ଓଡିଶା ମୁହାଁ ଏବେ ତଉକତେ ଠାରୁ ଅଧିକ ଭୟଙ୍କର ବାତ୍ୟା “ଯଶ”, 26 ତାରିଖ ଦିନ ରଚିବ ତାଣ୍ଡବ, ଦେଖନ୍ତୁ କେଉଁ ଜିଲ୍ଲାକୁ ରହିବ ଏହାର ଅଧିକ ପ୍ରଭାବ

ବନ୍ଧୁଗଣ ନମସ୍କାର । ବନ୍ଧୁଗଣ ସୂଚନା ଅନୁସାରେ ଏହା ଖବର ମିଳିଛି ଯେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୩ ଦିନ ପରେ ଏକ ବଡ ଧରଣର ଲାଗୁଚାପ ସୃଷ୍ଟି ହେବାକୁ ଯାଉଛି ।

ଏହାର ପ୍ରଭାବ ଅନେକ ଜିଲ୍ଲା ମାନଙ୍କରେ ପଡିବ । ଏହି ଲଘୁଚାପ କେଉଁ ଠାରେ ଲ୍ୟାଣ୍ଡଫଲ କରିବ ଓ କେଉଁ ଆଡକୁ ଗତି କରିବା ତାକୁ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ତେବେ ଆସନ୍ତୁ ଜାଣିବା ଏହି ଲଘୁଚାପ ବିଷୟରେ ସଂକ୍ଷିପ୍ତ ବିବରଣୀ କଣ ରହିଛି । ପୂର୍ବ କେନ୍ଦ୍ର ବଙ୍ଗୋପସାଗର ନିକଟସ୍ଥ ଉତ୍ତର ଆଣ୍ଡାମନ ସାଗରରେ ୨୩ ତାରିଖରେ ଏକ ଭୟଙ୍କର ଲଘୁଚାପ ସୃଷ୍ଟି ହେବାକୁ ଯାଉଛୁ । ମେ ୨୪ ତାରିଖରେ ଏହି ଲଘୁଚାପ ବାତ୍ୟାର ଭୟଙ୍କର ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି ।

ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ବୋଲି ଅନୁମାନ କରା ଯାଇଛି । ମେ ୨୫ ତାରିଖରେ ବାତ୍ୟାର ରୂପ ବହୁତ ଭୟଙ୍କର ହେବ । ମେ ୨୬ରେ ଏହି ବାତ୍ୟା ଓଡିଶା ଉପକୂଳର ନିକଟବର୍ତ୍ତୀ ହେବ ବୋଲି ଅନୁମାନ କରା ଯାଇଛି । ଏହା ପରେ ପାରାଦୀପ ଓ ଚାନ୍ଦବାଲି ନିକଟରେ ଥିବା ଅଞ୍ଚଳ ମାନଙ୍କରେ ଏହି ବାତ୍ୟାର ପ୍ରବାବ ଦେଖାଯିବ । ୱିଣ୍ଡି ଡଟ କମର ଆକଳନ ଅନୁସାର ଏହି ବାତ୍ୟା ପାରାଦୀପ ଓ ଚାନ୍ଦବାଲିର ମଧ୍ୟବର୍ତ୍ତୀ ଅଞ୍ଚଳ ମାନଙ୍କରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

୨୬ରେ ରାତି ୧୧ଟା ପରେ ଏହାର ପ୍ରଭାବ ଆରମ୍ଭ ହେବାର ଆଶଙ୍କା ରହିଛି । ମେ ୨୭ରେ ସକାଳ ୫ଟା ସମୟରେ ଏହି ବାତ୍ୟା ସ୍ଥଳଭାଗ ଦେଇ ଗତି କରିବା ଓ ବାରିପଦା ଦେଇ ଗତି କରିବା ବୋଲି ଆକଳନ କରା ଯାଇଛି । ମେ ୨୩ରେ ଆସୁଥିବା ବାତ୍ୟାର ପ୍ରଭାବ ଓଡିଶାରେ ପଡିବାର ସମ୍ଭାବନା ରହିଛି । ସେଥି ପାଇଁ ଓଡିଶାର ପାଣିପାଗରେ ବଡ ପରିବର୍ତ୍ତନ ସମ୍ଭାବନା ରହିଛି ।

ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡିଶାରେ ଏହାର ଅଧିକ ପ୍ରଭାବ ଦେଖାଯିବା ସହ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ମେ ୨୨ରୁ ୨୫ ମଧ୍ୟରେ ଏହା ବାତ୍ୟାର ରୂପ ନେଇ ଉତ୍ତର ପଶ୍ଚିମ ଓଡିଶାରେ ଗତି କରିବ ।

୨୬ ତାରିଖସନ୍ଧ୍ୟା ସମୟରେ ଏହି ବାତ୍ୟା ଉତ୍ତର ବଙ୍ଗୋପସାଗର ଦେଇ ଏହା ଓଡିଶା ଓ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ ଏହି ବାତ୍ୟା ପଶ୍ଚିମବଙ୍ଗ, ଓଡିଶା ବା ବ୍ଯାଙ୍ଗଲୋରରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

ବନ୍ଧୁଗଣ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ