ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ପୂର୍ବ ଜନ୍ମର ପୂଣ୍ୟର ଫଳ ଏହି ଜନ୍ମ ରେ ପାଇବା ପାଇଁ ପ୍ରତିଦିନ କରନ୍ତୁ ଏହି 4 ଟି କାମ- Krishna Vani

ଆଜିକାଲି ଏହି ଦୁନିଆରେ ଏବେ ସୁଖ ଓ ଶାନ୍ତି କୁଆଡେ ପଳେଇଗଲା ଭଳି ଲାଗୁଛି କାରଣ ହେଉଛି ଆମର କର୍ମର ଫଳ ଯାହା ଦ୍ଵାରା ଆମେ ଭଲ କରିଥିଲେ ଭଲ ଓ ଖରାପ କରିଥିଲେ ଖରାପ ଭୋଗ କରିଥାଉ । କିନ୍ତୁ ଶାସ୍ତ୍ରରେ କିଛି ଉପାୟ କୁହା ଯାଇଛି ଯାହା ଆମେ କରିବା ଦ୍ଵାରା ଆମେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇ ପାରିବୁ । ପୂର୍ବ ଜନ୍ମର କର୍ମର ଫଳକୁ ପ୍ରାରର୍ଦ୍ଧ ଓ ଏହି ଜନ୍ମର କର୍ମର ଫଳକୁ ପୁରୁଷାର୍ଥ କୁହା ଯାଏ ।

ଯଦି କୌଣସି ବ୍ୟକ୍ତି ଏହି ଜନ୍ମରେ ପୂଣ୍ୟ ଫଳ ପ୍ରାପ୍ତ କରିବାକୁ ଚାହୁଁଥିବା ତେବେ ତାକୁ ପ୍ରଥମେ ପୁରୁଷାର୍ଥ କରିବାକୁ ପଡିଥାଏ । ଏହା ଯଦି ଆପଣ ନକରୁଛନ୍ତି ତେବେ ଆପଣ କରିଥିବା ପୂର୍ବ ଜନ୍ମର ପୂଣ୍ୟ ଫଳ ମିଳିନଥାଏ । ବୁଦ୍ଧିମାନ ବ୍ୟକ୍ତି ଓ କର୍ମବ୍ରତ ଲୋକେ ପୁରୁଷାର୍ଥକୁ ହିଁ ବଡ ବୋଲି ମାନିଥାନ୍ତି । କିନ୍ତୁ ଅଳସୁଆ କର୍ମଠ ଲୋକେ ପ୍ରାରବଧକୁ ହିଁ ସବୁ କିଛି ମାନିଥାନ୍ତି ।

ଯଦି ଫଳ ଆପଣ ଚାହୁଁଥାନ୍ତି ତେବେ ଭାଗ୍ୟ ଓ କର୍ମ ସାଥ ଦେବା ଦରକାର କିନ୍ତୁ କିଛି ଲୋକ ଏହା ଉପରେ ଧ୍ୟାନ ଦେଇନଥାନ୍ତି । ଦିନ ରାତି ପରିଶ୍ରମ କଲାପରେ ମଧ୍ୟ ତାଙ୍କୁ ତାଙ୍କର ଫଳ ମିଳିନଥାଏ । କିଛି ଏମିତି କର୍ମ ଅଛି ଯାହା ଆପଣ କରିବା ଦ୍ଵାରା ଆପଣ ନିଶ୍ଚିନ୍ତ ଫଳପ୍ରଦ ହେବ ।ଓସ୍ଥ ଗଛର ପୂଜା କରିବା ନିହାତି ଦରକାର ଓ ଏହାକୁ ପୂଜା କରିବା ଦ୍ଵାରା ୧୦୦ବର୍ଷ ପୂଣ୍ୟ ଫଳ ମିଳିଥାଏ ଏହାର ପୂଜା କରିବା ଦ୍ଵାରା ପୂର୍ବ ଜନ୍ନର କର୍ମ ର ଫଳ ମିଳିଥାଏ ।

ଯଦି ଆପଣ ଏହା ତଳେ ବସି ମନ ଧ୍ୟାନ ଦେଇ ପୂଜା କରନ୍ତି ବା ଡାକନ୍ତି ତେବେ ନିଶ୍ଚିତ ମନସ୍କାମନା ପୂର୍ଣ ହେବା ସହିତ ଭଲ ଫଳ ମିଳିଥାଏ । ସବୁଠୁ ବଡ କଥା ହେଉଛି ବୃଦ୍ଧ ଓ ବୃଦ୍ଧି ମାଙ୍କର ସେବା । ଶାସ୍ତ୍ରରେ କୁହାଯାଇଛି ସେମାନେ ହେଉଛନ୍ତି ଚଳନ୍ତି ଦେବତା ତେଣୁ କରି ତାଙ୍କର ସେବା କରିବା ନିହାତି ଦରକାର ଓ ଏହା କରିବା ଦ୍ଵାରା ଅଶେଷ କୃପା ମିଳିବା ସହିତ ତାଙ୍କ ଜୀବନରେ ନିରାସା ଦୂରେଇଯିବ । ଘରକୁ ସଦାବେଳେ ସୁଖ ଓ ଶାନ୍ତି ସର୍ବଦା ରହିବା ସହିତ ଯଦି ପୁରୁଷାର୍ଥ କରିବା ସମୟରେ ପିତା ଓ ମାତାଙ୍କ ସେବା କରିବା ଦ୍ଵାରା ଆପଣଙ୍କୁ ପୂର୍ବ ଜନ୍ମର କର୍ମ ଫଳ ମିଳିଥାଏ ।

ଆପଣ ଯେଉଁ କାମରେ ଯାନ୍ତୁ ନା କାହିଁକି ଯଦି ପିତା ଓ ମାତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଗଲେ ସବୁ କାମରେ ସଫଳ ମିଳିବ । ସୂର୍ଯ୍ୟଙ୍କୁ ପ୍ରତି ଦିନ ଜଳ ଅର୍ପଣ କରିବା ଦ୍ଵାରା ବହୁତ ଭଲ ଫଳ ମିଳିଥାଏ କାରଣ କେତେ ସଂସାର ଭାଙ୍ଗି ଓ କେତେ ସଂସାର ଯୋଡି ହୋଇଛି କିନ୍ତୁ ସୂର୍ଯ୍ୟ ଦେବତା ସେହିପରି ରହିଛନ୍ତି ।

ସେଥିପାଇଁ ସୂର୍ଯ୍ୟ ଦେବତାଙ୍କୁ ସମସ୍ତଙ୍କର ପୂର୍ବ ଜନ୍ମର କର୍ମ ଫଳ ଜାଣିଛନ୍ତି । ତେଣୁକାରୀ ପୂର୍ବ ଜନ୍ମର କର୍ମ ଫଳ ପାଇବା ପାଇଁ ହେଲେ ଆପଣଙ୍କୁ ସୂର୍ଯ୍ୟ ନିତ୍ୟ ପାଣି ଦେବା ଉଚିତ ଏହା ଦ୍ଵାରା ନିଶ୍ଚିନ୍ତ ଫଳ ପାଇବେ । ଦାନ ହେଊଛି ମଧ୍ୟ ଏକ ମହତ୍ୟ କାର୍ଯ୍ୟ । ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି ଯେ ଦାନ ହେଉଛି ସର୍ବଶ୍ରେଷ୍ଠ ପୂଣ୍ୟ କାର୍ଯ୍ୟ ଅଟେ । ଦାନ କରିବା ଦ୍ଵାରା ବହୁତ ଦୋଷ ନଷ୍ଟ ହୋଇଥାଏ ଓ ଦାନ ଦ୍ଵାରା ମଧ୍ୟ ଲକ୍ଷ୍ମୀମାତା ବହୁତ ଖୁସି ହୋଇଥାନ୍ତି । ସେଥିପାଇଁ ଯଦି ଆପଣ ଲକ୍ଷ୍ମୀମାତାଙ୍କ ଆଶ୍ରିବାଦ ଓ ପୂର୍ବ ଜନ୍ମର କର୍ମ ଫଳ ପାଇବା ପାଇଁ ଚାହାନ୍ତି ତେବେ ନିତ୍ୟ ଦାନ କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।