ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ Draupadi Murmu ଙ୍କୁ ମିଳିଲା ଗାର୍ଡ ଅଫ୍ ଅନର୍, ଜାଣନ୍ତୁ କଣ ପାଇଁ ରାଷ୍ଟ୍ରପତିଙ୍କୁ ଦିଆଯାଏ ଏହି ବିଶେଷ ସମ୍ମାନ

ଗାର୍ଡ ଅଫ୍ ଅନର୍ ଏପରି ଏକ ସମ୍ମାନ ଅଟେ ଯାହା କୌଣସି ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ଦିଆ ଯାଇଥାଏ । ଦେଶର ରାଷ୍ଟ୍ରପତିଙ୍କ ଆଗମନରେ ସର୍ବଦା ଗାର୍ଡ ଅଫ୍ ଅନର୍ ସମ୍ମାନ ପ୍ରଦାନ କରାଯିବାର ନିୟମ ରହିଛି । ସେହିପରି ଦେଶର ସର୍ବୋଚ୍ଚ ପଦବୀରେ ନିୟୋଜିତ ହୋଇଥିବା ଓଡିଶା ଝିଅ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁଙ୍କୁ ଆଜି ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍ ଅନର୍ ସମ୍ମାନରେ ସମ୍ମାନିତ କରାଯାଇଛି ।

ସକାଳେ ଶ୍ରୀମତି ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ସମାରୋହରେ ଅନେକ ବରିଷ୍ଠ ବ୍ୟକ୍ତିବିଶେଷ ଓ ଦ୍ରୌପଦୀଙ୍କ ପ୍ରିୟଜନ ଉପସ୍ଥିତ ଥିଲେ । ଏହାପରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସ୍ଵାଗତ ଜଣା ଯାଇଥିଲା । ଯେଉଁଥି ପାଇଁ ତାଙ୍କୁ ଗାର୍ଡ ଅଫ୍ ଅନର୍ ସମ୍ମାନ ପ୍ରଦାନ କରାଯାଇଛି ।

ରାଷ୍ଟ୍ରପତି ଭବନରେ ସେ ଗାର୍ଡ ଅଫ୍ ଅନର୍ ସମ୍ମାନ ପାଇବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସୁପ୍ରିମ ଶ୍ରୀମତୀ ସୋନିଆ ଗାନ୍ଧୀ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମେତ ଦେଶର ଅନେକ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଜଳ, ସ୍ଥଳ ଓ ବାୟୁ ତିନୋଟି ସେନାର ଅଧିକାରୀ ଓ ସୈନ୍ୟମାନେ ଏହି ସଭାରେ ମହାମହିମଙ୍କୁ ଅଭିନନ୍ଦନ ଓ ସମ୍ମାନ ଜଣାଇଥିଲେ । ରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ପଦବୀ ଅଟେ । ରାଷ୍ଟ୍ରପତିଙ୍କୁ ଦେଶର ପ୍ରଥମ ନାଗରିକ ଭାବେ ବିବେଚନା କରାଯାଏ ।

ଏହାସହ ରାଷ୍ଟ୍ରପତି ଜଳ, ସ୍ଥଳ ଓ ବାୟୁ ତିନୋଟି ଯାକ ସେନାର ସର୍ବୋଚ୍ଚ କମାଣ୍ଡର ମଧ୍ୟ ଅଟନ୍ତି । ପୂର୍ବତନ ରାଷ୍ଟ୍ରପତି ଶ୍ରୀଯୁକ୍ତ ରମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି ଓ ଏନଡ଼ିଏ ପ୍ରାର୍ଥୀ ଭାବେ ସର୍ବୋଚ୍ଚ ଭୋଟରେ ନିର୍ବାଚିତ ହୋଇ ଦେଶର ସର୍ବୋଚ୍ଚ ଆସନ ଗ୍ରହଣ କରିଛନ୍ତି ଓଡିଶା ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ସେ ହେଉଛନ୍ତି ପ୍ରଥମ ଓଡିଆ ଯିଏ କି ରାଷ୍ଟ୍ରପତି ଆସନ ଗ୍ରହଣ କରିଛନ୍ତି ।

ଏହା ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡ ରାଜ୍ୟର ରାଜ୍ୟପାଳ ଭାବେ ମଧ୍ୟ ନିୟୋଜିତ ହୋଇଥିଲେ ଓ ଦୁଇଥର ବିଧାୟକ ମଧ୍ୟ ହୋଇଥିଲେ ଏବଂ ବିଜେଡି ଓ ବିଜେପି ମେଣ୍ଟର ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ଜୀବନରେ ଅନେକ ଦୁଃଖ କଷ୍ଟର ସାମ୍ନା କରି ପଙ୍କରୁ ପଦ୍ମ ଉଠିବା ଭଳି ଉପରକୁ ଉଠି ପାରିଛନ୍ତି ଏହି ମହାନ ଓଡିଆ ଝିଅ । ଯାହାଙ୍କ ନାମ ଦେଶର ଏବଂ ରାଜ୍ୟର ଇତିହାସରେ ଚିରଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଉଲ୍ଲେଖ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।