ଗ୍ଯାସ, କବଜ ଓ କୋଷ୍ଠକାଠିନ୍ୟ ଭଳି ସମସ୍ଯା ସବୁଦିନ ପାଇଁ ଗାୟବ ହୋଇଯିବ, କେବଳ ଥରେ କରି ଦେଖନ୍ତୁ ଏହି ଘରୋଇ ଉପଚାର (Health Tips)

ଗ୍ଯାସ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ଯା ପିଲାଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଦେଖା ଦେଇଥାଏ । ଠିକ ଭାବେ ପେଟ ସଫା ହୋଇ ନ ପାରିଲେ ଏହି ସମସ୍ଯା ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଗ୍ଯାସ ଏବଂ କୋଷ୍ଠକାଠିନ୍ୟ ଭଲ କରିବା ପାଇଁ ଏକ ଚମତ୍କାରୀ ଘରୋଇ ଉପାୟ ନେଇ ଆସିଛୁ । ଯାହା ପିଲାଙ୍କ ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ପ୍ରୟୋଗ କାରିପାରିବେ । ଆପଣ ଏହି ଉପଚାରକୁ ନିଶ୍ଚୟ ଥରେ କରି ଦେଖନ୍ତୁ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ ଅଳସି ବା ଫ୍ଲାକ ସିଡସ୍ । ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଆମ ପେଟ ସଫା କରିବା ସହ କବଚ ଭଳି ସମସ୍ୟାକୁ ଦୂର କରିଥାଏ । ଦ୍ଵିତୀୟରେ ଆପଣଙ୍କୁ ଆବଶ୍ୟକ ହେବ ପାନମଧୁରୀ । ପାନମଧୁରୀ ଆମ ହଜମ ଶକ୍ତିଙ୍କୁ ବଢାଇବା ସହ ପେଟ ଗ୍ଯାସ ହେବା କଟିବାରୁ ମଧ୍ୟ ଉପଶମ ଦେଇଥାଏ । ଆପଣ ଏହି ଉପଚାରକୁ ପ୍ରଥମେ ଅଳ୍ପ ବନେଇ ପ୍ରୟୋଗ କରି ଦେଖନ୍ତୁ ।

ଏହାପରେ ଆପଣଙ୍କୁ ଲାଭଦାୟୀ ଲାଗିଲେ ଏହାକୁ ଅଧିକ ପରିମାଣରେ ବନେଇ ଆପଣ ଅନେକ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ । ଏହା ଆପଣଙ୍କ ପେଟ ଜଳାପୋଡା ହେବା, ଗ୍ଯାସ ହେବା, ଫୁଲି ରହିବା ଓ କୋଷ୍ଠକାଠିନ୍ୟ ଆଦି ସମସ୍ଯାକୁ ସବୁଦିନ ପାଇଁ ଭଲ କରିଦେବ । ଏହାର ସେବନ ଆପଣ ପ୍ରତିଦିନ କରିପାରିବେ ।

ଆପଣ ଗ୍ଯାସରେ ଏକ ପ୍ୟାନ ଗରମ କରନ୍ତୁ ଓ ସେଥିରେ ଦୁଇ ଚାମୁଚ ଅଳସି ଓ ଦୁଇ ଚାମୁଚ ପାନମଧୁରୀ ପକେଇ ଭଲ ଭାବେ ଭାଜନ୍ତୁ । ଦେଖିବେ ଅଳସି ସବୁ ଫୁଟିଯିବ ଓ ପାନମଧୁରୀ ବି ହାଲୁକା ରଙ୍ଗ ପରିବର୍ତ୍ତନ କରିବ । ଏହାପରେ ଆପଣ ଗ୍ଯାସ ବନ୍ଦ କରି ଏହାକୁ ଆଉ ଏକ ପାତ୍ରରେ କାଢି ଦିଅନ୍ତୁ । ଏହାକୁ ଆପଣ ଦୁଇଟି ଉପାୟରେ ସେବନ କରିପାରିବେ । ଭଜୀ ରଖିଥିବା ଅଳସି ଓ ପାନମଧୁରୀକୁ ଆପଣ ଏହିଭଳି ଷ୍ଟୋର କରି ରଖିପାରିବେ ।

ପ୍ରଥମ ଉପାୟଟି ହେଉଛି ଖାଦ୍ଯ ଖାଇ ସାରିବା ପରେ ଆପଣ ଏହାକୁ ଅଳ୍ପ ପାଟିରେ ପକାଇ ଚୋବେଇ ଚୋବେଇ ଖାଆନ୍ତୁ । ନଚେତ ଏହାକୁ ଗୁଣ୍ଡ କରି ଖାଇ ସାରିବା ପରେ ଗୁଣ୍ଡରୁ ଏକ ଚାମୁଚ ଖାଇ ଆପଣ ଉଷୁମ ପାଣି ପିଇ ପାରିବେ ।

କିନ୍ତୁ କବଜ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏକ ଗ୍ଳାସ ପାଣି ଗରମ କରି ସେଥିରେ ଏହି ଗୁଣ୍ଡରୁ ଏକ ଚାମୁଚ ପକାଇ ୧୦ମିନିଟ ଛାଡି ଦିଅନ୍ତୁ ଓ ଏହାକୁ ଉଷୁମ ଉଷୁମ ସେବନ କରନ୍ତୁ । ଦେଖିବେ ଆପଣଙ୍କ ପେଟ ଭଲ ଭାବେ ସଫା ହେବ ଓ ଏହି ସମସ୍ତ ସମସ୍ଯା ଏକାଥରେ ଦୂର ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।