Sachin Tendulkar ଙ୍କ ରେକର୍ଡ ଭାଙ୍ଗିଲେ Shubman Gill, IND vs JIM ମ୍ଯାଚରେ କଲେ ଏମିତି ଚମତ୍କାର ପ୍ରଦର୍ଶନ

ଜିମ୍ବାୱେ ବିପକ୍ଷରେ ଇତିହାସ ରଚିଛନ୍ତି ଗିଲ୍ । ଶୁଭମାନ ଗିଲ୍ ନିଜ କ୍ରିକେଟ କ୍ଯାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ଯାହାଫଳରେ ସେ କ୍ରିକେଟ ଗଡ୍ ସଚିନ ତେନ୍ଦୁଲକରଙ୍କ ୨୪ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଥିବା ଚର୍ଚ୍ଚା ହେଉଛି । ଭାରତ ଓ ଜିମ୍ବାୱେ ବିପକ୍ଷରେ ଚାଲିଥିବା ଶେଷ ଦିନିକିଆ ମ୍ଯାଚରେ ୫୦ ଓଭରରେ ୮ଟି ୱିକେଟ ହରେଇ ୨୮୯ ରନ କରିଥିଲା । ଶୁଭମାନ ଗିଲ୍ ଦିନିକିଆ ମ୍ଯାଚ କ୍ଯାରିୟରରେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଶତକ ହାସଲ କରିଛନ୍ତି ।

ଶୁଭମାନ ଙ୍କର ୯୭ ବଲ୍ ରୁ ୧୩୦ ରନ୍ ଏକ ଦମଦାର ଇନିଂସ ବଳରେ ଭାରତ ଏହି ସ୍କୋର କରି ପାରିଥିଲା । ଏଥିରେ ତାଙ୍କର ୧୫ଟି ଚଉକା ଓ ଗୋଟିଏ ଛକା ମଧ୍ୟ ସାମିଲ ରହିଛି । ଏହି ସମୟରେ ସଚିନ ତେନ୍ଦୁଲକରଙ୍କ ୨୪ ବରହ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ଶୁଭମାନ ଗିଲ୍ । ଜିମ୍ବାୱେ ବିପକ୍ଷରେ ଭାରତୀୟ ଦଳରୁ ସର୍ବାଧିକ ରନ୍ କରିବା ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା ।

୧୯୯୮ ମସିହାରେ ସଚିନ ତେନ୍ଦୁଲକର ୧୨୭ ରନ୍ ର ଏକ ଅପରାଜିତ ଇନିଂସ ଖେଳିଥିଲେ । ଆଉ ଏବେ ଗିଲ୍ ୧୩୦ ରନ୍ ର ଇନିଂସ ଖେଳି ସଚିନଙ୍କ ନାମରେ ଥିବା ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ଆଉ ଏହି ମାମଲାରେ ତୃତୀୟ ସ୍ଥାନରେ ରହିଛନ୍ତି ଅମ୍ବାଟି ରାୟୁଡୁ । ସେ ୨୦୧୫ ମସିହାରେ ଜିମ୍ବାୱେ ମାଟିରେ ୧୨୪ ରନ୍ ହାସଲ କରିଥିଲେ ।

ସେହିପରି ଚତୁର୍ଥ ସ୍ଥାନରେ ମଧ୍ୟ ସଚିନ ତେନ୍ଦୁଲକରଙ୍କ ରେକର୍ଡ ରହିଛି । ସଚିନ ୨୦୦୧ ରେ ସେହି ଜିମ୍ବାୱେ ପକ୍ଷରେ ୧୨୨ ରନ୍ ର ଆଉ ଏକ ଅପରାଜିତ ଇନିଂସ ଖେଳିଥିଲେ । ଏହି ମାମଲାରେ ପଞ୍ଚମ ସ୍ଥାନରେ ରହିଛନ୍ତି ଯୁବରାଜ ସିଂ । ଯୁବରାଜ ୨୦୦୫ ରେ ଜିମ୍ବାୱେ ବିପକ୍ଷରେ ୧୨୦ ରନ୍ ର ଏକ ଇନିଂସ କେହଳି ଏହି ରେକର୍ଡ ହାସଲ କରିଥିଲେ ।

ଆଉ ଏବେ ଏହି ମାମଲାରେ ପ୍ରଥମ ସ୍ଥାନରେ ନିଜ ନାମ ଦର୍ଜ କରିଛନ୍ତି ଯୁବ କ୍ରିକେଟର ଶୁଭମାଣ ଗିଲ୍ । ତାଙ୍କର ଦମଦାର ଇନିଂସ ବଳରେ ଭାରତ ଭଲ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।