ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭ ରାହୁନାହିଁ କି ? ଜାଣନ୍ତୁ ଗର୍ଭଧାରଣର ସଠିକ ସମୟ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ Dr. Priyadarshini Tripathy ଙ୍କ ଠାରୁ

ଏକ ସୁସ୍ଥ ଶିଶୁ ପାଇଁ ସଠିକ ସମୟରେ ଗର୍ଭଧାରଣ କରିବା ନିହାତି ଜରୁରୀ । ଅନେକ ସମୟରେ ଦମ୍ପତ୍ତିମାନେ ବହୁ ଚେଷ୍ଟା ପରେ ମଧ୍ୟ ଗର୍ଭଧାରଣ କରିପାରି ନଥାନ୍ତି । ତେବେ ଗର୍ଭଧାରଣ କରିବା କ୍ଷେତ୍ରରେ ସ୍ତ୍ରୀଙ୍କ ବୟସ ସହ ସହବାସର ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ତେଣୁ ସହବାସ କରିବାର ସଠିକ ସମୟ ଜାଣି ରଖିବା ଉଚିତ । ତେବେ ଏନେଇ ଆସନ୍ତୁ ଜାଣିବା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କ ଠାରୁ ।

ଅନେକ ସମୟରେ ମହିଳାମାନେ କମ୍ପ୍ଲେନ କରିଥାନ୍ତି କି ସେମାନଙ୍କ ଋତୁଚକ୍ର ଠିକ ସମୟରେ ଏବଂ ଠିକ ପରିମାଣରେ ହେଉଛି ତଥାପି ସେମାନେ କାହିଁକି ଗର୍ଭଧାର୍ଣ କରିବାରେ ସକ୍ଷମ ହୋଇପାରୁ ନାହାନ୍ତି । ସ୍ଵାମୀଙ୍କ ଧାତୁ ମଧ୍ୟ ଠିକ ରହୁଛି ଏବଂ ଟ୍ଯୁବରେ ମଧ୍ୟ କିଛି ସମସ୍ଯା ନାହିଁ । ଅଲଟ୍ରାସାଉଣ୍ଡରେ ସବୁ ଠିକ ବାହାରୁଛି ଏବଂ ହରମୋନ ମଧ୍ୟ ଠିକ ଅଛି ତଥାପି କାହିଁକି ଗର୍ଭ ରହୁନାହିଁ ବୋଲି ଅନେକ ମହିଳା ପ୍ରଶ୍ନ କରିଥାନ୍ତି ।

ତେବେ ଗର୍ଭଧାରଣ କରିବାକୁ ଚେଷ୍ଟା କରୁଥିବା ମହିଳାମାନେ ଜାଣି ରଖିବା ଉଚିତ କି ପ୍ରତି ସାଇକେଲ ପରେ ସହବାସ କଲେ ଗର୍ଭଧାରଣ କରିବାର ଆଶଙ୍କା ମାତ୍ର ୨୫% ରହିଛି । ଗର୍ଭଧାରଣ କରିବା ପାଇଁ ଏକ ଫର୍ଟିଲିଟି ୱିଣ୍ଡୋ ଥାଏ । ମାନି ନିଅନ୍ତୁ କି ଆପଣଙ୍କ ପିରିୟଡ ସାଇକେଲ ୨୮ କିମ୍ବା ୩୦ ଦିନ ରହୁଛି । ତେବେ ଏହାର ୧୪ ଦିନ ପୂର୍ବରୁ ହିଁ ଆପଣଙ୍କ ପାଇଁ ଗର୍ଭଧାରଣ କରିବାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ ।

ଯଦି ଆପଣଙ୍କ ସାଇକେଲ ନିୟମିତ ୨୮ରୁ ୩୦ ଦୈନ୍ଯ ମଧ୍ୟରେ ହେଉଛି ତେବେ ଏହାର ୧୩ରୁ ୧୫ଦିନ ମଧ୍ୟରେ ଆପଣଙ୍କ ଓଭାରିରୁ ଓଭମ୍ ବା ଅଣ୍ଡା ବାହାରୁଛି । ଯାହାକି ଆପଣଙ୍କୁ ଗର୍ଭଧାରଣ କରିବାରେ ସାହାଯ୍ୟ କରିଥାଏ । ତେବେ ଏହି ଅଣ୍ଡାର ମଧ୍ୟ ସମୟକାଳ ରହିଛି । ଜଣେ ମହିଳାଙ୍କ ଓଭାରିରୁ ବାହାରୁଥିବା ଅଣ୍ଡା କେବଳ ୨୪ ଘଣ୍ଟା ପାଇଁ ବଞ୍ଚିପାରେ ଓ ଏହାପରେ ତାହା ନଷ୍ଟ ହୋଇଯାଏ । ତେଣୁ ଏହି ୨୪ ଘଣ୍ଟା ପୂର୍ବରୁ ଆପଣ ଯଦି ସ୍ଵାମୀଙ୍କ ସହ ସହବାସ କରିବେ ତେବେ ଆପଣଙ୍କ ଗର୍ଭଧାରଣ ଚାନ୍ସ ଅଧିକ ରହିବ ।

ତେଣୁ ଏଥିପାଇଁ ଆପଣ ସାଇକେଲ ହେବାର ୧୨ରୁ ୧୬ଦିନ ପର୍ଯ୍ୟନ୍ତ ସହବାସ କରିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ସାଇକେଲ ରେଗୁଲାର ଅଛି ଏବଂ ଆପଣ ଗର୍ଭଧାର୍ଣ ପାଇଁ ଚେଷ୍ଟା କରୁଛନ୍ତି ତେବେ ଏହି ସମୟକୁ ହିସାବ କରି ସହବାସ କରନ୍ତୁ ଦେଖିବେ ଆପଣ ନ୍ବିଶ୍ଚୟ ଉପକୃତ ହେବେ ।

ଏହାପରେ ଯଦି ଆପଣଙ୍କ ଯେଉଁ ସମୟରେ ପିରିୟଡ ହେବାର ହେଲାନାହିଁ ତେବେ ଆପଣ ଗୋଟିଏ ସପ୍ତାହ ଯାଏଁ ଅପେକ୍ଷା କରନ୍ତୁ ଓ ତା’ପରେ ୟୁରିନ ଟେଷ୍ଟ କରନ୍ତୁ । ବେଳେବେଳେ ଷ୍ଟ୍ରେସ ଯୋଗୁଁ, ଦେହ ଖରାପ ଯୋଗୁଁ କିମ୍ବା କୌଣସି ମେଡ଼ିସିନ ଯୋଗୁଁ ମଧ୍ୟ ପିରିୟଡ ଲେଟ୍ ହୁଏ । ତେଣୁ ଆପଣ ଟେଷ୍ଟ କରିବା ପରେ ହିଁ ପ୍ରେଗନେଣ୍ଟ ଅଛନ୍ତି ବୋଲି ସ୍ପଷ୍ଟ ହୁଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।