ରକ୍ତହୀନତା (Anemia) ଦୂର କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ଯ, ଦେଖନ୍ତୁ ଡାକ୍ତର ତଥା ଡାଏଟିସିଆନ Sunita Sahoo ଏନେଇ କଣ କହୁଛନ୍ତି

ଶରୀରରେ ଆଇରନର ଅଭାବ ହେଲେ ଏହାକୁ ରକ୍ତହୀନତା ବା ଆନିମିଆ ବୋଲି କୁହାଯାଏ । ଆଇରନର ଅଭାବ ଥିଲେ ଥକା ଲାଗିବା, ଦୁର୍ବଳ ଲାଗିବା, କେଶ ଝଡିବା ଭଳି ସମସ୍ଯା ଦେଖା ଦେଇଥାଏ । ତେବେ ଶରୀରରୁ ଆଇରନ ଅଭାବ ଦୂର କରିବା ପାଇଁ ଉପଯୁକ୍ତ ଡାଏଟ ନେବା ଜରୁରୀ । ତେବେ ଆଇରନ ଅଭାବକୁ ପୂରଣ କରିବା ପାଇଁ କେଉଁ ଖାଦ୍ଯ ସବୁ ଖାଇବେ ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତି ଡାଏଟିସିଆନ ତଥା ଡାକ୍ତର ସୁନିତା ସାହୁ ।

ଶରୀରରେ ଆଇରନ ମାତ୍ରାକୁ ବୃଦ୍ଧି କରିବା ପାଇଁ କାର୍ବୋହାଇଡ୍ରେଡ ଯୁକ୍ତ ଖାଦ୍ଯ ଖାଇବା ଉଚିତ । ଯେପରି ନାଲି ଚାଉଳର ଭାତ, ନାଲି ଚୂଡା, ଆଳୁ ଓ ମାଣ୍ଡିଆ ଆଦି । ପ୍ରୋଟିନ ଯୁକ୍ତ ଖାଦ୍ଯ ରେଡ ମିଟ୍ ଏବଂ ବିଶେଷ କରି କଲିଜାରୁ ମଧ୍ୟ ପ୍ରଚୁର ମାତ୍ରାରେ ଆଇରନ ମିଳିଥାଏ । ଏହାଛଡା ଚିଙ୍ଗୁଡି, ଚିକେନର କଲିଜା ଏବଂ ସମୁଦ୍ର ମାଛରେ ଆଇରନ ଭରପୁର ମାତ୍ରାରେ ଥାଏ । ସେହିପରି ଫଳ ହିସାବରେ ସେଓ ଏବଂ ଡାଳିମ୍ବ ଓ ସବୁଜପତ୍ର ଯୁକ୍ତ ଖାଦ୍ଯ ମଧ୍ୟରେ ପାଳଙ୍ଗ ଶାଗ, ସଜନା ଶାଗ ଆଦିରେ ପ୍ରଚୁର ମାତ୍ରାରେ ଥାଏ ।

ଅନ୍ୟ ଶାଗ ମାନଙ୍କରେ ଆଇରନ ରହିଥାଏ । କଞ୍ଚାମୁଗ, କିସମିସ, ଖଜୁରୀ ଓ ଆପ୍ରିକୋଟ ଭଳି ଡ୍ରାଇ ଫ୍ରୁଟ୍ସ ମାନଙ୍କରେ ମଧ୍ୟ ପ୍ରଚୁର ମାତ୍ରାରେ ଆଇରନ ଥାଏ । ଯଦି ଏସବୁକୁ ଆମେ ଦିନର ଭିନ୍ନ ଭିନ୍ନ ସମୟରେ ଆମ ଖାଦ୍ଯରେ କିଛି ମାତ୍ରାରେ ସାମିଲ କରୁଛେ ତେବେ ଆମ ରକ୍ତରେ ହିମୋଗ୍ଲୋବିନ ସ୍ତର ବଢିବା ସହ ଆଇରନ ଅଭାବ ପୂରଣ ହୋଇପାରିବ ।

ଆମେ ଯେଉଁ ଆଇରନ ଯୁକ୍ତ ଖାଦ୍ଯ ଖାଉଛୁ ସେଥୁରୁ ଆମ ଶରୀର ଆଇରନକୁ ଗ୍ରହଣ କରିବା ନିହାତି ଜରୁରୀ । ତେଣୁ ଆଇରନ ସହ ଭିଟାମିନ-ସି ଯୁକ୍ତ ଖାଦ୍ଯ ଖାଇବା ଅତ୍ୟନ୍ତ ଜରୁରୀ । କାରଣ ଏହା ଆମ ଶରୀର ମଧ୍ୟକୁ ଆଇରନ ଯିବାରେ ସାହାଯ୍ୟ କରିଥାଏ । ଯେତେ ଖଟା ଫଳ ସବୁ ଅଛି କମଳା, ଅଁଳା, ପିଜୁଳି, ଲେମ୍ବୁ ଆଦିରେ ଭିଟାମିନ-ସି ପ୍ରଚୁର ମାତ୍ରାରେ ଥାଏ । ଏହାସହ ଆପଣ ଯଦି ତରକାରୀ ରାନ୍ଧିବା ପାଇଁ ଲୁହା କଡେଇ କିମ୍ବା ଚାମୁଚ ବ୍ୟବହାର କରୁଛନ୍ତି ତେବେ ସେଥିରୁ ମଧ୍ୟ ଆପଣଙ୍କୁ ଆଇରନ ମିଳିପାରିବ ।

ଯଦି ଆନିମିଆ ଅଛି ତେବେ ଯେଉଁ ଖାଦ୍ଯ ଖାଇଲେ ତାହା ଆମ ଶରୀରରେ ଆଇରନକୁ ବ୍ଲକ କରିଦିଏ ସେଭଳି ଖାଦ୍ଯ ବନ୍ଦ କରିଦେବା ଉଚିତ । ଯେପରିକି ଚା ଓ କଫି ଆଦି ଆନିମିଆ ଥିଲେ ସେବନ କରନ୍ତୁ ନାହିଁ । ଅଧିକ ପ୍ରିଜର୍ଭେଟିଭ ଥିବା ଜିନିଷ ତଥା କୋଲ୍ଡ ଡ୍ରିଙ୍କସ୍ ଓ ରେଡିମେଡ ଫୁଡ୍ ସବୁ ଖାଇବା ବନ୍ଦ କରି ଦିଅନ୍ତୁ ।

ଆଇରନ ଥେରାପିରେ ଥିଲେ ମଦ୍ୟପାନ ମଧ୍ୟ ବନ୍ଦ କରିଦେବା ଉଚିତ । ଏହିସବୁ ଜିନିଷ ପ୍ରତି ଧ୍ୟାନ ଦେଲେ ଆପଣ ଆନିମିଆ ଭଳି ସମସ୍ଯାରୁ ମୁକ୍ତି ପାଇପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।