ଘରକୁ ନିଅ ନହେଲେ ଦାଣ୍ଡରେ ବସିବୁ, ଦାଣ୍ଡରେ ବସିବା ପାଇଁ ବୋହୂମାନଙ୍କୁ କାହିଁକି ଉସୁକାଉଛନ୍ତି Pramila Tripathy ?

ଶାଶୁଘର ଦାଣ୍ଡରେ ଯାଇ ଧାରଣା ଦେବା ପାଇଁ କୁଆଡେ ପ୍ରମିଳା ତ୍ରିପାଠୀ ପ୍ରବର୍ତ୍ତାଉଛନ୍ତି । ନିକଟରେ ଲକ୍ଷ୍ମୀଙ୍କୁ ନେଇ ତାଙ୍କ ଶାଶୁଘରକୁ ଯାଇଥିବା ପ୍ରମିଳା ମା’ ଶାଶୁଙ୍କୁ କହୁଛନ୍ତି, ଯଦି ତୁମେ ବୋହୂକୁ ଘରକୁ ନନେବ ତେବେ ପୁଅକୁ ଡାକ ସେ ଆସି ତାକୁ ଘରକୁ ନେବ । ଗତ କାଲି ଠାରୁ ନିଜ ଶାଶୁଘର ସାମ୍ନାରେ ଯାଇ ଧାରଣାରେ ବସିଛନ୍ତି ଲକ୍ଷ୍ମୀ । ପ୍ରମିଳା ମା’ଙ୍କ ସହ ବୋହୂ ଲକ୍ଷ୍ମୀ ଆସିଥିବା ଦେଖିବା ପରେ ଲକ୍ଷ୍ମୀଙ୍କ ଶାଶୁ ବୋହୂକୁ ଘରକୁ ନେବା ପାଇଁ ସିଧାସଳଖ ମନା କରି ଦେଇଥିଲେ ।

ସେ କହିଥିଲେ, ବୋହୂ କିଏ ମୁଁ ଜାଣିନି, ମୋର କେବଳ ତିନୋଟି ଝିଅ ଅଛନ୍ତି । ପୁଅ ଯେଉଁଠି ରହୁଛି ବୋହୂ ସେଆଡେ ଯାଉ । ହେଲେ ପ୍ରମିଳା ମାଆ ଉପଦେଶ ଦେଉଛନ୍ତି ଦାଣ୍ଡରେ ବସ । ତେବେ ପ୍ରଶ୍ନ ଉଠୁଛି, ତପସ୍ଵିନୀ ହୁଅନ୍ତୁ କି ଦୀପିକା, ଏଭଳି ପ୍ରୟାସ ପରେ କେହି କଣ ନ୍ୟାୟ ପାଇଛନ୍ତି କି ? ଗତ କିଛି ମାସ ଧରି ନ୍ୟାୟ ପାଇଁ ପ୍ରେମିକ ଦିନେଶଙ୍କ ଘର ସାମ୍ନାରେ ବସିଥିବା ଦୀପିକା କେବେ ନ୍ୟାୟ ପାଇବେ ତା’ର କିଛି ଠିକ ଠିକଣା ନାହିଁ ।

ଝିଅ ବୋଲି କହି ହେଉଥିବା ଦୀପିକାକୁ ଛାଡି ଏବେ ଯାଇ ଲକ୍ଷ୍ମୀ ପାଖରେ ଉଠିଲେଣି ପ୍ରମିଳା ମାଆ । ତପସ୍ଵିନୀଙ୍କ ମାମଲା ଆରମ୍ଭ ହେବା ପରେ ଏହା ପରଠାରୁ ଗତ ଏକ ବର୍ଷ ମଧ୍ୟରେ ବୋହୂ ଧାରଣା ଦିନକୁ ଦିନକୁ ବଢିବାରେ ଲାଗିଛି । ଶାଶୁଘରୁ ଚାଲି ଆସିବା ପରେ ପୁଣି ଥରେ ଯାଇ ସେଠି ଧାରଣା ଦେବା ଏକ ଟ୍ରେଣ୍ଡ ପାଲଟି ଗଲାଣି । ତେବେ ବୋହୂମାନଙ୍କ ସହ ସତରେ ଏଭଳି ଘଟଣା ଘଟୁଛି ନା ଗଣମାଧ୍ୟମରେ ଆସିବା ପାଇଁ ମହିଳାମାନେ ଏଭଳି କରୁଛନ୍ତି ? ଲୋକେ ଏବେ ଏଭଳି ପ୍ରଶ୍ନ କରିବା ମଧ୍ୟ ଆରମ୍ଭ ଦେଲେଣି ।

ସେଭଳି ପ୍ରମିଳା ମାଆ’ଙ୍କ ଭୂମିକାକୁ ନେଇ ସନ୍ଦେହ କରିଲେଣି ଲୋକେ । ପ୍ରମିଳା ମା’ ନିଜ ମୁହଁ ଦେଖାଇବା ପାଇଁ କ୍ୟାମେରା ଆଗରେ ସବୁ ପ୍ରକାର କାର୍ଯ୍ୟ କରୁଥିବା ନଜର ଆସୁଛନ୍ତି । ପ୍ରମିଳା ତ୍ରିପାଠୀ ନିଜର ପ୍ରଚାର ପାଇଁ ମିଡିଆକୁ ମାଧ୍ୟମ ବନାଉ ନାହାନ୍ତି ତ ? ଯାହା ସାଙ୍ଗରେ ରହୁଛନ୍ତି ତାଙ୍କର ଭୁଲ ଥିଲେ ତାଙ୍କର ଗୁଣଗାନ କରୁଛନ୍ତି ପ୍ରମିଳା ମା ।

ଲକ୍ଷ୍ମୀଙ୍କ କ୍ଷେତ୍ରରେ ପ୍ରମିଳା କହିଛନ୍ତି, ପୁଅର ଇଚ୍ଛା ଅଛି ହେଲେ ତିନିଜଣ ନଣନ୍ଦ ମିଶି ସେମାନଙ୍କୁ ଏକାଠି କରି ଦେଉନାହାନ୍ତି । ଲକ୍ଷ୍ମୀ କୋର୍ଟ ବିବାହ କରିଥିଲେ ବି ଶାଶୁଘର ଲୋକ ତାଙ୍କୁ ଘରକୁ ନେଉ ନଥିବା ସୂଚନା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।