Vastu Shastra- ଘର ପରିବାରକୁ ବର୍ବାଦ କରିଦିଏ ମହିଳାଙ୍କର ଏହି 2 ଟି କାମ, ସେହି ଘରେ କେବେ ବି ରୁହନ୍ତି ନାହିଁ ମା’ ଲକ୍ଷ୍ମୀ, କଣ ଆପଣଙ୍କ ଘରେ ହେଉଛି ଏମିତି କାମ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ମହିଳା ମାନଙ୍କର କିଛି ଏଭଳି ଖରାପ ଅଭ୍ୟାସ ସମ୍ବନ୍ଧରେ ଯାହା ଦ୍ୱାରା ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସେହି ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ । ପ୍ରତ୍ୟେକ ଘରର ଝିଅ ଅଥବା ସ୍ତ୍ରୀ ସେହି ଘରର ଲକ୍ଷ୍ମୀ ଅଟେ । ସେ ଚାହିଁଲେ ଘରକୁ ସ୍ୱର୍ଗ କରି ପାରିବ ଏବଂ ସେ ଚାହିଁଲେ ଘରକୁ ନର୍କ ମଧ୍ୟ କରିଦେବ ।

ପ୍ରତ୍ୟେକ ମହିଳା ନିଜର ଭଲ ଅଭ୍ୟାସ ଦ୍ଵାରା ଘରକୁ ମନ୍ଦିର ସଦୃଶ ରଖିଥାଏ । ନିଜର ଭଲ ଗୁଣ ତଥା ଅଭ୍ୟାସ ଦ୍ବାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ସେହି ଘରେ ସର୍ବଦା ହସଖୁସିର ବାତାବରଣ ସୃଷ୍ଟି ହୋଇଥାଏ । କେବେବି ଦାରିଦ୍ର୍ୟତା ଦେଖିବାକୁ ମିଳିନଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ସର୍ବଦା ବାସ କରିଥାନ୍ତି । କୌଣସି ମହିଳା ନିଜର ମନ୍ଦ ଅଭ୍ୟାସ ଦ୍ଵାରା ଘରକୁ ନର୍କ ସଦୃଶ କରି ଦେଇଥାଏ ।

ମହିଳା ମାନଙ୍କ ମନ୍ଦ ଅଭ୍ୟାସ ଦ୍ଵାରା ସେହି ଘରେ ସର୍ବଦା ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ସେହି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହି କାରଣରୁ ସେହି ଘରେ ପ୍ରାୟ ସମୟ ଆର୍ଥିକ ଅଭାବ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ତାର ସ୍ତ୍ରୀ ର ହାତ ରହିଥାଏ । ଜଣେ ମହିଳା ସ୍ତ୍ରୀ, ମାଆ ଏବଂ ଝିଅ ରୂପରେ ଘରର ଲକ୍ଷ୍ମୀ ସାଜିଥାଏ ଏବଂ ନିଜର ଭଲ ଗୁଣ ତଥା ଅଭ୍ୟାସ ଦ୍ୱାରା ଘରକୁ ଧନଧାନ୍ୟ ରେ ପୂର୍ଣ୍ଣ କରିଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଖରାପ ଅଭ୍ୟାସ ସମ୍ବନ୍ଧରେ କହିବୁ ଯାହାକୁ କୌଣସି ମହିଳା କରିବା ଆଦୋୖ ଉଚିତ ହୋଇନଥାଏ । ଏପରି କରିବା ଦ୍ୱାରା ସେହି ଘରେ ଆର୍ଥିକ ଅଭାବ ସୃଷ୍ଟି ହୋଇଥାଏ ଏବଂ ପରିବାରର ସଦସ୍ୟ ତଥା ତାଙ୍କ ଜୀବନସାଥୀ ବିଭିନ୍ନ ପ୍ରକାର ଅସୁବିଧା ର ସମୁଖୀନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ସେହି ଖରାପ ଅଭ୍ୟାସ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଯେଉଁ ଘରର ମହିଳା ଝାଡ଼ୁ କୁ ପାଦରେ ଲଗାଇଥାନ୍ତି କିମ୍ବା ଝାଡ଼ୁ କୁ ନାତ ମାରିଥାନ୍ତି ସେହି ଭଳି ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । କାରଣ ଝାଡ଼ୁ ହେଉଛି ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ ଏବଂ ଏହାର ଅନାଦର ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ କେବେବି ସେହି ଘରେ ବାସ କରନ୍ତି ନାହିଁ । ଏହାଦ୍ବାରା ଘରେ ଦାରିଦ୍ର୍ୟତା ଦେଖିବାକୁ ମିଳିଥାଏ ।

୨. ଯେଉଁ ଘରର ମହିଳା ରୋଷେଇ ଘରେ ଗ୍ୟାସ ଉପରେ ତାୱା ବା କଢ଼େଇ ରଖିଥାନ୍ତି ସେହି ଘରେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ଏହା ଘରର ଦୁଃଖ ର କାରଣ ହୋଇଥାଏ । ଏହା ସହିତ ଅଇଁଠା ବାସନ କୁ ନ ମାଜି ରାତିରେ ରଖି ଶୋଇବା ଦ୍ୱାରା ଏହା ଦାରିଦ୍ର୍ୟତା କୁ ନିମନ୍ତ୍ରଣ କରିଥାଏ ।

୩. ଯେଉଁ ଘରର ମହିଳା ମାନେ ଘରର ଦ୍ଵାର କବାଟ କୁ ଗୋଇଠା ମାରି ଖୋଲିଥାନ୍ତି ତେବେ ଏପରି କରିବା ଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରେ ଦାରିଦ୍ର୍ୟତା ଦେଖା ଯାଇଥାଏ । ଏହା ସହିତ ଯେଉଁ ଘରର ମହିଳା ମାନେ ଘରର ମୁଖ୍ୟ ଦ୍ୱାର ବନ୍ଧ ରେ ବସି ଖାଇଥାନ୍ତି ତେବେ ତାହା ଘରର ବର୍ବାଦୀ ର କାରଣ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।