ନାସା, ମାଇକ୍ରୋସଫ୍ଟ ଓ ଗୁଗୁଲରେ କେତେ ପ୍ରତିଶତ ଭାରତୀୟ ଇଞ୍ଜିନିୟର ଅଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଆଜିର ବର୍ତ୍ତମାନ ସମୟରେ ଭାରତୀୟ ଇଞ୍ଜିନିୟର ମାନଙ୍କର କୌଣସି ଅଭାବ ନାହିଁ । ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶରେ ବହୁତ ଭାରତୀୟ ଇଞ୍ଜିନିୟର କାମ କରୁଛନ୍ତି । ଆଜି ଆମେ ଜାଣିବା କି ନାସା, ମାଇକ୍ରୋସଫ୍ଟ ଏବଂ ଗୁଗୁଲ ରେ କେତେ ପ୍ରତିଶତ ଭାରତୀୟ ଇଞ୍ଜିନିୟର ମାନେ କାମ କରୁଛନ୍ତି । ତାହେଲ ଆସନ୍ତୁ ଜାଣିବା ସେହି ବିଷୟରେ । ନ୍ୟୁୟର୍କ ପୋଷ୍ଟରେ ଛପା ଯାଇଥିବା ଖବର ଅନୁସାରେ ଭାରତୀୟ ମାନଙ୍କର ଯୋଗ୍ୟତା ଏବଂ କ୍ଷମତା ଅନ୍ୟ ଦେଶର ନାଗରିକ ମାନଙ୍କ ଠାରୁ ବହୁତ ଅଧିକ ଅଟେ ।

ଯଦି ଆମେ ଆମେରିକାକୁ ଦେଖିବା ତାହାଲେ ସେଠାରେ ଅଧିକ ମାତ୍ରାରେ ଭାରତୀୟ ଇଞ୍ଜିନିୟର ଏବଂ ବୈଜ୍ଞାନିକ ମାନେ କାମ କରୁଥିବାର ଦେଖିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମେରିକାର ଅନ୍ତରିକ୍ଷ ଏଜେନ୍ସି ନାସା ରେ କାମ କରୁଥିବା ଲୋକ ମାନଙ୍କ ଭିତରୁ ୩୬ ପ୍ରତିଶତ ଭାରତୀୟ ଇଞ୍ଜିନିୟର କାମ କରୁଛନ୍ତି । ଆମେରିକା ପରେ ଇସ ସ୍ପେସ ଏଜେନ୍ସି ରେ ସବୁଠାରୁ ଅଧିକ ଭାରତୀୟ ବୈଜ୍ଞାନିକ ଏବଂ ଇଞ୍ଜିନିୟର ମାନେ କାମ କରୁଛନ୍ତି ।

ଆମେରିକା -ଭାରତ ବାଣିଜ୍ୟ ମଣ୍ଡଳ ଅନୁସାରେ କମ୍ପ୍ୟୁଟର କ୍ରାନ୍ତି ଆଣି ଥିବା କମ୍ପାନୀ ମାଇକ୍ରୋସଫ୍ଟରେ ଭାରତୀୟ ଇଞ୍ଜିନିୟର ଙ୍କ ସଂଖ୍ୟା ୩୪ ପ୍ରତିଶତ ଅଟେ । ଏହି ଭଳି ଆଇବିଏମ ରେ ୨୮ ପ୍ରତିଶତ ଏବଂ ଇଂଟେଲ ରେ ୧୭ ପ୍ରତିଶତ କର୍ମଚାରୀ ଭାରତୀୟ ଅଟନ୍ତି । ଏହା ବ୍ୟତୀତ ଗୁଗୁଲ ରେ ମଧ୍ୟ ୨୭ ପ୍ରତିଶତ ଭାରତୀୟ କର୍ମଚାରୀ କାମ କରୁଛନ୍ତି ।

ଏହି ଭଳି ଆମେରିକାରେ କାର୍ଯ୍ୟ କରୁଥିବା ଡକ୍ଟର ମାନଙ୍କ ମଧ୍ୟରୁ ୩୮ ପ୍ରତିଶତ ଏବଂ ବୈଜ୍ଞାନିକ ମାନଙ୍କ ମଧ୍ୟରେ ୧୨ ପ୍ରତିଶତ ଭାରତୀୟ କର୍ମଚାରୀ କାମ କରୁଛନ୍ତି । ତେଣୁ ଭାରତକୁ ଏକ ଶକ୍ତିଶାଳୀ ଦେଶ ବୋଲି କୁହା ଯାଇଥାଏ । ଯାହାକି ଆମ ପାଇଁ ଏକ ଗର୍ବର କଥା । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।