କୁହାଯାଇଥାଏ କି ଯଦି କୌଣସି କାମ କରିବାକୁ ମନରେ ଇଚ୍ଛା ଥାଏ ଏବଂ ତାକୁ କରିବା ପାଇଁ ନିଜ ଭିତରେ ସାହାସ ଥାଏ ତାହେଲେ ଭଗବାନ ଆପଣଙ୍କର ସାହାଯ୍ୟ ନିଶ୍ଚୟ କରିଥାନ୍ତି । ଏହି କଥାକୁ ସତ କରି ଦେଖାଇଛନ୍ତି ଡା. ବେଲୁମନି ଅରୋକ୍ୟାସ୍ଵାମୀ । ଏହା ଏକ ଏପରି ନାମ ଯିଏ କି ତାଙ୍କ ପିଲା ଦିନେ ଦୁଇବେଳା ଠିକ ଭାବେ ଖାଇବା ପାଇଁ ପାଉନଥିଲେ କିନ୍ତୁ ଆଜି ସେ ଜଣେ ଜଣାଶୁଣା ବୈଜ୍ଞାନିକ ଏବଂ ବଡ ଇଂଡ୍ରଷ୍ଟ୍ରିୟାଲିଷ୍ଟ ଅଟନ୍ତି । ତାଙ୍କର ସମୁଦାୟ ସପତ୍ତି ଆଜି କୋଟି କୋଟି ଅଟେ ।
ସେ ଜଣେ କୁଶଳ ଉଦୋଗ୍ୟପତି ସହିତ ମେଡିକାଲ ଡାଇଗ୍ନୋଷ୍ଟିକ, ଥାଇରଏଡ ପରୀକ୍ଷା, ଆନାଲିଟିକାଲ ବାୟୋକେମିଷ୍ଟ୍ରି, ନ୍ୟୁକ୍ଲିଆର ମେଡ଼ିସିନ । କ୍ଷେତ୍ରରେ ତାଙ୍କର ନାମ ବହୁତ ଗର୍ବରେ ନିଆଯାଇ ଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ସେ ଏପର୍ଯ୍ୟନ୍ତ କେମିତି ପହଞ୍ଚି ପାରିଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ପରିଶ୍ରମର କାହାଣୀ ବିଷୟରେ କହିବୁ ।
ଡା. ବେଲୁମନି ଅରୋକ୍ୟାସ୍ଵାମୀ ଙ୍କ ଜନ୍ମ ୧୯୫୯ ମସିହାରେ କୋୟମ୍ବତୁର ତାମିଲନାଡ଼ୁର ଏକ ଗରିବ ପରିବାରରେ ହୋଇଥିଲା । ଘରେ ଚାରୋଟି ପିଲା,ସ୍ତ୍ରୀ ଏବଂ ବାପା ମାଆ ଙ୍କ ସହିତ ବହୁତ କଷ୍ଟରେ ତାଙ୍କର ସମୟ କଟୁଥିଲା । ତାଙ୍କର ବାପା ସବୁ ଜମିବାଡି ବିକିଦେଇ ଥିଲେ ଏବଂ ଏହାର କାର୍ଯ୍ୟଭାର ତାଙ୍କ ମାଆ ଙ୍କ ମୁଣ୍ଡକୁ ଚାଲିଆସିଥିଲା ଏବଂ ତାଙ୍କ ମାଆ ଦୁଇଟି ମଇଁଷି ସାହାରାରେ ୧୦ ବର୍ଷ ପୁରା ପରିବାରର ଭରଣ ପୋଷଣ ସମ୍ଭାଳିଥିଲେ ।
ସପ୍ତାହରେ ମାତ୍ର ୫୦ ଟଙ୍କା ରୋଜଗାର କରି ପରିବାରକୁ ବହୁତ କଷ୍ଟରେ ଚଳାଉଥିଲେ । ସେ ପଢିବା ପାଇଁ ଘର ପରିବାରକୁ ତ୍ୟାଗ କରିଦେଇଥିଲେ ଏବଂ ସେ ୧୯ ବର୍ଷରେ ବିଶ୍ୱବିଦ୍ୟାଳୟରେ ପାଠ ପଢା ସାରିଥିଲେ ଏବଂ ତାପରେ ତାଙ୍କର ଘରର ସମସ୍ୟା ଏବଂ ଚାକିରି ବହୁତ ଚିନ୍ତାର କାରଣ ହୋଇଥିଲା । ତାଙ୍କୁ କୋୟମ୍ବତୁର ର ଏକ କମ୍ପାନୀରେ ଚାକିରି ମିଳିଥିଲା ଏବଂ ସେଠାରେ ତାଙ୍କୁ ୧୫୦ଟଙ୍କା ଦରମା ମିଳୁଥିଲା । ସେ ୧୫୦ ଟଙ୍କାରୁ ତାଙ୍କ ଘରକୁ ୧୦୦ଟଙ୍କା ପଠାଉଥିଲେ କାରଣ ତାଙ୍କର ଘରର ପରିସ୍ଥିତି ବହୁତ ଖରାପ ଥିଲା । କାମ କରିବା ଭିତରେ ସେ ନିଜର ମାଷ୍ଟର ଡିଗ୍ରୀ ପୁରା କରିଥିଲେ ।
୧୪ ବର୍ଷ ଚାକିରି କରିବା ପରେ ୩୭ ବର୍ଷ ବୟସରେ ସେ ଚାକିରି ଛାଡିବା ପାଇଁ ସ୍ଥିର କଲେ ଏବଂ ଥାୟରୟଡ ବାୟୋକେମେଷ୍ଟ୍ରି ରେ ନିଜର ବିଶେଷଜ୍ଞତା କୁ ଆଧାର କରି ସେ ଟେଷ୍ଟିଙ୍ଗ ଲ୍ୟାବ ସ୍ଥାପନ କରିବା ପାଇଁ ଠିକ କଲେ । ଏହା ସହିତ ସେ ପିଲା ମାନଙ୍କୁ ଟିୟୁସନ କରି ୮୦୦ ଟଙ୍କା ରୋଜଗାର କରୁଥିଲେ । ଏହା ସବୁ ୧୫ବର୍ଷ ଚାଲିଲା ଯାହାପରେ ସେ ପିଏଚଡି ଡିଗ୍ରୀ ପୁରା କରିଦେଲେ । ବର୍ତ୍ତମାନ ସେ ଡା. ବେଲୁମନୀ ହୋଇ ଯାଇଛନ୍ତି । ସେ ପିଏଚଡି କରିବା ସମୟରେ ବୁଝିଯାଇ ଥିଲେ କି ଥାୟରୟଡେ ପରୀକ୍ଷା କରି ଲୋକମାନେ ବହୁତ ଟଙ୍କା କମାଇ ପାରୁଛନ୍ତି ତାହେଲେ ମୁଁ କଣ ପାଇଁ କମାଇ ପାରିବିନି ।
ଏହାପରେ ସେ ଚାକିରି ଛାଡିଦେଲେ ଏବଂ ନିଜେ ଜମା କରିଥିବା ପଇସାରେ ମୁମ୍ବାଇ ରେ ଏକ ଥାୟରୟଡେ ଟେଷ୍ଟିଙ୍ଗ ଲ୍ୟାବ ତିଆରି କଲେ ଏବଂ ସମୟ ସହିତ ସେ ଆଗକୁ ବଢି ଚାଲିଲେ । ସେ ୨୦୧୧ ମସିହାରେ ନୂଆଦିଲ୍ଲୀ ର କମ୍ପାନୀ ସିଏକ୍ସ ପାର୍ଟନର୍ସ ଥାୟରୋକେୟର ରେ ୩୦% ଷ୍ଟକ କିଣିନେଲେ । ଯେଉଁଥିରେ କି କମ୍ପାନୀର ପୁରା ଦାମ ୬୦୦ କୋଟି ଟଙ୍କା ଥିଲା ।
ଏହା ପରେ ତାଙ୍କ ସ୍ଥିତି ଆହୁରି ଦୃଢ ହୋଇଗଲା ଏବଂ ଆଜି ତାଙ୍କ କମ୍ପାନୀର ସମୁଦାୟ ଦାମ ଅରବ ରେ ମପା ଯାଇଥାଏ । ତାଙ୍କ ଜୀବନରୁ ବହୁତ କିଛି ଶିଖିବା ପାଇଁ ମିଳିଲା କି ଜଣେ ମଣିଷ କେମିତି ୫୦ ଟଙ୍କାର ଜୀବନ ଆରମ୍ଭ କରିଥିଲା ଏବଂ ଆଜି ଅରବ ଟଙ୍କାର ମାଲିକ ଅଟନ୍ତି । ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।