“Babushan ଙ୍କ ବ୍ୟକ୍ତିଗତ ଜୀବନ ଆଉ ତାଙ୍କର ନୁହେଁ ସେ ଆମ ପ୍ରପର୍ଟି” Babushan-Prakruti ବିବାଦରେ ଏମିତି କାହିଁକି କହିଲେ ବରିଷ୍ଠ ଅଭିନେତା Pradyumna Lenka

ଅଭିନେତା ବାବୁଶାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଯେଉଁ ବିବାଦ ଲାଗି ରହିଛି ସେଥିରେ ନିଜ ମତ ରଖିଛନ୍ତି ଓଲିଉଡର ଦିଗଜ ଅଭିନେତା ଏବଂ ପ୍ରଯୋଜକ ପ୍ରଦ୍ଯୁମ୍ନ ଲେଙ୍କା । ବାବୁଶାନ ଓ ପ୍ରକୃତିଙ୍କ ବିବାଦକୁ ସେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସେ କହିଛନ୍ତି କି, ଏଭଳି ଘଟଣା ଘଟିବାର ନଥିଲା । ଏମିତି ଏକ ଘଟଣା ଆମ ଫିଲ୍ମ ଇଣ୍ଡଷ୍ଟ୍ରିକୁ, କଳା ଜଗତ ସହ ଜଡିତ ଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଏବଂ କଳାକାର ମାନଙ୍କୁ ଭଲ ପାଉଥିବା ସମସ୍ତ ଓଡିଶାବାସୀ ସମସ୍ତଙ୍କୁ ଏହା ବ୍ୟଥିତ ଏବଂ ମର୍ମାହତ କରିଛି ।

ମୁଁ ମଧ୍ୟ ସେହିଭଳି ଖୁବ ଦୁଃଖିତ ଏବଂ ମର୍ମାହତ ହୋଇଛି । କାରଣ ସେହି ଦୁଇଟି ଯାକ ପରିବାର ସହ ମୁଁ ଓତଃପ୍ରୋତ ଭାବେ ଜଡିତ । ଉତ୍ତମ ମହାନ୍ତି ଜଣେ ଆଗଧାଡିର ନାୟକ ଥିଲେ । ତାଙ୍କ ସମୟରୁ ହିଁ ମୁଁ ପ୍ରଯୋଜନା ଆରମ୍ଭ କରିଥିଲି ଓ ଆମେ ଏକାଠି କାମ କରିଛୁ । ଓଡିଶା ଫିଲ୍ମ ଜଗତକୁ ତାଙ୍କର ଅନେକ ଅବଦାନ ରହିଛି । କହିବାକୁ ଗଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଜି ଯେଉଁଠି ପହଞ୍ଚିଛି ସେଥିପାଇଁ ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଭୂମିକା ଅଗ୍ରଗଣ୍ୟ ।

ମୁଁ ଅଭିନୟ ଏବଂ ପ୍ରଯୋଜନାରେ ସେମାନଙ୍କ ଠାରୁ ଅନେକ ସାହାଯ୍ୟ ସହଯୋଗ ପାଇଛି । ଆଉ ସେହିଭଳି ଏକ ପରିବାରର ହୋଇ ବାବୁଶାନ ମହାନ୍ତି ଏପରି କରିବା ନିହାତି ଭାବେ ବହୁତ ଦୁଃଖର କଥା । ବାବୁଶାନ ଏବେ ଖାଲି ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ପୁଅ ହୋଇନାହାନ୍ତି ବରଂ ସେ ଚଳଚ୍ଚିତ୍ର ଜଗତର ଜଣେ ପୁଅ । ତାଙ୍କ ମାଧ୍ୟମରେ ଓଡିଆ ଚଳଚ୍ଚିତ୍ର ଆଗକୁ ବଢିବାର ପ୍ରକ୍ରିୟା ଚାଲିଛି ।

ସେ କେବଳ ନିଜ ପରିବାର ପାଖରେ ସୀମିତ ହୋଇନାହାନ୍ତି ବରଂ ଚଳଚ୍ଚିତ୍ର ପ୍ରେମୀ ସମସ୍ତ ରାଜ୍ୟବାସୀ ଓ ଇଣ୍ଡଷ୍ଟ୍ରି ପାଖରେ ସେ ଅଛନ୍ତି, ଯାହାକୁ ନେଇ ଆମେ ଗର୍ବ କରୁ । କିନ୍ତୁ ଏଭଳି ଘଟଣା ବହୁତ କଷ୍ଟ ଲାଗିଲା । ଓଡିଆ ଚଳଚ୍ଚିତ୍ର ଜଗତ ବହୁ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି । ବହୁ କଳାକାରମାନେ ଚାଲିଗଲେ, ଦୁଃସମୟ ଚାଲିଛି । ଓଡିଆ ଇଣ୍ଡଷ୍ଟ୍ରି ଏବେ ଯେଉଁଠି ଅଛି ତାହା ଉଠିବାକୁ ହେଲେ ବାବୁଶାନ ମହାନ୍ତିଙ୍କ ଦରକାର ରହିଛି । ସେ ବହୁତ ଭଲ ଅଭିନେତା ଓ ମୁଁ ତାଙ୍କ ସହ କାମ କରିଛି ।

ତେଣୁ ମୁଁ ଗଣମାଧ୍ୟମ ଜରିଆରେ ତାଙ୍କ ନିକଟରେ ଅପିଲ କରୁଛି ସେ କୌଣସି ବିବାଦରେ ପଡନ୍ତୁ ନାହିଁ । ଓଡିଆ ଚଳଚ୍ଚିତ୍ର ଜଗତକୁ ଉଦ୍ଧାର କରୁନ୍ତୁ । ତାଙ୍କ ବ୍ୟକ୍ତିଗତ ଜୀବନ ଏବେ ଆଉ ତାଙ୍କର ନୁହେଁ । ସେ ହେଉଛନ୍ତି ରିଜିଓନାଲ ପ୍ରପର୍ଟି । ତେବେ ପ୍ରଦ୍ଯୁମ୍ନ ଲେଙ୍କାଙ୍କ ଏହିଭଳି ମନ୍ତବ୍ୟ ଆପଣଙ୍କୁ କେମିତି ଲାଗିଲା ମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।