ଘରେ ଗଙ୍ଗାଜଳ ରଖିଛନ୍ତି ତ ରଖନ୍ତୁ ଏହି ସବୁ କଥାର ଧ୍ୟାନ, ନତୁବା ଭୋଗିବାକୁ ପଡିବ ଦୁଷ୍ପରିଣାମ

ହିନ୍ଦୁ ଧର୍ମରେ ଗଙ୍ଗା ମାତାଙ୍କୁ ଦେବୀଙ୍କ ସ୍ୱରୂପ ବୋଲି କୁହାଯାଏ ତା ସହିତ ଗଙ୍ଗା ନଦୀକୁ ପୂଜନୀୟ ଓ ପବିତ୍ର ବୋଲି କୁହାଯାଏ । ହିନ୍ଦୁ ଗ୍ରନ୍ଥ ଅନୁସାରେ ଗଙ୍ଗାରେ ସ୍ନାନ କରିବା ଦ୍ଵାରା ବ୍ୟକ୍ତିର ପାପ ଧୋଇ ଯାଇଥାଏ ତା ସହିତ କୌଣସି ବି ଶୁଭ କାମ ଓ ପୂଜା ପାଠରେ ଗଙ୍ଗା ଜଳର ଉପଯୋଗ କରା ଯାଇଥାଏ । ଏଥି ପାଇଁ ପ୍ରତ୍ୟେକ ହିନ୍ଦୁ ଘରେ ଗଙ୍ଗା ଜଳ ଅବଶ୍ୟ ରଖା ଯାଇଥାଏ । କିନ୍ତୁ କଣ ଆପଣଙ୍କୁ ଜଣା ଅଛି କି ଯଦି ଆପଣ ନିଜ ଘରେ ଗଙ୍ଗା ଜଳ ରଖନ୍ତି ତେବେ ଆପଣଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡିବ ।

ଯଦି ଆପଣ ଏହି କଥାର ଧ୍ୟାନ ରଖିବେ ନାହିଁ ତେବେ ଆପଣଙ୍କ କାର୍ଯ୍ୟରେ ବାଧା ଆସି ଥାଏ ଏହା ସହିତ ଧନ ସମ୍ବନ୍ଧୀୟ ସମସ୍ୟା ର ସାମ୍ନା କରିବାକୁ ପଡି ଥାଏ । ଏଥିପାଇଁ ଚାଲନ୍ତୁ ଆପଣଙ୍କୁ ଜଣାଇବୁ ଘରେ ଗଙ୍ଗା ଜଳ ରଖିବା ସମୟରେ ଆପଣଙ୍କୁ କେଉଁ କଥାର ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।

Image courtesy: Google

ଗଙ୍ଗାଜଳ ଘରେ ରଖିବା ସମୟରେବ ଏହି କଥାର ଧ୍ୟାନ ରଖନ୍ତୁ

୧- ସାଧାରଣତଃ ଆମ୍ଭେମାନେ ଯେବେ କିଣିକି ବାହାରୁ ଗଙ୍ଗାଜଳ ଆନିଥାଉ ତାକୁ ପ୍ଲାଷ୍ଟିକ ବୋତଲରେ ରଖିଥାଉ, କିନ୍ତୁ ଏମିତି କରିବା ସଂପୂର୍ଣ୍ଣ ରୂପେ ଭୁଲ ଅଟେ, ଓ ଏହାକୁ ଅଶୁଭ ମଧ୍ୟ କୁହାଯାଏ । ଏଥିପାଇଁ ଧ୍ୟାନ ରଖନ୍ତୁ କି ଗଙ୍ଗା ଜଳକୁ ସର୍ବଦା ତମ୍ବା ଚାନ୍ଦିର ବାସନରେ ରଖିବା ପାଇଁ ।

Image courtesy: Google

୨- ଘରର ଯେଉଁସ୍ଥାନରେ ଗଙ୍ଗା ଜଳକୁ ରଖିଛନ୍ତି , ସେହି ସ୍ଥାନକୁ ସଫା ରଖିବାକୁ ଚେଷ୍ଠା କରନ୍ତୁ । ଏହାକୁ ସର୍ବଦା ପୂଜା ସ୍ଥାନରେ ହିଁ ରଖିବା ଦରକାର । ଗଙ୍ଗାଜଳ ପୂଜନୀୟ ହୋଇଥାଏ ସେଥିପାଇଁ ଏହାର ଆଖ ପାଖରେ ଅସ୍ଵଚ୍ଛତା ରଖିବା ଅନୁଚିତ ଅଟେ ।

Image courtesy: Google

୩ – ଯେଉଁ ସ୍ଥାନରେ ଗଙ୍ଗା ଜଳ ରଖିଛନ୍ତି, ତେବେ ଧ୍ୟାନ ରଖନ୍ତୁ କି ସେହି ସ୍ଥାନରେ ମାଂସ ମଦିରାର ସେବନ ନ କରିବା ପାଇଁ ।

୪ – ସକାଳେ ପୂଜା କରିବା ପରେ ଘରେ ଗଙ୍ଗାଜଳ ଛିଞ୍ଚିବା ଆବଶ୍ୟକ ଏଥିରୁ ଘରେ ଏକ ସକାରାତ୍ମକ ଊର୍ଜା ରହିଥାଏ ।

୫ – କେବେ ବି ଅନ୍ଧାର ସ୍ଥାନରେ ଗଙ୍ଗାଜଳ ରଖିବା ଉଚିତ ନୁହେଁ । ଗଙ୍ଗାଜଳକୁ ସର୍ବଦା ଐଶାନ୍ୟ କୋଣରେ ରଖିବା ଆବଶ୍ୟକ ।

Image courtesy: Google

ଏମିତି ମାନ୍ୟତା ଅଛି କି ଶନିବାରର ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ମାଟିର ଦ୍ଵିପରେ ସୋରିଷ ତେଲରେ ଦ୍ଵୀପ ଜାଳିବା ଓ ଗୋଟିଏ ଲୋଟାରେ ଗଙ୍ଗା ଜଳ ଆଣି ତାକୁ ଓସ୍ତ ଗଛ ମୂଳରେ ଅର୍ପଣ କରିବା ଦ୍ଵାରା ଆର୍ଥିକ ସମସ୍ୟା ଦୂର ହେବା ସହିତ ଏଥିରୁ ଘରେ ଧନାଗମନ ର ରାସ୍ତା ମଧ୍ୟ ଖୋଲିଯାଏ ।

ଜଣାଇ ଦେଉଛୁ କି ଗଙ୍ଗାଜଳକୁ ପୃଥିବୀ ପୃଷ୍ଠକୁ ଆଣିବା ପାଇଁ ରାଜା ଭାଗିରଥ କଠୋର ତପସ୍ୟା କରିଥିଲେ ଯାହା ପରେ ପୃଥିବୀ ପୃଷ୍ଠରେ ଗଙ୍ଗା ମାତାଙ୍କର ଆଗମନ ହୋଇଥିଲା । ଏଥି ପାଇଁ ଧାର୍ମିକ ଗ୍ରନ୍ଥ ଓ ହିନ୍ଦୁ ଧର୍ମରେ ଗଙ୍ଗା ମାତାଙ୍କୁ ବିଶେଷ ମହତ୍ତ୍ଵ ଦିଆ ଯାଇଛି । ଆଶା କରୁଛୁ ଆମର ଏହି ଧାର୍ମିକ ଲେଖାଟି ପସନ୍ଦ ଆସିଥିବ । ଭକ୍ତିରେ ଗୋଟେ ଶେୟାର ନିଶ୍ଚୟ କରିବେ ।