Jyotish Shastra- ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ

ଝିଅ ମାନଙ୍କୁ ଗୋଟିଏ ପହେଲି ବୋଲି କୁହାଯାଏ, ଯାହାର ରହସ୍ୟ ଭେଦ କରିବା ଖୁବ ମୁସ୍କିଲ ଅଟେ । ଆପଣ ତ ଏହି କଥା ନିଶ୍ଚୟ ଶୁଣିଥିବେ, ଯେତେବେଳେ ଭଗବାନ ମଧ୍ୟ ସ୍ତ୍ରୀକୁ ବୁଝି ପାରି ନ ଥିଲେ ସାମାନ୍ଯ ମଣିଷ ଭଲା କେମିତି ବୁଝିବ । କାରମ ଝିଅଙ୍କ ସ୍ଵଭାବ ଏତେ ଅଲଗା ହୋଇଥାଏ ଯେ, ସେ କେଉଁ କଥାରେ କେତେବେଳେ କେମିତ ପ୍ରତିକ୍ରିୟା କରନ୍ତି କେହି ମଧ୍ୟ ବୁଝି ପାରନ୍ତି ନାହିଁ । ତଥାପି କିଛି ତେବେ ଆଜି ଆମେ ଆପଣଙ୍କୁ ସେହି ଝିଅଙ୍କ ବିଷୟରେ ଜଣାଇବୁ ଯେଉଁମାନଙ୍କ ବ୍ୟବହାର ଖୁବ ଉତ୍ତମ ଓ ସେମାନେ ଗଙ୍ଗା ପରି ପବିତ୍ର ଅଟନ୍ତି ।

B ନାମର ଝିଅମାନେ

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ଜୀବନସାଥିଙ୍କ ପ୍ରତି ଖୁବ ବିଶ୍ଵସ୍ତ ରହିଥାନ୍ତି ଓ କୌଣସି ମୁସ୍କିଲ ପରିସ୍ଥିତିରେ ମଧ୍ୟ ତାଙ୍କ ହାତ ଛାଡନ୍ତି ନାହିଁ । ଏମାନଙ୍କ ବ୍ୟବହାର ମଧ୍ୟ ଖୁବ କୋମଳ ମଧ୍ୟ ହୋଇଥାଏ । ଏହି କାରଣରୁ ଏହି ଝିଅମାନଙ୍କୁ ପବିତ୍ର ବୋଲି କୁହାଯାଏ ।

N ନାମର ଝିଅମାନେ

ଏହି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅମାନେ ଟିକେ ତେଜ ସ୍ୱଭାବର ହୋଇଥାନ୍ତି । କିନ୍ତୁ ଏହି ଝିଅମାନେ ନିଜ ଜୀବନସାଥି ଓ ପରିବାରର ଖୁବ ଧ୍ୟାନ ରଖନ୍ତି । ଏମାନେ କେବେ ମଧ୍ୟ ଏମିତି କିଛି କାମ କରନ୍ତି ନାହିଁ ଯାହା ଦ୍ଵାରା ତାଙ୍କ ପରିବାରର ନାମ ଖରାପ ହେବ ବା ତାଙ୍କ ଜୀବନସାଥିଙ୍କୁ କଷ୍ଟ ହେବ । ଏମାନଙ୍କ ସ୍ଵଭାବ ଖୁବ ଉତ୍ତମ ହେଇଥିବାରୁ ଏହି ଝିଅ ମାନଙ୍କୁ ମଧ୍ୟ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ ।

P ନାମର ଝିଅମାନେ

କୁହାଯାଏ ଏହି ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଝିଅମାନେ, ସମ୍ପର୍କକୁ ବାନ୍ଧି ରଖିବା ଖୁବ ଭଲ ଭାବେ ଜାଣନ୍ତି । ଏହି ନାମର ଝିଅମାନେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାବନାକୁ ଭଲ ଭାବେ ବୁଝି ପାରନ୍ତି । ଛୋଟ ହୁଅନ୍ତୁ ବା ବଡ଼ ଏମାନେ କେବେ ମଧ୍ୟ କାହାକୁ ଦୁଃଖ ଦିଅନ୍ତି ନାହିଁ ଓ ସମସ୍ତଙ୍କ ସହ ଖୁବ ପ୍ରେମରେ କଥା ହୁଅନ୍ତି । ଏହି କାରଣରୁ ଏମାନଙ୍କୁ ମଧ୍ୟ ପବିତ୍ର ବୋଲି ମାନାଯାଏ ।

V ନାମର ଝିଅମାନେ

ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ଖୁବ ପବିତ୍ର ବୋଲି କୁହାଯାଏ । ଏହି ଝିଅମାନେ ସାମାନ୍ୟ ଲାଜକୁଳୀ ସ୍ୱଭାବର ହୋଇଥାନ୍ତି । ମାତ୍ର ନିଜ ପରିବାରର ସମ୍ମାନ ଓ ମର୍ଯ୍ୟାଦାର ସମ୍ପୂର୍ଣ୍ଣ ଭାବେ ଧ୍ୟାନ ରଖନ୍ତି । ସିଧାସଳଖ କହିଲେ ଏମାନେ ସବୁବେଳେ ନିଜ ପରିବାର ଲୋକଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି ଓ ତାଙ୍କ ଇଚ୍ଛା ପୂରଣ କରିବାକୁ ମଧ୍ୟ ଚେଷ୍ଟା କରନ୍ତି।

Y ନାମର ଝିଅମାନେ

ଦେଖିବାକୁ ଗଲେ ବହୁତ କମ୍ ଝିଅଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ । କିନ୍ତୁ ଏହି ନାମର ଝିଅମାନଙ୍କ ସ୍ଵଭାବ ଅନ୍ୟ ମାନଙ୍କ ପ୍ରତି ଖୁବ ଉତ୍ତମ ହୋଇଥାଏ । ଏହି ଝିଅମାନେ ସମସ୍ତଙ୍କ ସହ ଖୁବ ସମ୍ମାନର ସହ କଥା ହୁଅନ୍ତି ଓ କେବେ କାହାର ନିରାଦର କରନ୍ତି ନାହିଁ । ଏହା ସହ ଏମାନେ ନିଜ ଜୀବନସାଥିଙ୍କୁ ମଧ୍ୟ ସର୍ବଦା ଖୁସିରେ ରଖନ୍ତି । ସେଥିପାଇଁ ଏମାନଙ୍କୁ ମଧ୍ୟ ଗଙ୍ଗା ପରି ପବିତ୍ର ବୋଲି କୁହାଯାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ