ଗାଁକୁ ଆମ୍ବୁଲାନ୍ସରେ ଆସୁଛି ନିଖୋଜ ବାପାର ମୃତଦେହ, ଯାହା ସନ୍ଦେହ କରୁଥିଲେ ସବୁ ହେଲା ସତ, ରାଜରାସ୍ତାରେ ମୁଣ୍ଡ ପିଟି କାନ୍ଦୁଛି ଝିଅ, ଦେଖନ୍ତୁ video

ବାପାକୁ ଖୋଜି ଖୋଜି ଦୁଇ ଦିନ ହେବ ରାଜରାସ୍ତାରେ ପଡି ରହିଛନ୍ତି । ଆଖିରୁ ବି ଲୁହ ଶୁଖିବାର ନାଁ ନେଉନି । କେମିତି ବା ଶୁଖିବ, ନିଖୋଜ ବାପାର ଯେ ମୃତଦେହ ମିଳିଛି । ଏପଟେ ଗାଁକୁ ଯାଉଛି ବାପାର ମୃତଦେହ ସେପଟେ ରାଜରାସ୍ତାରେ ଝିଅ ଚିତ୍କାର କରି କାନ୍ଦୁଛି । କୁଶାହି ଗ୍ରାମର ବାସୁଦେବ ପ୍ରଧାନଙ୍କ ହତ୍ୟା ଘଟଣାରେ ଗାଁରେ ତାଙ୍କ ଶବ ପହଞ୍ଚିବା ପରେ ଏକ ଦୁଃଖଦ ବାତାବରଣ ସୃଷ୍ଟି ହୋଇଥିଲା । କୁଶାହି ଗ୍ରାମ ଦେଇ ଯାଇଥିବା 57 ନଂ ଜାତୀୟ ରାଜପଥକୁ ଲୋକେ କିଛି ସମୟ ପାଇଁ ଗାଡିମତାର ଚଳାଚଳ ବନ୍ଦ କରି ଦେଇଥିଲେ ।

ହତ୍ୟାକାରୀ ରବି କବାଡିଆ ଓ ତା’ ସହଯୋଗୀଙ୍କ ବିରୋଧରେ ପୋଲିସର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବାବା ସହ ବାସୁଦେବଅଙ୍କ ଦୁଇ ଝିଅଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗ ପାଇଁ ଦାବି କରାଯାଇଛି । ରବି କବାଡିଆ କୁଶାହି ଗ୍ରାମରେ ଏକର ଏକର ସରକାରୀ ଜାଗା ଜବରଦଖଲକୁ ହଟାଇଦେବା ପାଇଁ ଗ୍ରାମବାସୀମାନେ ତହସିଲଦାରଙ୍କ ପାଖେ ଦାବି ରଖିଛନ୍ତି । ଯେଉଁଥି ପାଇଁ କୁଶାହି ଗ୍ରାମରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଘଟଣାସ୍ଥଳରେ ଆଦର୍ଶ ଥାନା ଅଧିକାରୀ ଓ ଖୋର୍ଦ୍ଧା ତହସିଲଦାର ଲୋକମାନଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟାଇଥିଲେ । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ମୃତ ବାସୁଦେବଙ୍କ ମଳଦ୍ଵାରରେ କୌଣସି ଲୁହା ଅସ୍ତ୍ର ପୁରା ଯାଇ ଅତ୍ୟନ୍ତ ନିର୍ମମ ଭାବେ ତାଙ୍କ ନିଆଯାଇଛି ।

ଦୁଇଦିନ ପୂର୍ବରୁ ବାସୁଦେବ ନିଖୋଜ ଥିଲେ ଏବଂ ସେଥିରେ ରବି କବାଡିଆର ହାତ ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଆଉ ସେମାନଙ୍କ ସନ୍ଦେହ ଗୋଟାପଣ ସତ ସାବ୍ୟସ୍ତ ହୋଇଛି । ବାସୁଦେବଙ୍କୁ ହତ୍ୟା କରି ନଦୀରେ ଭସାଇ ଦେଇଥିଲେ ଅଭିଯୁକ୍ତମାନେ । ତେଣୁ ଯଥାଶୀଘ୍ର ରବି କଦାଡିଆ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଗାଁ ଲୋକେ ଦାବି କରୁଛନ୍ତି ।

ପରିବାରର ମୁଖ୍ୟଙ୍କୁ ହରାଇ ତାଙ୍କ ପତ୍ନୀ ଓ ଛୋଟ ଛୋଟ ଦୁଇ ଝିଅ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ବାସୁଦେବଙ୍କ ବୁଢୀମା ମଧ୍ୟ ପରିଣତ ବୟସରେ ଏଭଳି ଏକ ଦୁଃଖଦ ସ୍ଥିତି ଭୋଗ କରୁଛନ୍ତି । ତେଣୁ ସେ ସମସ୍ତଙ୍କୁ ଉଚିତ ନ୍ୟାୟ ମିଳୁ ବୋଲି ଗ୍ରାମବାସୀଙ୍କ ଦାବି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।