ସିନେମାରେ ହିରୋଇନ ହେବାକୁ ଚାହୁଁଥିଲା Shradhanjali, ମୋ ସହ ଯାହା କରୁଛ କର ହେଲେ ମୋତେ ହିରୋଇନ କର ବୋଲି ଗୁହାରି କରିଥିଲା !

ଶ୍ରଦ୍ଧାଞ୍ଜଳି ଭଳି ଅନେକ ଝିଅଙ୍କୁ ନିଜ ପାଖରେ ପାଳିଥିଲା ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ଯେଉଁ କାମ ଅର୍ଚ୍ଚନା ନିଜେ କରୁ ନଥିଲେ ସେସବୁ ଶ୍ରଦ୍ଧାଞ୍ଜଳି ମାଧ୍ୟମରେ କରାଉଥିଲେ । ଅର୍ଚ୍ଚନାକୁ ବଡବଡିଆଙ୍କ ଠାରୁ ଟଙ୍କା ଲୁଟିବା ନିଶା ଘାରିଥିଲା ବେଳେ ସିନେମାରେ ହିରୋଇନ ହେବା ଲକ୍ଷ୍ୟ ରଖିଥିଲା ଶ୍ରଦ୍ଧାଞ୍ଜଳି । ସେଥିପାଇଁ କୁଆଡେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ମଧ୍ୟରେ କୁଆଡେ ବଡ ଡିଲ୍ ହୋଇଥିଲା । ଶ୍ରଦ୍ଧାଞ୍ଜଳିର ପେଟ କେବେ ଅପୋଷା ରହିବନି ଆଉ ହିରୋଇନ ବି ହେବ କିନ୍ତୁ ଅର୍ଚ୍ଚନାର ପକେଟ ପ୍ରଥମେ ମାଲାମାଲ ହେବା ଦରକାର ବୋଲି ଅର୍ଚ୍ଚନା ଚାହୁଁଥିଲା ।

ସେ ତିନି କୋଟି ପାଇବା ପରେ ଯାଇ ଶ୍ରଦ୍ଧାଞ୍ଜଳି ହିରୋଇନ ହେବ । ଅର୍ଚ୍ଚନା ନାଗ ଚଲାଉଥିବା ହାଇ ପ୍ରୋଫାଇଲ ରାକେଟର ରାଣୀ ଥିଲା ଶ୍ରଦ୍ଧାଞ୍ଜଳି ବେହେରା । ତାଙ୍କୁ ନେଇ ବ୍ଲାକମେଲର ଜାଲ ବିଛାଉଥିଲା ଅର୍ଚ୍ଚନା । ଯେଉଁଥି ପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରିଥିଲା ଶ୍ରଦ୍ଧାଞ୍ଜଳି । ନିଜକୁ ଓକିଲର ପରିଚୟ ଦେଇ ତିନି କୋଟି ଟଙ୍କା ଦେବା ପାଇଁ ପରିଜାଙ୍କୁ ଦାବି କରିଥିଲା ଅର୍ଚ୍ଚନା । ନଚେତ ଅକ୍ଷୟ ପରିଜାଙ୍କ ନାଁରେ ଥାନାରେ ଅଭିଯୋଗ ଦେବାକୁ ଧମକ ଦେଇଥିଲା ଅର୍ଚ୍ଚନା ।

ଏହାପରେ ଅକ୍ଷୟ ପରିଜା ଗତ ସେପ୍ଟେମ୍ବରରେ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ ଓ ସେଥିରେ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳିଙ୍କ ନାମ ଉଲ୍ଲେଖ କରିଥିଲେ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅକ୍ଟୋବର 2 ରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ଵର ନାଁରେ ପାଲଟା ଅଭିଯୋଗ ଆଣିଥିଲା ଶ୍ରଦ୍ଧାଞ୍ଜଳି । ଫଳରେ 6 ତାରିଖ ଦିନ ରାତିରେ ଅର୍ଚ୍ଚନାକୁ ଗିରଫ କରିଥିଲା ପୋଲିସ ।

ଏହାର 15ଦିନ ପରେ ସ୍ଵାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ଗିରଫ ହୋଇଥିଲା । ଖଗାକୁ ପୋଲିସ ଛାଡି ଦେଇଥିବା ବେଳେ ବର୍ତ୍ତମାନ ଇଡି ତାଙ୍କୁ ଜେରା କରୁଛି । ଆଉ ଏବେ ସାମ୍ନାକୁ ଆସୁଛି କି, ହିରୋଇନ ହେବା ପାଇଁ କୁଆଡେ ଶ୍ରଦ୍ଧାଞ୍ଜଳି ର ବହୁତ ଇଚ୍ଛା ଥିଲା । ସିନେମାରେ ଅଭିନୟ କରିବାକୁ ଚାହୁଁ ଥିବାରୁ ତାଙ୍କୁ ଯାହା କିଛି କରିବାକୁ କୁହା ଯାଉଥିଲା ସେଥିରେ ସେ ରାଜି ହୋଇ ଯାଉଥିଲା ।

ହିରୋଇନ ହେବା ପାଇଁ ସେ ଅକ୍ଷୟ ପରିଜାଙ୍କୁ ନିବେଦନ କରିଥିଲେ । ଆଉ ତା’ପରେ ଯାହାସବୁ ସାମ୍ନାକୁ ଆସିଲା ସେସବୁର ଏବେ ତଦନ୍ତ ଜାରି ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।