ଯୁବତୀଙ୍କ ପୋଷାକ ପିନ୍ଧି ରାସ୍ତା ଉପରକୁ ଖୁବ ନାଚିଲେ ଯୁବକ । ଗୀତର ତାଳେ ତାଳେ ରାସ୍ତା ଉପରେ ନୃତ୍ୟ ପରିବେଷଣ କଲେ । ଆମେରିକାର ରାସ୍ତା ଉପରେ ଏହି ଜୁଆବକ ଜଣକ ଧୁମ୍ ନାଚିଲେ । ସେ ଯୁବତୀଙ୍କ ପୋଷାକ ପିନ୍ଧି ନାଚୁଥିବା ବେଳର ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହି ଯୁବକଙ୍କ ଏଭଳି ନୃତ୍ୟ ପରିବେଷଣ ଦେଖି ସମସ୍ତେ ବେଶ ଚକିତ ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଥିବା ଏହି ଭିଡିଓରେ ଏବେ ପର୍ଯ୍ୟନ୍ତ ପାଖାପାଖି ପ୍ରାୟ ୨୦ ମିଲିୟନରୁ ଅଧିକ ଭିୟୁ ହୋଇ ସାରିଲାଣି ।

ଏହି ଭାଇରାଲ ଭିଡିଓର ବ୍ୟାକଗ୍ରାଉଣ୍ଡରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସୁପରହିଟ୍ ଚଳଚିତ୍ର “ଗଙ୍ଗୁବାଇ କାଠିଆବାଡି” ର ଏକ ଲୋକପ୍ରିୟ ଗୀତ ବାଜୁଛି । ଆଉ ଗୀତର ତାଳେ ତାଳେ ଜଣେ ଯୁବକ ମହିଳାଙ୍କ ପୋଷାକ ପିନ୍ଧି ଜଣେ ଯୁବତୀ ଭଳି ଅଙ୍ଗଭଙ୍ଗୀ କରି ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଛି । ସେ କେ ଗୋଲାପି ରଙ୍ଗର ଘାଗେରା ପିନ୍ଧିବା ସହ ଏକ ଧଳା ସାର୍ଟକୁ ଇନ୍ କରି ପିନ୍ଧିଛନ୍ତି । ତେବେ ଆମେରିକାର ସଡକ ଉପରେ ମସଗୁଲ ହୋଇ ନୃତ୍ୟ କରୁଥିବା ଏହି ଯୁବକ ଜଣକ ହେଉଛନ୍ତି ପ୍ରସିଦ୍ଧ କୋରିଓଗ୍ରାଫର ଜେନିଲ ମେହତା ।
ମହିଳାଙ୍କ ଷ୍ଟାଇଲରେ ଚମତ୍କାର ନୃତ୍ୟ କରି ସେ ସମସ୍ତଙ୍କ ମନ ଜିଣି ନେଇଛନ୍ତି । ଜେନିଲ ଏହି ସ୍କାର୍ଟ ଓ ଟପ୍ ପିନ୍ଧି ବିନା ସଙ୍କୋଚର ସହ ନୃତ୍ୟ କରୁଥିବାର ନଜର ଆସୁଛନ୍ତି । ଆଳିଆ ଭଟ୍ଟଙ୍କ ପ୍ରସିଦ୍ଧ ଲୋକପ୍ରିୟ ଗୀତ “ଝୁମେରେ ଗୋରୀ” ସେ ଧୁମ୍ ଧଡକ୍ ଡ୍ୟାନ୍ସ କରୁଛନ୍ତି । ଜେନିଲ ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଶେୟାର କରିଛନ୍ତି ।
ଭିଡିଓ ଶେୟାର କରିବା ସହ ସେ ଲେଖିଛନ୍ତି, “ମୋ ପାଇଁ ଏହା କୋରିଓଗ୍ରାଫି ନୁହେଁ ବରଂ ମନଖୋଲି ନାଚିବା ଓ ଲୋକଙ୍କ ସହ ଯୋଡି ହେବାର ମୋ ପାଇଁ ଏହା ଏକ ମାଧ୍ୟମ ଅଟେ । ମୋ ପାଇଁ ଏହି ଗୀତରେ ମୁଁ କେତେ ଭଲ ନୃତ୍ୟ ଓ କୋରିଓଗ୍ରାଫି କରିପାରିବି ତାହା ନୁହେଁ ବରଂ ସଙ୍ଗୀତ ଓ ନୃତ୍ୟର ଉଚିତ ମହାତେଆକୁ ପ୍ରକାଶ କରିବା ମୋର ଉଦ୍ଦେଶ୍ୟ ।”

ତେବେ ଯୁବତୀଙ୍କ ଭେଶରେ ଯୁବତୀଙ୍କ ଅଙ୍ଗଭଙ୍ଗୀ କରି ସଡକ ଉପରେ ନୃତ୍ୟ କରିବା କିଛି ସହଜ କଥା ନୁହେଁ । ଅନେକ ୟୁଜର୍ସ ତାଙ୍କର ପ୍ରଶଂସା କରୁଥିବା ବେଳେ ଆଉ କିଛି ୟୁଜର୍ସ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।