ଦିଦିଙ୍କ ପ୍ଯାଣ୍ଟ ଭିତରୁ ବାହାରିଲା ବନ୍ଧୁକ, ତଲାସି ବେଳେ ପୋଲିସ ବି ଆଶ୍ଚର୍ଯ୍ୟ, ଦେଖନ୍ତୁ ଏହି ଭାଇରାଲ video

ପ୍ଯାଣ୍ଟ ଭିତରେ ଲୁଚାଇ ରଖିଥିଲେ ବନ୍ଧୁକ , ଦେହରେ ହାତ ମାରି ଖୋଜି ବାହାର କଲା ପୋଲିସ । ଆଉ ଶେଷରେ ଯାହା ବାହାରିଲା ତାହା ସମସ୍ତଙ୍କୁ ଆଚାର୍ଯ୍ୟ କରି ଦେଇଛି । ଯାଞ୍ଚ ବେଳେ ଯୁବତୀଙ୍କ ପ୍ଯାଣ୍ଟ ଭିତରୁ ଏକ ଦେଶ ବନ୍ଧୁକ ବାହାରିଲା, ଯାହାକୁ ଜବତ କରିଛି ପୋଲିସ । ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଶିକ୍ଷୟତ୍ରୀ ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶ ପୋଲିସ ଏମିତି ଏକ ସୂଚନା ଦେବା ପରେ ସାରା ଦେଶ ଚମକି ପଡିଛି ।

ପ୍ଯାଣ୍ଟ ଭିତରେ ବନ୍ଧୁକ ରଖିବା ଅଭିଯୋଗରେ ଶିକ୍ଷୟତ୍ରୀ କରିସ୍ମା ସିଂ ଯାଦବଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ । ତେବେ ଆସନ୍ତୁ ଜାଣିବା କରିସ୍ମାଙ୍କ ପାଖେ ବନ୍ଧୁକ ଅଛି ପୋଲିସ କେମିତି ସୁରାକ ପାଇଲା । ମଇନପୁରରେ ଜଣେ ମହିଳା ମାରଣାସ୍ତ୍ର ଧରି ବୁଲୁଥିବା ଖବର ପୋଲିସ ପାଖରେ ପହଞ୍ଚିଥିଲା । ଏହାପରେ ଉତ୍ତର ପ୍ରଦେଶ ପୋଲିସ ପୁରା ସହରରେ ଖାନ ତଲାସି ଆରମ୍ଭ କରି ଦେଇଥିଲା ।

ଆଉ ଏହିପରି ଖୋଲତାଡ ଓ ଯାଞ୍ଚ ଚାଲିଥିବା ବେଳେ ସନ୍ଦେହ ଘେରରେ ଆସିଥିଲେ ଫିରୋଜାବାଦର ଏହି ଶିକ୍ଷୟତ୍ରୀ କରିସ୍ମା । ଯାହାପରେ କରିସ୍ମାଙ୍କୁ ଯାଞ୍ଚ କରିଥିଲା ପୋଲିସ । ପ୍ରଥମେ ତଲାସି ବେଳେ ଜିନ୍ସ ପିନ୍ଧିଥିବା ଏହି ମହିଳା ଶିକ୍ଷୟତ୍ରୀଙ୍କ ପ୍ଯାଣ୍ଟରୁ କିଛି ବି ବାହାରି ନଥିଲା । ଯାହାପରେ ତାଙ୍କ ଦେହରେ ହାତ ମାରି ଖୋଜାଖୋଜି କରିଥିଲା ପୋଲିସ ।

ଏଥିପାଇଁ ମହିଳା ପୋଲିସଙ୍କୁ ଯାଞ୍ଚ କରିବାକୁ ଦିଆ ଯାଇଥିଲା । ଆଉ କିଛି ସମୟ ଭଲ ଭାବେ ତଲାସ କରିବା ପରେ ଏହି ଶିକ୍ଷୟତ୍ରୀ ପିନ୍ଧିଥିବା ଜିନ୍ସ ପ୍ଯାଣ୍ଟ ଭିତରୁ ଗୋଟିଏ ଦେଶୀ ବନ୍ଧୁକ ବାହାର କରିଥିଲେ ମହିଳା ପୋଲିସ କନେଷ୍ଟବଳ । ଆଉ ଶିକ୍ଷୟତ୍ରୀଙ୍କୁ ପୋଲିସ ଯାଞ୍ଚ କରୁଥିବା ସମୟର ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ପରେ ପୋଲିସ ଶିକ୍ଷୟତ୍ରୀ କରିସ୍ମାଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ତେବେ ମହିଳା ଶିକ୍ଷୟତ୍ରୀ ଜଣକ ତାଙ୍କ ପାଖେ ଏହି ବନ୍ଧୁକ କଣ ପାଇଁ ରଖିଥିଲେ ଓ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ଏବଂ କେଉଁଠୁ ସେ ଏହି ବନ୍ଧୁକ ଆଣିଲେ ସେନେଇ ଖୋଲତାଡ ଜାରି ରଖିଛି ଉତ୍ତର ପ୍ରଦେଶ ପୋଲିସ । ଜଣେ ଶିକ୍ଷୟତ୍ରୀ ନିଜ ପାଖେ ଏପରି ମାରଣାସ୍ତ୍ର ରଖିବା ସତରେ କେତେ ବିପଦଜନକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।