ଘରେ ମୂଷା ଉତ୍ପାତ କରୁଥିଲେ କରନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ଘର ଛାଡି ପଳେଇବ ମୂଷା (How To Get Rid of Rats)

ମଶା ଓ ମୂଷା ଆପଣ ପାଇଁ କାଳ ହୋଇଥାନ୍ତି । ଘରେ ମଶା ଥିଲେ କଣ ରୋଗ ସୃଷ୍ଟି କରନ୍ତି ତାହା ତ ସମସ୍ତଙ୍କୁ ଜଣା । ହେଲେ ମୂଷା ଘରେ ଥିଲେ ସମସ୍ତ ଖାଦ୍ୟ ସାମଗ୍ରୀ ଓ ଲୁଗାପଟା କାଟି ନଷ୍ଟ କରିବା ସହ ବହୁତ ହଇରାଣ କରିଥାନ୍ତି । ଯାହାକୁ ନେଇ ଅନେକ ଲୋକ ଖୁବ ଚିନ୍ତାରେ ରୁହନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବତେଇବୁ ଯାହାକୁ ମୂଷା ଯଦି ଖାଇବେ ତେବେ ୩୦ ମିନିଟ ଭିତର ମରିଯିବ ନହେଲେ ଘରଛାଡି ପଳେଇବ ।

ମୂଷା ଘଉଡାଇବା ପାଇଁ ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ଟମାଟୋ । ଏହା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ । ପ୍ରଥମେ ଆପଣ ଏକ ଛୋଟ ଚାମୁଚ ନିଅନ୍ତୁ ଓ ସେଥିରେ ଟମାଟୋକୁ ଚାରିଆଡୁ ଅଳ୍ପ ଅଳ୍ପ କରି ପିଟି ଦିଅନ୍ତୁ ଓ ଏହାପରେ ଏକ ଛୁରି ସାହାଯ୍ୟରେ ଟମାଟୋକୁ ମଝିରୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ ।

ବିଶ୍ବାସ କରନ୍ତୁ ଆପଣଙ୍କ ଘରର ଯେଉଁ ଜାଗାରେ ଅଧିକ ମୂଷା ହେଉଛନ୍ତି ଆପଣା ଯଦି ସେହି ଜାଗାରେ ଏହି ଟମାଟୋରେ ତିଆରି ରିମେଡିକୁ ନେଇ ରଖିଦେବେ ତେବେ ମୂଷା ତାକୁ ସହଜରେ ଖାଇଦେବ । ତେବେ ଚାଲନ୍ତୁ ଜାଣିବା ଏହାକୁ ଆପଣ କେମିତି ବନେଇବେ । ଏଥିପାଇଁ ଆପଣଙ୍କୁ ଆଉ ଦୁଇଟି ସାମଗ୍ରୀର ଆବଶ୍ୟକ ପଡିବ ତାହା ହେଉଛି ଲଙ୍କା ଗୁଣ୍ଡ ଏବଂ ଚିନି ।

ଆମେ ବତାଉଥିବା ଏହି ଘରୋଇ ରିମେଡିକୁ ଖାଇବା ପାଇଁ ମୂଷା ମାନେ ବହୁତ ପସନ୍ଦ କରିଥାନ୍ତି । ପ୍ରଥମେ ଆପଣ ଏକ ଚାମୁଚ ସାହାଯ୍ୟରେ ଅଧ ଚାମୁଚ ଲଙ୍କା ଗୁଣ୍ଡ ନିଅନ୍ତୁ ଓ ଫାଳେ ଟମାଟୋ ମଧ୍ୟରେ ଏହାକୁ ଭଲ ଭାବେ ଧୀରେ ଧୀରେ କରି ପୁରେଇ ଦିଅନ୍ତୁ ।

ଲଙ୍କା ଗୁଣ୍ଡ ଯେମିତି ବାହାରକୁ ଦେଖା ନଯାଏ ସେମିତି ଏହାକୁ ଚାମୁଚ ସାହାଯ୍ୟରେ ଠେଲି ଠେଲି ଭିତରକୁ ପୁରେଇ ଦିଅନ୍ତୁ । ଲଙ୍କା ଗୁଣ୍ଡକୁ ଫାଳେ ଟମାଟୋରେ ଭଲ ଭାବେ ଭର୍ତ୍ତି କରିସାରିବା ପରେ ଏବେ ଚିନି ନିଅନ୍ତୁ ଓ ସେହି ଚିନିକୁ ଟମାଟୋ ଉପରେ ଏପରି ବିଛାଇ ରଖନ୍ତୁ ଯେମିତି ଲଙ୍କା ଗୁଣ୍ଡ ଉପରକୁ ଆସିବ ନାହିଁ ।

ଦାବି ଦାବି ଭଲରେ ଟମାଟୋ ଭିତରେ ଚିନି ଥାପି ଦିଅନ୍ତୁ । ଟମାଟୋ ଏବଂ ଚିନି ଖାଇବାକୁ ମୂଷାକୁ ବହୁତ ଲାଗିଥାଏ । ହେଲେ ଆପଣ ଯଦି ଏହିଭଳି ଲଙ୍କା ଗୁଣ୍ଡକୁ ତା’ ମଧ୍ୟରେ ଭର୍ତ୍ତି କରିଦେବେ ଦେଖିବେ ଆପଣଙ୍କ ଘରେ ଆଉ ମୂଷା ରହିବେନି । ଏହି ରିମେଡିକୁ ମୂଷା ଖାଇବା ଦ୍ଵାରା ତାଙ୍କୁ ବହୁତ ଅଧିକ ଶୋଷ ଲାଗିଥାଏ ଏବଂ ସେ ପାଗଳ ହୋଇଯାନ୍ତି ।

ସେଥିପାଇଁ ଧ୍ୟାନ ରଖିବେ ଏହି ରିମେଡି ଦେବା ବେଳେ ମୂଷା ପହଞ୍ଚି ପଡ଼ୁଥିବା ଜାଗାରେ ଯେପରି କେଉଁଠି ବି ପାଣି ରହିବନି ।ମୂଷାକୁ ପାଣି ନ ମିଳିଲେ ସେ ମରିଯିବ ନଚେତ ବିକଳରେ ଘରଛାଡି ବାହାରକୁ ପଳାଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।