ଯେଉଁମାନଙ୍କ ଖାତାରେ ସବ୍ସିଡୀ ଆସୁଛି କି ଯାହାର ଆସୁ ନାହିଁ ଦୁଇଜଣଙ୍କ ପାଇଁ ହିଁ ବହୁତ ବଡ ଖୁସିଖବର

ପ୍ରାୟତଃ ସମସ୍ତେ ନିଜର ରୋଷେଇ ଘରେ ଏଲପିଜି ଗ୍ୟାସ ବ୍ୟବହାର କରିଥାନ୍ତି ଓ ଏହି ଗ୍ୟାସ ଆମ ପାଖରେ ଏକ ସିଲିଣ୍ଡର ମାଧ୍ୟମରେ ଉପଲବ୍ଧ ହୋଇଥାଏ । ଏହି ସିଲିଣ୍ଡର କ୍ରୟ କରିବା ପରେ ଯେଉଁ ସବ୍ସିଡୀ ମିଳିଥାଏ ତାହା ସିଧା ଆମର ବ୍ୟାଙ୍କ ଖାତାକୁ ଚାଲିଯାଏ । କିନ୍ତୁ କେତେକ ଗ୍ରାହକ ଏମିତି ବି ଅଛନ୍ତି ଯେଉଁମାନଙ୍କ ଖାତାରେ ସିଲିଣ୍ଡର ସବ୍ସିଡୀ ପହଞ୍ଚି ନ ଥାଏ ଓ ଏମିତିରେ ସେମାନେ ନିଜର ସବ୍ସିଡୀର ସମସ୍ୟାକୁ ସମଧାନ କରିବା ପାଇଁ ଗ୍ୟାସ ଅଫିସ ଯାଇ ଯାଇ ଚିନ୍ତିତ ହୋଇ ଯାଆନ୍ତି ।

ଏହା ସହିତ ବିଭିନ୍ନ ଅସୁବିଧାର ବି ସମ୍ମୁଖୀନ ହେଇଥାନ୍ତି ଓ ଏହା ଏକ ବହୁତ ବଡ ସମସ୍ୟା ବି ଅଟେ । ତେବେ ବର୍ତ୍ତମାନ ମୋଦୀ ସରକାର ଏହି ସମସ୍ୟାର ସମଧାନ ବାହାର କରି ଦେଇଛନ୍ତି । କହିବାକୁ ଗଲେ ସେ ଏଥିପାଇଁ ଅନଲାଇନ ସେବା ଆରମ୍ଭ କରିଛନ୍ତି । ସିଲିଣ୍ଡର ଗ୍ରାହକମାନଙ୍କ ପାଇଁ ମୋଦୀ ସରକାର ଏକ ନୂଆ ସେବାର ଘୋଷଣା କରିଛନ୍ତି କି ଯେଉଁ ଲୋକମାନେ ବାରମ୍ବାର ଅଫିସ ଯାଇ ଚିନ୍ତିତ ହୋଇ ଯାଇଛନ୍ତି ସେମାନଙ୍କ ପାଇଁ ମୋଦୀ ସରକାର ଗ୍ୟାସ ସିଲିଣ୍ଡର ସହ ଜଡିତ ସମସ୍ତ ସେବା ଅନଲାଇନ କରି ଦେଇଛନ୍ତି ।

ମାନେ ଯଦି ଆପଣଙ୍କୁ ନିଜ ଗ୍ୟାସ ସିଲିଣ୍ଡରର ସବ୍ସିଡୀ ବିଷୟରେ ଜାଣିବାର ଅଛି କିମ୍ବା ପୁଣି ଆପଣଙ୍କୁ ନିଜର ଗ୍ୟାସ ସିଲିଣ୍ଡର ସହ ଜଡିତ କୌଣସି ବି ସମସ୍ୟାର ସମାଧାନ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ମୋଦୀ ସରକାର ଅନଲାଇନ ସେବା ଆରମ୍ଭ କରିଛନ୍ତି । ଯେଉଁ ଲୋକମାନେ ବାରମ୍ବାର ଗ୍ୟାସ ଅଫିସ ଯାଇ ଚିନ୍ତିତ ହୋଇ ଯାଇଛନ୍ତି, ସେମାନେ ଏହି ଅନଲାଇନ ସେବା ମଧ୍ୟମରେ ଘରେ ବସି ନିଜର ସବ୍ସିଡୀକୁ ଚେକ କରି ପାରିବେ । ଏହା ଛଡା ଆପଣ ନିଜର ଗ୍ୟାସ ସିଲିଣ୍ଡରର ଠିକଣା ବି ଚେଞ୍ଜ କରି ପାରିବେ ।

ଏଥିପାଇଁ ଆପଣଙ୍କ ପାଖରେ ରେଜିସ୍ଟ୍ରେଶନ ଆଇଡ଼ି ଥିବା ଜରୁରୀ ଅଟେ । ଯାହା ମାଧ୍ୟମରେ ଆପଣ ଲଗ ଇନ କରି ଏହି ସମସ୍ତ ସେବାର ଲାଭ ଉଠାଇ ପାରିବେ । ଏଥିପାଇଁ ପ୍ରଥମେ ଆପଣ ନିଜର ସ୍ମାର୍ଟଫୋନର ବ୍ରାଉଜରରେ ଏଲପିଜି ଟାଇପ କରନ୍ତୁ, ବର୍ତ୍ତମାନ ଆପଣଙ୍କୁ ଗ୍ୟାସ କମ୍ପାନୀ ଗୁଡିକର ନାମ ତାହାର ଡାହାଣ ପାର୍ଶ୍ଵରେ ମିଳିବ ଓ ଆପଣଙ୍କୁ ନିଜ କମ୍ପାନୀ ନାମ ଉପରେ କ୍ଲିକ କରିବାର ଅଛି ।

ଏହା ପରେ ଆପଣଙ୍କ ଠାରୁ ଏଲପିଜି ଆଇଡ଼ି ଓ ରେଜିସ୍ଟର୍ଡ ମୋବାଇଲ ନମ୍ବର ମଗାଯିବ । ଏହା ପରେ ଆପଣଙ୍କୁ ଫାଇନେଂଶିୟଲ ଈୟର ଉପରେ ଓକେ କରିବାକୁ ହେବ । ଏହା ପରେ ଆପଣଙ୍କୁ ସମସ୍ତ ବିବରଣୀ ମିଳିପାରିବ, ଯେଉଁଥିରେ ଆପଣଙ୍କୁ ସବ୍ସିଡୀ ରୂପରେ ଆପଣଙ୍କ ଖାତାରେ କେତେ ଟଙ୍କା ଓ କେତେବେଳେ ଆସିଛି, ଏହାର ସୂଚନା ଆପଣଙ୍କୁ ମିଳିଯିବ ।