“ଭୁବନେଶ୍ବରରେ ଏମିତି କେଉଁ ଜାଗା ନାହିଁ ଯେଉଁଠି ସେ ମୋ ସହ ଯାଇନି, ସେ ମୋ ସହ ହଜାରରେରୁ ଅଧିକ ଥର…” ଆର୍ମି ଅଫିସରଅଙ୍କ ନାଁରେ ଅଭିଯୋଗ ଆଣିଲେ ଯୁବତୀ, ଦେଖନ୍ତୁ video

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ଶ ଶାରୀରିକ ସମ୍ପର୍କ ରଖିଲେ ଏବଂ ପରେ ପ୍ରତାରଣା କଲେ ଆର୍ମି ଅଫିସର । ରାଜଧାନୀ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଏବେ ସାମ୍ନାକୁ ଆସିଛି । ଯୁବତୀ ଜଣକ ଜଣେ ଆର୍ମି ଅଫିସରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଆର୍ମି ଅଫିସର ଜଣଙ୍କ ଯୁବତୀଅଙ୍କ ମାଉସୀ ଘର ଗାଁର ଯୁବକ । ସେଠାରେ ଯୁବତୀଙ୍କୁ ଦେଖିବାରେ ପରେ ସେ ବାରମ୍ବାର ତାଙ୍କୁ ପ୍ରେମ ପ୍ରସ୍ତାବ ଦେଉଥିଲେ ଏବଂ ଅନ୍ୟମାନଙ୍କ ହାତରେ ଚିଠି ମଧ୍ୟ ପଠାଉଥିଲେ ।

ତା’ପରେ ଯୁବତୀ ତାଙ୍କ ପ୍ରେମ ପ୍ରସ୍ତାବକୁ ସ୍ଵୀକାର କରିବା ପରେ ଦୀର୍ଘ ଆଠ ବର୍ଷ ଧରି ସେମାନେ ପ୍ରେମ ସମ୍ବନ୍ଧରେ ରହିଥିଲେ । ସେତେବେଳେ ଯୁବକ କିଛି ଚାକିରି କରି ନଥିବାରୁ ବିବାହ ପାଇଁ ମନା କରିଥିଲେ । କିନ୍ତୁ ଆର୍ମିରେ ଚାକିରି ପାଇବା ପରେ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ବାହା ହେବେ ବୋଲି କହିଥିଲେ । ଏହାପରେ ଉଭୟ କୋର୍ଟ ମ୍ୟାରେଜ ପାଇଁ ଆବେଦନ କରିଥିଲେ, ହେଲେ ଆର୍ମି ଅଫିସର ଏବେ ଆଉ ଯୁବତୀଙ୍କୁ ନେବାକୁ ଚାହୁଁନାହାନ୍ତି ବୋଲି କହୁଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ଆର୍ମି ଅଫିସରଙ୍କ ଘରଲୋକ ଚାହୁଁନାହାନ୍ତି ସେଥିପାଇଁ ସେ ତାଙ୍କୁ ବାହା ହୋଇ ପାରିବେନି ବୋଲି କହିଥିଲେ । ଯେବେ ସେମାନଙ୍କର କୋର୍ଟ ମ୍ୟାରେଜ ହେବାର ଥିଲା ସେଦିନ ସେ କୋର୍ଟ ଆସି ନଥିଲେ ଏବଂ ଘରଲୋକଙ୍କ କଥାରେ ଅନ୍ୟ ଜାଗାକୁ ଝିଅ ଦେଖିବା ପାଇଁ ଯିବା କଥା ଶୁଣିବା ପରେ ଯୁବତୀ ଜଣକ ବାଧ୍ୟ ହୋଇ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଆର୍ମି ଅଫିସର ଯେବେବି ଛୁଟିରେ ଆସନ୍ତି ଯୁବତୀ ତାଙ୍କୁ ଭେଟିବା ପାଇଁ ଷ୍ଟେସନ ହେଉକି ଏୟାରପୋର୍ଟକୁ ଯାଆନ୍ତି ।

ଆଉ ସେ ସବୁବେଳେ ୧୫ ଦିନ ଯୁବତୀଙ୍କ ଘରେ ଓ ଆଉ ୧୫ଦିନ ନିଜ ଘରେ ଛୁଟି କାଟନ୍ତି । ସେମାନଙ୍କ କଥା ଘରେ ଜଣାଇବାକୁ କହିଲେ ସେ ଯାହା କହିବେ ସେଇଆ ହେବ କହି ଯୁବତୀଙ୍କୁ ଭୁଲାଇ ଦିଅନ୍ତି । ଆଉ ଏହାରୁ ମଧ୍ୟରେ ଉଭୟ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି । ବ୍ରହ୍ମପୁର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଜକଲି ଗ୍ରାମରେ ଉକ୍ତ ଆଋ ଅଫିସରଙ୍କ ଘର ଏବଂ ତାଙ୍କ ନାମ ହେଉଛି ଲୋପେଣ୍ଡି ପବିତ୍ର ରେଡ୍ଡି ।

ଯୁବତୀ ଜଣକ ଆହୁରି କହିଛନ୍ତି କି, ଯୁବକଙ୍କ ସହ ସେ ହଜାରରୁ ଅଧିକ ଥର ଦେଖା କରିଛନ୍ତି ଓ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି । ଭୁବନେଶ୍ବରରେ ଏମିତି କେଉଁ ଜାଗା ନାହିଁ ଯେଉଁଠିକୁ ସେ ତାଙ୍କ ସହ ଯାଇନାହାନ୍ତି । ତେବେ ଦେଖାଯାଉ ଯୁବତୀଙ୍କୁ ନ୍ୟାୟ ମିଳୁଛି କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।