୨୭ ଏପ୍ରିଲକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବେ ପ୍ରଧାନମନ୍ତ୍ରୀ, ନିଆ ଯାଇପାରେ ଏକ ବଡ ନିଷ୍ପତି

ଦେଶରେ କରୋନା ଭାଇରସର ସଂକ୍ରମଣ ସହ ଯୁଧ୍ୟର ପ୍ରଥମ ଧାଡିରେ ଛିଡା ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ହେଉଥିବା ଆକ୍ରମଣର ମାମଲାକୁ ଦେଖି କେନ୍ଦ୍ର ସରକାର ବୁଧବାର ଦିନ ଏକ ବଡ ନିଷ୍ପତି ନେଇଛନ୍ତି । ବୁଧବାର ଦିନ କେନ୍ଦ୍ରୀୟ କ୍ୟାବିନେଟ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ପାଇଁ ମହାମାରୀ ରୋଗ (ସଂଶୋଧନ) ୨୦୨୦ ଅଧ୍ୟାଦେଶ ଆଣିଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ କି ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷା ସହିତ କୌଣସି ବି ବୁଝାମଣା କରାଯିବ ନାହିଁ ।

ଏହା ସହିତ ଆପଣଙ୍କୁ କହିଦେଉଛୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ଏପ୍ରିଲକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‍ଫ୍ରେଂସିଂଗ ଜରିଆରେ ବି କଥାବାର୍ତ୍ତା କରିବେ । ଏହି ସମୟରେ ଲକଡାଉନ ଉପରେ ଚର୍ଚ୍ଚା କରାଯିବ ଓ ଏହି କଥାର ଅନ୍ଦାଜ ଲଗା ଯାଉଛି କି ଲକଡାଉନ ଉପରେ କୌଣସି ନୂଆ ନିଷ୍ପତ୍ତି ନିଆ ଯାଇପାରେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଟ୍ୱୀଟ କରି ଲେଖିଲେ, ‘ମହାମାରୀ ରୋଗ (ସଂଶୋଧନ) ୨୦୨୦ ଅଧ୍ୟାଦେଶ ସେହି ସ୍ୱାସ୍ଥ୍ୟ ସେବା ସହ ଜଡିତ ପ୍ରତ୍ୟେକ କର୍ମୀଙ୍କ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତା ଜାହିର କରିଥାଏ, ଯେଉଁମାନେ କୋବିଡ – ୧୯ ବିରୁଦ୍ଧରେ ଅଗ୍ରଣୀ ରୂପରେ ଏହି ଯୁଧ୍ୟରେ ଲଢୁଛନ୍ତି । ଆମର ପ୍ରୋଫେଶନଲ୍‍ସର ସୁରକ୍ଷା ସୁନିଶ୍ଚିତ କରିଥାଏ କି ତାଙ୍କର ସୁରକ୍ଷା ସହିତ କୌଣସି ବି ବୁଝାମଣା କରାଯିବ ନାହିଁ ।‘

ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୭ ଏପ୍ରିଲକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‍ଫ୍ରେଂସିଂଗ ଜରିଆରେ କଥାବାର୍ତ୍ତା କରିବେ । ଏହି ସମୟରେ କରୋନା ଭାଇରସର ସଂକ୍ରମଣ ଓ ଲକଡାଉନ ଉପରେ ଚର୍ଚା କରିବେ । କହିଦେଉଛୁ କି ପିଏମ ମୋଦୀ ୩ ମେ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଘୋଷିତ କରିଛନ୍ତି । କହିଦେଉଛୁ କି କରୋନା ଭାଇରସ ବିରୁଦ୍ଧରେ ଯୁଧ୍ୟରେ ସାମିଲ ଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପରେ ଆକ୍ରମଣର ମାମଲାରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ଏକ ଅଧ୍ୟାଦେଶ ମଞ୍ଜୁରୀ ଦେଇଛନ୍ତି ।

ଯେଉଁଥିରେ ତାଙ୍କ ବିରୁଦ୍ଧରେ ହିଂସାକୁ ଅପରାଧ କୁହାଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବେଦକର ଏହାର ସୂଚନା ଦେଇଛନ୍ତି । ସେ କହିଲେ କି ପ୍ରସ୍ତାବିତ ଅଧ୍ୟାଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆଘାତ ପହଞ୍ଚାଇବା, କୌଣସି ବି ସମ୍ପତିକୁ କ୍ଷତି କରିବା ଉପରେ ଜୁର୍ମାନାର ବ୍ୟବସ୍ଥା କରାଯାଇଛି । ପ୍ରକାଶ ଜାବେଦକର ଆଗକୁ କହିଲେ କି ପ୍ରସ୍ତାବିତ ଅଧ୍ୟାଦେଶ ମାଧ୍ୟମରେ ମହାମାରୀ ଅଧିନିୟମ ୧୮୯୭ରେ ସଂଶୋଧନ କରାଯିବ ।

ଏହା ଦ୍ଵାରା ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମୀମାନଙ୍କ ସୁରକ୍ଷା ତଥା ତାଙ୍କର ରହିବା ଏବଂ କାମ କରିବା ସ୍ଥାନକୁ ହିଂସାରୁ ବଞ୍ଚାଇବାରେ ସାହାର୍ଯ୍ୟ ମିଳିବ । ପ୍ରକାଶ ଜାବେଦକର ପତ୍ରକାରଙ୍କୁ କହିଲେ କି ଅଧ୍ୟାଦେଶ ମହାମାରୀ ଅଧିନିୟମ ୧୮୯୭ରେ ସଂଶୋଧନ ପାଇଁ ମଞ୍ଜୁରୀ ଦିଆ ଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବେଦକର ସୂଚନା ଦେଇଛନ୍ତି କି ସ୍ୱାସ୍ଥ୍ୟକର୍ମୀମାନଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିକୁ ଦଣ୍ଡ ଓ ଜୁର୍ମାନା ବି ଲଗାଯିବ । ଆରୋପିକୁ ତିନି ମାସ ଠାରୁ ନେଇ ୫ ବର୍ଷର ଜେଲ ଦଣ୍ଡ, ୫୦ ହଜାର ଟଙ୍କା ଠାରୁ ନେଇ ୩ ଲକ୍ଷ ପର୍ଯ୍ୟନ୍ତ ଜୁର୍ମାନା ହୋଇପାରେ ।