ଫୁସଫୁସ ରେ ଜମା ହୋଇଥିବା ହେବ ସଫା, ଅକ୍ସିଜେନ ଲେଭଲ ତୁରନ୍ତ 95 ରୁ ଅଧିକ ହେଇଯିବ, ପୁରା ପରିବାରକୁ ବି ଦେବ ଅକ୍ସିଜେନ- Health Tips

ଯଦି ଆପଣଙ୍କୁ କାଶ ଥଣ୍ଡା ହୋଇଛି, ଗଳା ରେ କିଛି ସଂକ୍ରମଣ ହୋଇଛି, ଛାତି ଘଡ଼ଘଡ଼ି ହେଉଛି ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ତେବେ ଏହି ଉପଚାର ଦ୍ୱାରା ଆପଣଙ୍କୁ ବହୁତ ଆରାମ ଅନୁଭବ ହେବ ।

ଆଧୁନିକତାର ପ୍ରଭାବରେ ଆମର ଏପରି ଅନେକ ଘରୋଇ ଉପଚାର ଯାହା ଆମ ପୂର୍ବପୁରୁଷ ମାନେ ଆପଣେଇ ଚିକିତ୍ସା କରୁଥିଲେ, ସେ ସବୁ ଆମେ ପ୍ରାୟତଃ ଭୁଲି ଯାଇଛୁ । କିନ୍ତୁ ସେ ସବୁ ଆମ ପାଇଁ ଅତ୍ୟନ୍ତ ଉପଯୋଗୀ । ତେବେ ଚାଲନ୍ତୁ ଜାଣିବା କିପରି କରିବେ ଏହି ଉପଚାର । ଯଦି ଆପଣଙ୍କ ଘରେ କିମ୍ବା ଆଖପାଖରେ ଏହି ଉପଚାର କାହାକୁ ମଧ୍ୟ ଦରକାର ହେଉଛି ତେବେ ତୁରନ୍ତ ଏହି ଉପଚାର କରନ୍ତୁ ଓ ତା ପରେ ଦରକାର ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।

ଏହି ଉପଚାର ପାଇଁ ପ୍ରଥମେ ଆପଣଙ୍କୁ ଦରକାର ତୁଳସୀ ପତ୍ର । ତୁଳସୀ ପତ୍ର ଆମ ଶରୀରରେ ଅକ୍ସିଜେନ୍ ସ୍ଥରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅଗଣାରେ ତୁଳସୀ ଗଛ ରହିବା ମଧ୍ୟ ଆମ ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ସେହିପରି ପିପ୍ପଳ ବୃକ୍ଷ ଓ ବର ଗଛ ମଧ୍ୟ ଆମ ଶରୀରରେ ଅକ୍ସିଜେନ୍ ସ୍ଥରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ସେଥିପାଇଁ ପୂର୍ବକାଳରେ ଏହି ଗଛ ଗୁଡ଼ିକର ପରିକ୍ରମା କରିବା ପାଇଁ ପ୍ରଥା ରହିଥିଲା । ଏହା କୌଣସି ଅନ୍ଧ ବିଶ୍ବାସ ନୁହେଁ, ମାତ୍ର ଏହା ଆମ ଶରୀର ପାଇଁ ଉପଯୋଗୀ ଅଟେ । ଯାହାକୁ ମଧ୍ୟ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲେ ଦୁଇରୁ ଚାରୋଟି ତୁଳସୀ ପତ୍ର ନେଇ ହାତରେ ମଳି ଦିଅନ୍ତୁ ଓ ତାଙ୍କ ନାକ ପାଖେ ତାଙ୍କୁ ଶୁଙ୍ଘିବାକୁ ଦିଅନ୍ତୁ । ଏହା କରିବା ଦ୍ଵାରା ଅକ୍ସିଜେନ୍ ସ୍ଥର ବୃଦ୍ଧି ହୋଇଥାଏ ।

ଅନ୍ୟ ଉପାୟଟି ହେଉଛି ୪ ରୁ ୫ଟି ତୁଳସୀ ପତ୍ର ଏକ କାଚ ଗ୍ଲାସ୍ କିମ୍ବା ତମ୍ବା ପାତ୍ରରେ ନିଅନ୍ତୁ । ଏବେ ସେଥିରେ ଉଷୁମ ପାଣି ଢ଼ାଳନ୍ତୁ ଓ ଏହାକୁ ଘୋଡାଇ ୧୦ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ । ଏହାଦ୍ବାରା ତୁଳସୀ ପତ୍ରରେ ଥିବା ତୈଳ ଅଂଶ, ତାର ବାସନା ଓ ତାର ସମସ୍ତ ଲାଭଦାୟକ ପଦାର୍ଥ ଏହି ପାଣି ମଧ୍ୟକୁ ଆସିଯିବ । ଏବେ ଆପଣ ପାଣିରୁ ପତ୍ର ଗୁଡ଼ିକ କାଢି ସେଇ ପାଣିକୁ ପିଇ ପାରିବେ । ଧ୍ୟାନ ରଖନ୍ତୁ ଯେପରି ପାଣି ହାଲୁକା ଉଷୁମ ଥିବ ।

ଏହାକୁ ପାନ କରିବା ଦ୍ୱାରା ଆପଣଙ୍କ ଅକ୍ସିଜେନ୍ ସ୍ଥର ଏକଦମ୍ ଉପରକୁ ହୋଇଯିବ ଓ ଆପଣ ଖୁବ୍ ଆରାମ ଅନୁଭବ କରି ପାରିବେ । ଏହା ଦ୍ବାରା ଆପଣ ହସ୍ପିଟାଲ ଯିବାରୁ ମଧ୍ୟ ବଞ୍ଚି ଯାଇ ପାରନ୍ତି । ତଥାପି ଆପଣ ଡାକ୍ତରଙ୍କ ପାଖେ ଯାଇ ପାରିବେ । ମାତ୍ର ଯିବା ଆଗରୁ ଏହାକୁ ନିଶ୍ଚୟ କରି ଦେଖନ୍ତୁ । ଏହି ସମସ୍ତ ଘରୋଇ ଉପଚାର ଆମ ଆଖପାଖରେ ହିଁ ଉପଲବ୍ଧ ରହିଛି ।

ମାତ୍ର ଜ୍ଞାନର ଅଭାବ ଯୋଗୁଁ ଆମେ ଜାଣି ପାରୁନାହୁଁ । ଆମ ସୁଖ ସୁବିଧା ପାଇଁ ଆମର ଉପକାରୀ ଏହି ଗଛ ସବୁକୁ କାଟି ଦେଉଛୁ । ତେବେ ଆପଣଙ୍କ ଆଖପାଖରେ ଏହି ଉପଚାରର କାହାକୁ ଆବଶ୍ୟକ ଥିଲେ ନିଶ୍ଚୟ ସାହାଯ୍ୟ କରନ୍ତୁ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ