Ganesh Chaturthi 2022, ଗଣେଶ ପୂଜା ଦିନ କହି ଦିଅନ୍ତୁ ଏହି ଗୁପ୍ତ ମନ୍ତ୍ର, ଜୀବନରେ ଆଉ ରହିବନି କୌଣସି ସମସ୍ଯା

ପ୍ରଥମ ପୂଜ୍ୟ ତଥା ବୁଦ୍ଧିର ଦେବତା ଭଗବାନ ଶ୍ରୀଗଣେଶଙ୍କ ପର୍ବ ଗଣେଶ ଚତୁର୍ଥୀ ସାରା ଦେଶରେ ଖୁବ ଆଡମ୍ବରରେ ପାଳନ କରାଯାଏ । ଚଳିତ ବର୍ଷ ୩୧ ଅଗଷ୍ଟ ବୁଧବାର ଦିନ ପାଳିତ ହେବ ପବିତ୍ର ଗଣେଶ ପୂଜା । ମାନ୍ୟତା ଅଛି କି ଏହିଦିନ ଭଗବାନ ଶ୍ରୀଗଣେଶଙ୍କୁ ଘରକୁ ଆଣିବା ଦ୍ଵାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହିଦିନ ପାଳନ କରା ଯାଉଥିବା କିଛି ବିଧିବିଧାନ ଏବଂ ଖାସ ମନ୍ତ୍ର ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଭଗବାନ ଶ୍ରୀଗଣେଶଙ୍କୁ ଘରକୁ ଆଣିବା ପୂର୍ବରୁ ପୂଜାସ୍ଥଳକୁ ଭଲଭାବେ ସଫା କରି ଦିଅନ୍ତୁ ଓ ପୁରା ଘରେ ଗଙ୍ଗାଜଳ ଛିଞ୍ଚି ଦିଅନ୍ତୁ । ଏକ ସଫା ଚୌକି ଉପରେ ଲାଲ କପଡା ବିଛେଇ ସେହି କପଡା ଉପରେ ଚାଉଳରେ ସ୍ଵସ୍ତିକ ଚିହ୍ନ ବନାନ୍ତୁ ଏବଂ ଓଁ ନମ ଗଣେଶାୟ ନମଃ ଜପ କରିବା ସହ ଗଣପତିଙ୍କୁ ସ୍ଥାପନ କରନ୍ତୁ । ଏହାପରେ ଗଣପତିଙ୍କୁ ଦୁବ କିମ୍ବା ପାନପାତ୍ର ସାହାଯ୍ୟରେ ଗଙ୍ଗାଜଳରେ ସ୍ନାନ କରାନ୍ତୁ । ଏହାପରେ ଗଣପତିଙ୍କୁ ହଳଦିଆ କପଡା ଚଢାଇ ଚାଉଳ, ଫୁଲ ଓ ଦୁବ ଚଢାନ୍ତୁ । ମୋଦକ ମଧ୍ୟ ଭୋଗ ଲଗାଇ ଆଳତି କିମ୍ବା କୀର୍ତ୍ତନ କରନ୍ତୁ ।

ଭଗବାନ ଗଣେଶଙ୍କ ଚୌକିର ଠିକ ସାମ୍ନାରେ ତମ୍ବା କଳସରେ ଜଳ ଭରିକରି ରଖିବା ଉଚିତ । ଧ୍ୟାନ ରଖନ୍ତୁ କଳସ ଭଗବାନଙ୍କ ଡାହାଣ ପାଖେ ରହିବା ଉଚିତ । ସେହି କଳସ ତଳେ ଚାଉଳ ରଖନ୍ତୁ ଓ ଗଣେଶଙ୍କ ବାମପଟେ ଘିଅର ଦୀପ ଜଳାନ୍ତୁ । ଦୀପାକୁ ସିଧା ଭୂମି ତଳେ ନରଖି ତାହା ତଳେ ମଧ୍ୟ ଚାଉଳ ରଖନ୍ତୁ ।

ଏହିସବୁ କରିବା ପରେ ହାତରେ ଚାଉଳ ଏବଂ ଗଙ୍ଗାଜଳ ନେଇ ଭଗବାନ ଗଣେଶଙ୍କ ପାଇଁ ସଂକଳ୍ପ କରନ୍ତୁ । ଆପଣ ୩ଦିନ, ୭ଦିନ, ୯ଦିନ କିମ୍ବା ୧୧ଦିନ ଯେତିକି ଦିନ ଭଗବାନ ଗଣେଶଙ୍କୁ ଘରେ ସ୍ଥାପନ କରିବାକୁ ଚାହୁଁଛନ୍ତି ସେତିକି ଦିନ ସ୍ଥାପନ କରି ସବୁଦିନ ବିଧିବିଧାନରେ ତାଙ୍କର ପୂଜା କରିବେ ବୋଲି କୁହନ୍ତୁ । ଗଣପତିଙ୍କ ଉପରେ ପ୍ରତିଦିନ ୫ଟି ଦୁବ ଅର୍ପଣ କରନ୍ତୁ ଓ ୫ଟି ଅଳେଇଚ ତାଙ୍କ ଚରଣରେ ରଖନ୍ତୁ । ଅଳେଇଚକୁ ପୂଜାର ଅନ୍ତିମ ଦିନ ପର୍ଯ୍ୟନ୍ତ ରଖନ୍ତୁ କିନ୍ତୁ ଦୁବକୁ ପ୍ରତିଦିନ ବଦଳାଇ ଦିଅନ୍ତୁ ।

ଶେଷଦିନ ଏହାକୁ ଲାଲ ରଙ୍ଗର କପଡାରେ ବାନ୍ଧି ଘରର ମନ୍ଦିରରେ ରଖନ୍ତୁ କିମ୍ବା ପୂଜା କରୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହାଦ୍ବାରା ଘରେ ସବୁବେଳେ ସୁଖଶାନ୍ତି ବନିରହିବ । ଏହାସହ ଭଗବାନ ଗଣେଶଙ୍କ ପୂଜା କରିବା ବେଳେ ଏହି ଖାସ୍ ମନ୍ତ୍ରର ଜପ କରିବା ଦ୍ଵାରା ଘରକୁ ବହୁତ ସାରା ଧନର ଆଗମନ ହେବ ଓ ପିଲା ମାନଙ୍କର ପାଠରେ ମନ ଲାଗୁ ନଥିଲେ ତାହା ଠିକ ହୋଇଯିବ ।

ଭଗବାନ ଶ୍ରୀଗଣେଶ ବିଘ୍ନହର୍ତ୍ତା ଅଟନ୍ତି ଓ ବିଗିଡି ଯାଇଥିବା କାମକୁ ଭଲ କରି ଦେଇଥାନ୍ତି । ଏହି ଛୋଟ ମନ୍ତ୍ର ଆପଣଙ୍କ ଖରାପ ଭାଗ୍ୟକୁ ବି ଜାଗ୍ରତ କରି ଦେଇଥାଏ । ଗଣେଶ ଚତୁର୍ଥୀ ଦିନ ଭଗବାନ ଶ୍ରୀଗଣେଶଙ୍କ ଆରାଧନା କରିବେ କିନ୍ତୁ ଏହାଛଡା ଏହି ମନ୍ତ୍ର ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ଜପ କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇ ଶୁଭଫଳ ଦେଇଥାଏ ।

ଏହି ଚମତ୍କାରୀ ମନ୍ତ୍ରଟି ହେଉଛି ଓଁ ବକ୍ରତୁଣ୍ଡାୟ ନମଃ । ଏହି ମନ୍ତ୍ରକୁ ୧୦୮ ଥର ଜପ କରିବା ଦ୍ଵାରା ବହୁତ କିଛି ଶୁଭଫଳ ପ୍ରାପ୍ତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।