ଗର୍ଭାବସ୍ଥାରେ ଦେଖା ଦେଉଛି କି ଏହିସବୁ ଲକ୍ଷଣ ? ଭୁଲରେ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ବିପଦ ସଂକେତ ! Dr Supriya Puranik

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପ୍ରକାର ଲକ୍ଷଣ ଦେଖା ଦେଇଥାଏ । ଯାହାକି ଖୁବ ସାଧାରଣ ଲକ୍ଷଣ ହୋଇଥାଏ ଓ ପ୍ରାୟ ପ୍ରତ୍ଯେକ ଗର୍ଭବତୀ ମହିଳାଙ୍କ ଠାରେ ଦେଖା ଦେଇଥାଏ । ଯେପରିକି ପେଟ କାଟିବା, ବାନ୍ତି ହେବା ଆଦି ଗର୍ଭାବସ୍ଥା ସମୟର ଖୁବ ସାଧାରଣ ଲକ୍ଷଣ ଅଟେ । କିନ୍ତୁ ଏହି ସମୟରେ ଏପରି କିଛି ଲକ୍ଷଣ ରହିଛି ଯାହାକୁ ଅନାଦେଖା କରିବା ବିଲକୁଲ ଉଚିତ ନୁହେଁ ବରଂ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ଅଟେ ।

ଆସନ୍ତୁ ଡାକ୍ତର ସୁପ୍ରିୟା ପୁରାଣିକଙ୍କ ଠାରୁ ଜାଣିବା କେଉଁ ଲକ୍ଷଣ ଗର୍ଭାବସ୍ଥା ବେଳେ ଦେଖା ଦେଉଥିଲେ ତାହାକୁ ଅଣଦେଖା କରିବା ଉଚିତ ନୁହେଁ । ଗର୍ଭାବସ୍ଥାରେ ବାନ୍ତି ହେବା ଏକ ସାଧାରଣ ଲକ୍ଷଣ । କିନ୍ତୁ ଯଦି ଆପଣ ପ୍ରତ୍ଯେକ ଥର ଖାଇବା ପରେ ବାନ୍ତି ହୋଇଯାଉଛି ତେବେ ଆପଣ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ସେହିପରି ଗର୍ଭାବସ୍ଥାରେ ପେଟ ବ୍ୟଥା ହେବା ସାଧାରଣ ଲକ୍ଷଣ ଅଟେ ।

କିନ୍ତୁ ଯଦି ଆପଣଙ୍କୁ ପ୍ରତି 10 ମିନିଟରେ ଥରେ ରହି ରହି ପେଟବ୍ଯଥା ହେଉଛି ତେବେ ଆପଣ ଡାକ୍ତରଙ୍କୁ ଦେଖାଇବା ନିହାତି ଆବଶ୍ୟକ । କିଛି ମହିଳାଙ୍କର ଗର୍ଭାବସ୍ଥାରେ ହାଲୁକା ରକ୍ତସ୍ରାବ ହୋଇଥାଏ । କିନ୍ତୁ ଯଦି ରକ୍ତସ୍ରାବ ଅଧିକ ହେଉଥାଏ ଏବଂ ଆପଣ ପିନ୍ଧିଥିବା ପ୍ୟାଡ ସଂପୂର୍ଣ୍ଣ ଭାବେ ଭିଜି ଯାଉଛି ତେବେ ଏହା ବିପଦ ସଂକେତ ହୋଇପାରେ ।

ତେଣୁ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ । ଏପରି ହେଲେ ଗର୍ଭସ୍ଥ ଶିଶୁକୁ କ୍ଷତି ପହଞ୍ଚିବାର ସମ୍ଭାବନା ଅଧିକ ଥାଏ । ସେହିପରି ଗର୍ଭାବସ୍ଥା ସମୟରେ ଅନେକ ମହିଳାଙ୍କର ପାଦ ଫୁଲିଥାଏ । କିନ୍ତୁ ବିଶ୍ରାମ କରିବା ଦ୍ଵାରା ଏହା ସାମାନ୍ଯ ଭଲ ହୋଇଯାଏ ।

ଯଦି ଭଲରେ ଶୋଇକରି ଉଠିବା ପରେ ମଧ୍ୟ ଗର୍ଭବତୀ ମହିଳାଙ୍କ ପାଦ ଫୁଲିକି ରହୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ ହୋଇଥାଏ । ଗର୍ଭାବସ୍ଥାରେ ପାଦ ଫୁଲିବାର ଅନେକ ଗୁଡିଏ କାରଣ ଥାଇପାରେ । ଥାଇରଏଡ ଯୋଗୁଁ କାହାର ପାଦ ଫୁଲିଥାଏ ତ ଶରୀରରେ ରକ୍ତର ଅଭାବ ଯୋଗୁଁ ଆଉ କାହାର ପାଦ ଫୁଲିଥାଏ ।

ନଚେତ ରକ୍ତଚାପ ଅଧିକ ବଢିଯିବା ହେତୁ ମଧ୍ୟ ଗର୍ଭବତୀ ମହିଳାଙ୍କ ପାଦ ଫୁଲିବା ଦେଖାଯାଏ । ଗର୍ଭାବସ୍ଥାର ତୃତୀୟ ଟ୍ରିମେଷ୍ଟର ରେ ଯଦି ଆପଣଙ୍କ ଥରେ ମୁଣ୍ଡ ବିନ୍ଧା, ଜ୍ଵଳନ, ଦେଖିବାରେ ସମସ୍ଯା ଆଦି ଦେଖା ଦେଉଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ ।

ଗର୍ଭାବସ୍ଥାରେ ଏପରି ଅନେକ ଲକ୍ଷଣ ରହିଛି ଯାହାକୁ କେବେ ହେଲେ ଅଣଦେଖା କରିବା ଉଚିତ ନୁହେଁ । ଏପରି କିଛି ଅନୁଭବ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।