ଘର ମାଲିକ ଓ ଭଡାଟିଆଙ୍କ ପାଇଁ ଜରୁରୀ ସୂଚନା, ପୁରା ଦେଶରେ ଲାଗୁହେବ ମଡେଲ ଟେନାନ୍ସି ଆକ୍ଟ, ଜାଣନ୍ତୁ ଏଥିରେ କଣ ସବୁ ନୂଆ ନିୟମ ରହିଛି

ଘର ମାଲିକ ଓ ଭାଡାଟିଆ ମାନଙ୍କ ପାଇଁ ଜରୁରୀ ସୂଚନା । ଦେଶବ୍ୟାପୀ ଲାଗୁ ହେବ ମଡେଲ ଟେନନ୍ସି ଆକ୍ଟ ତଥା ଆଦର୍ଶ ଭଡ଼ା ଆଇନ । ତେବେ ବର୍ତ୍ତମାନ ସମୟରେ ଉଭୟ ଭଡାଘର ଓ ଦୋକାନ କୁ ନେଇ ସେଭଳି କିଛି ନିୟମ କାନୁନ ନଥିବା ବେଳେ ଏହି ଆଇନ କାନୁନ ଆସିବା ପରେ ଘର ମାଲିକଙ୍କୁ ପୋସ୍ଚାନ ମିଳିବ ବୋଲି ଆଶା ରଖିଛନ୍ତି ସରକାର ।

ଏନେଇ କେନ୍ଦ୍ର ଗୃହ ଓ ସୌରଞ୍ଚଳ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ର ଙ୍କ କହିବା ଅନୁସାରେ ୨୦୧୧ ର ଜନଗଣନା ଅନୁସାରେ ଦେଶରେ ପ୍ରାୟ ଏକ ଦଶମିକ ଏକ କୋଟି ଘର ଖାଲି ପଡ଼ିଛି ଯାହାର ମୁଖ୍ୟ କାରଣ ହେଉଛି ଲୋକେ ଘରଭଡ଼ା ଦେବାକୁ କୁଣ୍ଠାବୋଧ କରୁଛନ୍ତି । ତେବେ ଏହି ଆଇନ ଆସିବ ଦ୍ଵାରା ଘରଭଡ଼ା କୁ ନେଇ ଏବେ କୌଣସି ପ୍ରକାରର ଦ୍ଵନ୍ଦ ରହିବ ନାହିଁ ବୋଲି କହିଛନ୍ତି ସରକାର । ତେବେ ସରକାର ଙ୍କ ଏହି ନୂଆ ଆଇନ ରେ କଣ ସବୁ ନୀତି ନିୟମ ରହିଛି ଆସନ୍ତୁ ଜାଣିବା ।

ଆଊ ଚଳିବନି ଘର ମାଲିକଙ୍କ ମନମାନି । ଭଡାଟିଆ ଙ୍କୁ ଘରୁ ତଡିଲେ ହେବ କାର୍ଯ୍ୟାନୁଷ୍ଠାନ । ମଡେଲ ଟେନାନ୍ସି ଆକ୍ଟ ଅନୁସାରେ ଏବେ ରେଣ୍ଟ ଏଗ୍ରିମେଣ୍ଟ ର ଧର୍ଯ୍ୟ ସମୟ ପୂର୍ବରୁ ଯଦି କୌଣସି ଭଡାଟିଆ ଦୁଇ ମାସ ଯାଏଁ ଭଡ଼ା ଦେଇନଥିବେ କିମ୍ବା ଭଡ଼ାରେ ନେଇଥିବା ଘରକୁ ସେ ଖରାପ କାମରେ ନିଓଜିଟ କରୁଥିବେ ତେବେ ଏଭଳି ପରିସ୍ଥିତିରେ ଘର ମାଲିକ ଭଡାଟିଆ ଙ୍କୁ ନିଜ ଘରୁ ବାହାର କରିପାରିବେ ।

ସେପଟେ ଭଡାଟିଆ ଙ୍କ ସୁବିଧାକୁ ମଧ୍ୟ ସରକାର ଏହି ନୂଆ ନିୟମରେ ଉଲ୍ଲେଖ କରିଛନ୍ତି । ତେବେ କୌଣସି ଘର ମାଲିକ ବିନା କୌଣସି ପୂର୍ବ ସୂଚନା ନଦେଇ ଭଡ଼ାଟିଆଙ୍କୁ ହଠାତ ଘରୁ ବାହାର କରି ପାରିବେ ନାହିଁ । ଏଥିପାଇଁ ଘର ମାଲିକଙ୍କ ୨୪ ଘଣ୍ଟା ପୂର୍ବରୁ ଭଡାଟିଆ ଙ୍କୁ ଲିଖିତ ନୋଟିସ ଦେବାକୁ ହେବ । ସେହିଭଳି ଭଡ଼ା ବାବଦରେ ଭଡାଟିଆ ଙ୍କ ଠାରୁ ନିଆ ଯାଇଥିବା ସିକୁରିଟ ଦିପୋଜିଟ ଉପରେ ଦୁଇ ମାସର ଭଡାରୁ ଅଧିକ ରକମ କହିପାରିବେ ନାହିଁ କୌଣସି ଘର ମାଲିକ ।

ଯଦି ଭଡାଟିଆ ରେଣ୍ଟ ଏଗ୍ରିମେଣ୍ଟ ମୁତାବକ ସମୟ ସୀମା ଭିତରେ ଘର ବା ଦୋକାନ ଖାଲି ନକରନ୍ତି ତେବେ ମାଲିକ ଆଗାମୀ ଦୁଇ ମାସ ପର୍ଜନ୍ତ ତାଙ୍କଠାରୁ ଦୁଇଗୁଣ ଅଧିକ ପଇସା ମାଗିପାରିବେ । ସେହିଭଳି ଉଭୟ ରେଣ୍ଟ ଏଗ୍ରିମେଣ୍ଟ ସରିବା ପରେ ଯଦି ଭଡାଟିଆ ଘର ଖାଲି ନକରନ୍ତି ତେବେ ମାଲିକଙ୍କୁ ଚାରି ଗୁଣା ଅଧିକ ରେଣ୍ଟ ମାଗିବାର ଅଧିକାର ରହିବ ।

ଯଦି ଘର ମାଲିକ ଵିଲ୍ଡିଂ କିମ୍ବା ଫ୍ଲାଟର ମରାମତି କରିବାକୁ ଚାହିଁଥାନ୍ତି ତେବେ ରିନୋଭେସନ କାମ ସରିବାର ମାସକ ପରେ ତାଙ୍କୁ ଭଡ଼ା ବଢ଼ାଇବାକୁ ଅନୁମତି ମଧ୍ୟରେ ମିଳିବ । କିନ୍ତୁ ଭଡ଼ା ବଢ଼ାଇବା ପୂର୍ବରୁ ଭଡାଟିଆ ଙ୍କ ସହମତି ନେବା ମଧ୍ୟ ନିହାତି ଜରୁରୀ । ଯଦିଓ ଏହି ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏହାକୁ ଲାଗୁ କରିବାର ଅଧିକାର ରାଜ୍ୟ ସରକାର ଙ୍କ ଉପରେ ନିର୍ଭର କରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।