Garud Puran: ଅନ୍ତିମ ସଂସ୍କାର ପରେ ଆତ୍ମା ସହ କଣ ହୋଇଥାଏ ? ଜାଣିଲେ ଆପଣ ଗୋଟାପଣେ ଭୟରେ ଥରିବେ

ଦୁନିଆର ସବୁଠୁ ବଡ ସତ୍ୟ ହେଉଛି ମୃତ୍ୟୁ । ଯାହାକୁ ମଣିଷ ଚାହିଁଲେ ବି ଟାଳି ପାରେନାହିଁ। କୁହାଯାଏ କି ଚିତ୍ରଗୁପ୍ତଙ୍କ ଖାତାରେ ତୁମ ନାମ ଲେଖାଅଛି ମାନେ ତୁମର ମୃତ୍ୟୁ ସୁନିଶ୍ଚିତ । ହିନ୍ଦୁଧର୍ମରେ ମଣିଷର ମୃତ୍ୟୁ ପରେ ରୀତିନୀତି ଅନୁଯାୟୀ ତାଙ୍କର ଶବ ସଂସ୍କାର କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ମଣିଷର ମୃତ୍ୟୁ ପରେ ତାଙ୍କ ଆତ୍ମା ସହ କଣ ହୋଇଥାଏ ? ତେବେ ଆଜି ଆମେ ଆପଣଙ୍କୁ ଏନେଇ ଏମିତି କିଛି କହିବୁ ଯାହା ହୁଏତ ଆପଣ ଆଗରୁ କେବେ ଜାଣି ନଥିବେ ।

ଗରୁଡ ପୁରାଣରେ ଉଲ୍ଲେଖ ରହିଛି କି, ମଣିଷର ମୃତ୍ୟୁ ପରେ ଦୁଇଜଣ ଯମଦୂତ ଆସି ମାତ୍ର 24 ଘଣ୍ଟା ପାଇଁ ତାଙ୍କ ଆତ୍ମାକୁ ଯମପୁରକୁ ନେଇଯାନ୍ତି । ଏହି ୨୪ ଘଣ୍ଟା ମଧ୍ୟରେ ପରିଜନମାନେ ମୃତବ୍ୟକ୍ତିଙ୍କ ଶବ ସତ୍କାର ଓ ଅନ୍ୟ କାମ ସବୁ ସମ୍ପନ୍ନ କରନ୍ତି । ଏହି ୨୪ଘଣ୍ଟା ମଧ୍ୟରେ ଯମପୁରରେ ସେହି ଆତ୍ମାକୁ ସେ କରିଥିବା କର୍ମ ସବୁକୁ ଦେଖାଯାଏ । ଏହାପରେ ଯମଦୂତମାନେ ଆତ୍ମାକୁ ଆଣି ତାଙ୍କ ଘରେ ଛାଡି ଦେଇଯାନ୍ତି । ୧୩ଦିନ ପର୍ଯ୍ୟନ୍ତ ତା’ ପରିଜନଙ୍କ ସହ ଘରେ ରହିଥାଏ ଏବଂ ଏହାପରେ ପୁଣି ଥରେ ଯମଦୂତକୁ ଚାଲିଆସେ ଆତ୍ମା ।

ଯମପୁରରେ ଆତ୍ମା ପହଞ୍ଚିବା ପରେ ତାଙ୍କୁ ତିନୋଟି ଅଲଗା ଅଲଗା ସ୍ଥାନ ଦେଖା ଯାଇଥାଏ । ସେଗୁଡିକ ହେଉଛି:- ପିତୃଲୋକ, ସ୍ଵର୍ଗଲୋକ ଏବଂ ନର୍କଲୋକ । ଆତ୍ମାର କଲା କର୍ମକୁ ଦେଖି ଏହି ତିନୋଟି ସ୍ଥାନରୁ କେଉଁ ସ୍ଥାନକୁ ଯିବ ତାହା ନିର୍ଦ୍ଧାରିତ କରାଯାଏ । ପାପ ଓ ପୂଣ୍ୟର ଫଳ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଭୋଗିବା ପରେ ଆତ୍ମା ପୁଣି ଥରେ ପୁନର୍ଜନ୍ମ ନେଇଥାଏ ।

ଖାଲି ଏତିକି ନୁହେଁ ମୃତ୍ୟୁ ପରେ ଆତ୍ମାକୁ ଯମପୁରରେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ମଧ୍ୟ ପଡିଥାଏ । କୁହାଯାଏ କି ଯମପୁରରେ ଥିବା ବୈତରଣୀ ନଦୀକୁ ପୁଣ୍ୟାତ୍ମା ସହଜରେ ପାରି ହୋଇଯାନ୍ତି, ହେଲେ ପାପୀ ଆତ୍ମାମାନେ ଏହି ନଦୀକୁ ପାରି କରିବା ବହୁତ କଷ୍ଟ ହୋଇଥାଏ । ଗରୁଡ ପୁରାଣ ଅନୁଯାୟୀ ଗରୁଡ ଭଗବାନ ବିଷ୍ଣୁଙ୍କୁ ପଚାରୁଛନ୍ତି କି, ଯମପୁରରେ ଯେଉଁ ବୈତରଣୀ ନଦୀ ରହିଛି ଆତ୍ମାଙ୍କ ସହ ତା’ର ସମ୍ପର୍କ କଣ ? ଆଉ ସେହି ନଦୀରେ କେମିତି ଦଣ୍ଡ ଭୋଗିବାକୁ ପଡେ ?

ଏହାର ଉତ୍ତରରେ ଭଗବାନ କହିଛନ୍ତି, ପାପୀ ଆତ୍ମାମାନେ ଏହି ନଦୀକୁ ପାରି ହେବା ବେଳେ ଗରମ ଘିଅରେ ଛାଣି ହେବା ଭଳି ଅନୁଭବ କରନ୍ତି । ନଦୀଟି ବହୁତ ମାଂସାସୀ ପ୍ରାଣୀଙ୍କ ଦ୍ଵାରା ପୂର୍ଣ୍ଣ ରହିଛି । ପାପୀ ଆତ୍ମା ଏହି ନଦୀରେ ଶହେ ସୂର୍ଯ୍ୟଙ୍କ ତାପମାତ୍ରାରେ ଜଳିବାକୁ ଲାଗେ । ପାପୀ ଆତ୍ମାଙ୍କୁ ନର୍କ ଓ ପୁଣ୍ୟାତ୍ମାଙ୍କୁ ସ୍ଵର୍ଗକୁ ପଠାଯାଏ ।

ନର୍କରେ ପାପୀ ଆତ୍ମାମାନେ ଯନ୍ତ୍ରଣା ପାଉଥିବା ବେଳେ ପୁଣ୍ୟାତ୍ମାଙ୍କୁ ସ୍ଵର୍ଗରେ ସବୁ ପ୍ରକାରର ସୁଖ ସୁବିଧା ମିଳିଥାଏ । ଗରୁଡ ପୁରାଣରେ ଏହା ମଧ୍ୟ ଲେଖାଯାଇଛି କି, ଭଲ ଆତ୍ମା ମାନଙ୍କୁ ଯମରାଜ ନିଜ ଭବନ ଠାରୁ ସ୍ଵର୍ଗ ପର୍ଯ୍ୟନ୍ତ ନିଜେ ଛାଡିବା ପାଇଁ ଯାଆନ୍ତି । ସେଠାରେ ସୁନ୍ଦରୀମାନେ ତାଙ୍କୁ ସ୍ଵାଗତ କରିବାକୁ ଛିଡା ହୋଇଥାନ୍ତି ।

ଗରୁଡ ପୁରାଣରେ ଅଲଗା ଅଲଗା ନର୍କ ବିଷୟରେ ମଧ୍ୟ ଲେଖାଯାଇଛି, ଯେଉଁଠାରେ ଆତ୍ମାମାନଙ୍କୁ ତାଙ୍କ ପାପ ଅନୁସାରେ ଦଣ୍ଡ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।