାଜିକ କ୍ଷେତ୍ର ରେ ମାନ ବୃଦ୍ଧି ହେବ । ରୋଜଗାର କରିବାର ନୂଆ ଅବସର ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ମାନେ ନୂଆ ମିତ୍ର ସ୍ଥାପନ କରିବେ ।

ତୁଳା ରାଶି : ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ର ରେ କାମ କରିବାର ରୁଚି ବହଡିବ । କୌଣସି ଗୁପ୍ତ କାରଣ ପାଇଁ ଅସୁବିଧା ହୋଇପାରେ । ଖର୍ଚ୍ଚ ଅଧିକ ହେବ କାରଣରୁ ସଞ୍ଚିତ ଧନରେ କମି ଆସିପାରେ । ଯେଉଁ ଲୋକ ଚାକିରି ସନ୍ଧାନ ରେ ଅଛନ୍ତି ସେମାନଙ୍କର ସନ୍ଧାନ ଏବେ ପୁରା ହେବ । ଆଜି ଆପଣ ଅନ୍ୟ ଉପରେ ଅଧିକ ଭରସା କରିବେ । କାର୍ଯ୍ୟ ସ୍ଥଳ ରେ ଆପଣଙ୍କର ଲାଭ ଅଧିକ ହେବ । ପ୍ରେମ ଜୀବନ ବହୁତ ଭଲ ରହିବ । ଧାର୍ମିକ ଯାତ୍ରା କରିବାର ଯୋଗ ରହିଛି ।

ବିଛା ରାଶି : ଦାଂପତ୍ଯ ଜୀବନ ବେହତର ରହିବ । ଭୂମି ବା ବାହନ କ୍ରୟର କରିବାର ସମ୍ଭାବନା ରହିଛି । ଚାକିରି କରିଥିବା ଲୋକଙ୍କୁ ମହତ୍ଵ ପୂର୍ଣ୍ଣ କାମ ଓ ନୂଆ ଦାୟିତ୍ଵ ମିଳିପାରେ । ବେପାର କରୁଥିବା ଲୋକଙ୍କୁ ବଡ ସଉଦା କରିବାର ସୁଯୋଗ ମିଳିବ । କୌଣସି ବଡ ସଉଦା କରିଲେ ଆପଣ ଲାଭବାନ ହେବେ । ମାନସିକ ଚାପ ରହିପାରେ । ଯୁବକ ମାନଙ୍କୁ ପାଠ ପଢା ରେ ଫୋକସ କରିବାର ଆବଶ୍ୟକତା ରହିଛି । ବିଦ୍ୟାର୍ଥୀ ମାନେ ସବୁ ବିଷୟ ଉପରେ ଅଧିକ ଧ୍ୟାନ ଦେବେ । ସମାଜରେ କୀର୍ତ୍ତିମାନ ସ୍ଥାପନ ହେବ ।

ଧନୁ ରାଶି : ଆଜି ଆପଣଙ୍କର ବେପାର ରେ ଲାଭ ଦେଖିବାକୁ ମିଳିବ । ମୋବାଇଲ ବା ଲ୍ୟାପଟପ ଅଯଥା ବ୍ଯବହର କରନ୍ତୁ ନାହି । ଆପଣଙ୍କର କାମ କାର୍ଯ୍ୟ ରେ ପରିବର୍ତ୍ତନ ହୋଇପାରେ । ରୋମାଣ୍ଟିକ ଜୀବନରେ ଆପଣଙ୍କର ସମୟ ଭଲ ରହିବା ସହ ଭଲ ପରିଣାମ ଦେଖିବାକୁ ପାଇବେ । ଆପଣ ନିଜ ସାଥି ଙ୍କ ସହ ଖୁବ ମସ୍ତି କରିବେ । ଯଦି ଆପଣ ପାର୍ଟନରସିପ ରେ ବ୍ୟବସାୟ କରୁଛନ୍ତି ତେବେ କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହି ।

ମକର ରାଶି : ବିଜେନ୍ସ ଓ ଚାକିରି କ୍ଷେତ୍ର ରେ ଦିନ ଆଜି ଭଲ ରହିବ । କଳା ଓ ଶିକ୍ଷା କ୍ଷେତ୍ର ରେ ଆପଣଙ୍କର ରୁଚି ବଢିବ । ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କୁ ଲାଭ, ମାନ ଓ ପ୍ରତିଷ୍ଠା ପ୍ରାପ୍ତି ହେବ । ଧନ ଲାଭର ସମ୍ଭାବନା ରହିଛି । ଅଟକି ରହିଥିବା ଧନ ବା କରଜ ଦେଇଥିଲେ ଆପଣ ଫେରସ୍ତ ପାଇବେ । କାମ କୁ ନେଇ ସମସ୍ଯା ହୋଇପାରେ । ଚାକିରି କ୍ଷେତ୍ରରେ ପ୍ରମୋସନ ମିଳିପାରେ । ମହିଳା ମାନେ ମିତ୍ର ମାନଙ୍କ ସହ ସମୟ ବ୍ଯତୀତ କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବ ।

କୁମ୍ଭ ରାଶି : ଆଜି ପରିବାରରେ ଶାନ୍ତିର ମାହୋଲ ବଜାୟ ରହିବ । ସ୍ୱାସ୍ଥ୍ୟ ଆପଣଙ୍କର ଠିକ ରହିବ । ମାନସିକ ଚାପ ଆପଣ ଅନୁଭବ କରିବେ । ସମ୍ପତି ବିବାଦ ହୋଇପାରେ । ମାତା ପିତା ବ ଗୁରୁଜନ ମାନଙ୍କ ସହଯୋଗ ଦ୍ଵାରା ସମସ୍ୟାର ସମାଧାନ ହେବ । ପୁରୁଣା ରୋଗ ଆପଣଙ୍କ ପାଇଁ ସମସ୍ଯା ହୋଇପାରେ । ଅଯଥା ଖର୍ଚ୍ଚ ଉପରେ କାବୁ ରଖନ୍ତୁ । କରଜ ନେଇ ପାରନ୍ତି । ଆଜି ଆପଣ ଅଧିକ ଖର୍ଚ୍ଚ କରିବେ । ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ ।

ମୀନ ରାଶି : ଅବିବାହିତ ଲୋକଙ୍କ ପାଇଁ ବିବାହରେ ଆସୁଥିବା ବାଧା ଏବେ ଦୂର ହେବ । ଉପହାର ବା ସମାନ ପ୍ରାପ୍ତ ହେବ । ଯାତ୍ରା କରିବା ସମୟରେ ଆପଣଙ୍କର ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । କୌଣସି ଗରିବ ବା ଅନ୍ଧ ବ୍ୟକ୍ତିକୁ ସାହାଜ୍ଯ କରନ୍ତୁ । ଆର୍ଥିକ ପକ୍ଷ ମଜବୁତ ରହିବ । ରାଜନୈତିକ ମହତ୍ଵ ଆକାଂକ୍ଷାର ପୂର୍ତ୍ତି ହେବ । ଲମ୍ବା ସମୟରୁ ଚାଲିଥିବା ପ୍ରୟାସ ଫଳପ୍ରଦ ରହିବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।