ମିଥୁନ ରାଶି (Gemini) August 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ କରିବେ ପ୍ରତିକାର ?

ଜ୍ଯୋତିଷ ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତି ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଯାହାଫଳରେ ଆମ ଜୀବନରେ ସୁଖ ଏବଂ ଦୁଃଖ ଲାଗି ରହିଥାଏ । ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ଭାଗ୍ୟ, ଭବିଷ୍ୟତ ଓ ସ୍ଵଭାବ ବିଷୟରେ ଅନେକ କିଛି ଜାଣି ହୁଏ । ସେହି ଅନୁସାରେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମିଥୁନ ରାଶି ପାଇଁ ୨୦୨୨ ଅଗଷ୍ଟ ମାସଟି କିପରି ଫଳ ପ୍ରଦାନ କରିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିବେ ।

ଜୀବନର ବିଭିନ୍ନ କ୍ଷେତ୍ରରେ ମିଥୁନ ରାଶିର ଲୋକଙ୍କ ପାଇଁ ୨୦୨୨ ଅଗଷ୍ଟ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାସଟି ଆପଣଙ୍କୁ କିଛି ଅସୁବିଧାରେ ପକାଇପାରେ । ଏଭଳି ପରିସ୍ଥିତିରେ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଚେତନ ରହିବା ଆବଶ୍ୟକ ରହିଛି । ଶିକ୍ଷାକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଟିକେ ଅସୁବିଧାର ସମୁଖୀନ ହେବାକୁ ପଡିପାରେ । କିନ୍ତୁ ଏହି ମାସରେ ଆପଣଙ୍କ ଆର୍ଥିକ ସ୍ଥିତି ବେଶ ଉତ୍ତମ ରହିବ ।

ଅନ୍ୟପଟେ ଘରର ଗୁରୁଜନଙ୍କ ପୁରନ୍ନ ସମର୍ଥନ ଆପଣ ପାଇବେ । ଆପଣଙ୍କୁ ପ୍ରେମ ସମ୍ବନ୍ଧକୁ ନେଇ ମଧ୍ୟ କିଛି ଅସୁବିଧାରେ ପଡ଼ିପାରନ୍ତି । ସେଥିପାଇଁ ନିଜ ପ୍ରେମିକ କିମ୍ବା ପ୍ରେମିକାଙ୍କ ସହ କଥାବାର୍ତ୍ତା ବେଳେ ନିଜ କ୍ରୋଧ ଓ ବାଣୀକୁ ନିୟନ୍ତ୍ରଣରେ ରଖିବା ଆପଣଙ୍କ ପାଇଁ ଉଚିତ ହେବ ।

କ୍ଯାରିୟର ଦୃଷ୍ଟିରୁ ମିଥୁନ ରାଶିର ଲୋକଙ୍କ ପାଇଁ ମାସଟି ସକାରାତ୍ମକ ଫଳ ପ୍ରଦାନ କରିବ । ଏହି ସମୟ ମଧ୍ୟରେ ଆପଣ ନିଜ ପରିଶ୍ରମର ଫଳ ନିଶ୍ଚୟ ପାଇବେ । ଅଗଷ୍ଟ ମାସର ପ୍ରଥମ ୧୫ଦିନ ଆପଣଙ୍କ ପାଇଁ ବେଶ ଭଲ ପ୍ରମାଣିତ ହେବ । ଯେଉଁମାନେ ନୂତନ ଚାକିରି ଖୋଜୁଛନ୍ତି ସେମାନେ ଏହି ସମୟରେ ନୂତନ ଚାକିରି ପାଇବାର ସମ୍ଭାବନା ଅଧିକ ରହିଛି । ଏହି ମାସରେ ଆପଣଙ୍କ କାର୍ଯ୍ୟରେ ଆସୁଥିବା ପ୍ରତିବନ୍ଧକରୁ ଆପଣ ମୁକ୍ତି ପାଇପାରିବେ ।

ବ୍ୟବସାୟରେ ମଧ୍ୟ ସକାରାତ୍ମକ ଫଳାଫଳ ମିଳିବ । ଏହି ସମୟରେ ଆପଣ କୌଣସି ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିବା କଥା ଯୋଜନା କରିପାରନ୍ତି । ଏହି ସମୟରେ ଆପଣଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ଶିକ୍ଷାକ୍ଷେତ୍ରରେ ଥିବା ଛାତ୍ର-ଛାତ୍ରୀଙ୍କ ଉପରେ ସେମାନଙ୍କ ପିତାମାତାଙ୍କ ଆଶୀର୍ବାଦ ସର୍ବଦା ରହିବ ।

କିଛି କ୍ଷେତ୍ରରେ ବିଫଳତାର ସମୁଖୀନ ହୋଇପାରନ୍ତି କିନ୍ତୁ ପୂର୍ବାପେକ୍ଷା ଆତ୍ମବିଶ୍ଵାସ ଅଧିକ ବୃଦ୍ଧି ପାଇବ ଓ ସାହାସର ସହ ସବୁ ସମସ୍ୟାର ସମୁଖୀନ କରିବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ବେଶ ଭଲ ରହିବ ଓ ପରସୋର ମଧ୍ୟରେ ପ୍ରେମ ବୃଦ୍ଧି ପାଇବ । ସେହିପରି ପରିବାରରେ ମଧ୍ୟ ଏକତା ଭାବନା ସୃଷ୍ଟି କରିବାରେ ଆପଣ ସକ୍ଷମ ହେବେ । ତଥାପି ନିଜ ଆଚାର ବ୍ୟବହାରକୁ ନେଇ ଜାଗ୍ରତ ରହିବା ଆପଣଙ୍କ ପାଇଁ ଉତ୍ତମ ହେବ ।

ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ତାଙ୍କୁ ୧୧ଟି ଦୁବ ଅର୍ପଣ କରି ଲଡୁ ଭୋଗ ଲଗାନ୍ତୁ । ଶନିବାର ଦିନ ସନ୍ଧ୍ୟାରେ ଏକ ଓସ୍ତ ଗଛମୂଳେ ସୋରିଷ ତେଲର ଦୀପ ଜାଳନ୍ତୁ । ଦେଖିବେ ଯାହା ସବୁ ଅଶୁଭ ରହିଛି ତାହା ନିଶ୍ଚିତ ଭାବେ ଖଣ୍ଡନ ହେବ ଓ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।