ଗରମ ପାଣି ପିଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଜୀବନରେ କେବେବି ହେବନି ରୋଗ, ଅଧିକ ଦିନ ବଞ୍ଚିବେ (Benefits of Lukewarm Water)

ଉଷୁମ ପାଣି ଆମ ଶରୀର ପାଇଁ ଔଷଧ ଭଳି କାମ କରିଥାଏ । ଗରମ ପାଣି ପିଇବାର ଅନେକ ଫାଇଦା ବିଷୟରେ ଆପଣ ଶୁଣିଥିବେ । ଆଜି ଆମେ ଆପଣଙ୍କୁ ଗରମ ପାଣି ପିଇବାର ଏଭଳି କିଛି ଫାଇଦା ବିଷୟରେ କହିବୁ ଯାହା ଆପଣ ହୁଏତ ପୂର୍ବରୁ ଜାଣି ନଥିବେ । ଉଷୁମ ପାଣି ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଅନେକ ପ୍ରକାର ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ଅନେକ ଡାକ୍ତର ଓ ବିଶେଷଜ୍ଞଙ୍କ ମତରେ ଉଷୁମ ପାଣି ଆମ ଶରୀର ପାଇଁ ମହୋଷଧି ସଦୃଶ ।

ଡାକ୍ତରଙ୍କ ମତରେ ସମସ୍ତ ବ୍ୟକ୍ତି ନିୟମିତ ଉଷୁମ ପାଣି ପିଇବା ଉଚିତ । କାରଣ ସକାଳୁ ଉଠି ଉଷୁମ ପାଣି ପିଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେଣୁ ସକାଳେ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଉଚିତ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ରଖନ୍ତି । ଥଣ୍ଡା ପାଣି ଅପେକ୍ଷା ଆମ ଶରୀରରେ ଅଧିକ ଜଳୀୟ ଅଂଶ ବୃଦ୍ଧି କରିବାରେ ସାହାଯ୍ୟ କରେ ।

ଉଷୁମ ପାଣି ଆମର ପେଟଜନିତ ସମସ୍ତ ସମସ୍ଯା ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ । ଉଷୁମ ପାଣି ପିଇଲେ ଗ୍ୟାଷ୍ଟିକ ଭଳି ରୋଗ ଭଲ ହୋଇଯାଏ ବୋଲି ଡାକ୍ତରମାନେ କୁହନ୍ତି । କିଡନୀ ରୋଗ ପାଇଁ ମଧ୍ୟ ଗରମ ପାଣି ବା ଉଷୁମ ପାଣି ବେଶ ଚମତ୍କାରୀ ଔଷଧ ଭଳି କାର୍ଯ୍ୟ କରିଥାଏ । ଅନେକ ଲୋକଙ୍କର ମୁଣ୍ଡ ବିନ୍ଧା ଭଳି ସମସ୍ଯା ରହିଥାଏ ।

ଏଭଳି କ୍ଷେତ୍ରରେ ଗରମ ପାଣିର ସେବନ ଦ୍ଵାରା ଏହା ଆମ ମୁଣ୍ଡ ବିନ୍ଧା ଭଳି ସମସ୍ଯା ଭଲ ହୋଇଥାଏ । ସେଥିପାଇଁ ସବୁବେଳେ ଚାହା କଫି ବଦଳରେ ଗରମ ପାଣି ପିଇବା ପାଇଁ ଡାକ୍ତର ପରାମଶ ଦେଇଥାନ୍ତି । ଗରମ ପାଣି ଆମର ହଜମ କ୍ରିୟାରେ ମଧ୍ୟ ବେଶ ସାହାଯ୍ୟ କରିଥାଏ । ଖାଦ୍ଯ ହଜମ ନହେବା ଯୋଗୁଁ ଆମ ପାଚନତନ୍ତ୍ରରେ ଅନେକ ପ୍ରକାରର ସମସ୍ଯା ଦେଖା ଦେଇଥାଏ ।

ତେଣୁ ଗରମ ପାଣି ଆମ ହଜମ ଶକ୍ତିକୁ ତ୍ୱରାନ୍ୱିତ କରିବା ସହ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ । ଏହାସହ ଗରମ ପାଣି ଆମ ବ୍ରେନକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରେ ବୋଲି ଡାକ୍ତରମାନେ କୁହନ୍ତି । ତେବେ ଏହି ଉଷୁମ ପାଣିର ତାପମାତ୍ରା 40 ରୁ 50 ଡିଗ୍ରୀ ସେଲସିୟସ ରହିବା ଆବଶ୍ୟକ ।

ଅତ୍ୟଧିକ ଗରମ ପାଣି ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ, ତେଣୁ ଏତିକି ତାପମାତ୍ରାର ପାଣି ପିଇବା ଉଚିତ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଗରମ ପାଣି ଆମର ମାନସିକ ଚାପ ଦୂର କରିବା ସହ ଉଦାସୀନତାକୁ ମଧ୍ୟ ଭଲ କରିଥାଏ । ଗରମ ପାଣି ଆମ ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ବେଶ ସହାୟକ ହୋଇଥାଏ । ଜାପାନର ପ୍ରାୟ 90% ପ୍ରତିଶତ ଲୋକ ଗରମ ପାଣି ପିଇଥାନ୍ତି ।

ସେଥିପାଇଁ କାଳେ ଜାପାନର ଲୋକମାନେ ଅଧିକ ଦିନ ବଞ୍ଚନ୍ତି ବୋଲି ମଧ୍ୟ କୁହାଯାଏ । ତେଣୁ ସୁସ୍ଥ ଶରୀର ପାଇଁ ଆପଣ ଆଜିଠୁ ହିଁ ଉଷୁମ ପାଣି ପିଇବା ଆରମ୍ଭ କରିଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।