September 1 ରୁ ବଦଳିଯିବ ଦେଶରେ ଏହି ୮ ଟି ନିୟମ, ଦେଖନ୍ତୁ କଣ ରହିବ ଆପଣଙ୍କ ଉପରେ ଏହାର effect

ଆପଣଙ୍କୁ ଜଣାଇ ଦେଉଛୁ କି ୧ ସେପ୍ଟେମ୍ବର ରୁ ଦେଶର କିଛି ନିୟମ ବଦଳିବାକୁ ଯାଉଛି । ଯାହା ଆପଣଙ୍କ ପାଇଁ ଜାଣିବା ନିହାତି ଆବଶ୍ୟକ । କାରଣ ଏ ଗୁଡିକର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିପାରେ । ଦେଶର ଯେଉଁ ସବୁ ନିଯମରେ ପରିବର୍ତ୍ତନ ହେବାକୁ ଯାଉଛି ସେ ଗୁଡିକ ହେଲା LPG, ହୋମ ଲୋନ, EMI, ଏୟାର ଲାଇନସ ସହିତ ଆହୁରି ଅନେକ ଜିନିଷ ସାମିଲ ଅଛି ।

ତେବେ ଆସନ୍ତୁ ଜାଣିବା କେଉଁ ନିୟମ ବଦଳିବାକୁ ଯାଉଛି ଓ ଏହା ଆପଣଙ୍କ ପକେଟ ଉପରେ କଣ ପ୍ରଭାବ ପକାଇବ ।

୧. ବଢିବ EMI ର ବୋଝ ଓ ଶେଷ ହେବ ମୋରେଟୋରିୟମ

EMI ଦେଉଥିବା ଗ୍ରାହକ ମାନଙ୍କ ପକେଟ କୁ ବଡ ଝଟକା ଲାଗିପାରେ । କାହିଁକି ନା କୋଭିଡ -୧୯ ଯୋଗୁ ଗ୍ରାହକ ମାନଙ୍କୁ EMI ଉପରେ ଏହି ବର୍ଷ ମାସ ମାର୍ଚରେ ଯେଉଁ କଟକଣା ଲାଗିଥିଲା ତାହା ୩୧ ଅଗଷ୍ଟ ରେ ଶେଷ ହୋଇଯିବ । ଏହି ବିଷୟରେ ଦେଶ ର ଦୁଇ ବଡ ବ୍ୟାଙ୍କ SBI ଏବଂ PNB ଆସନ୍ତା ସପ୍ତାହ ରେ ନିସ୍ପତି ନେବେ । ଜଣେଇଦେଉଛୁ କି EMI ଉପରେ ଲାଗିଥିବା କଟକଣା କୁ ବ୍ୟାଙ୍କିଙ୍ଗ ସେକ୍ଟର ରେ ଆଗକୁ ବଢେଇବାକୁ ନେଇ ସ୍ଥିତି ଠିକ ହୋଇ ନାହିଁ ।

୨. ଏଲପିଜି ସିଲିଣ୍ଡରର ଦାମ ରେ ପରିବର୍ତ୍ତନ

ଦେଶରେ ବିଶ୍ଵ ମହାମାରୀ କରୋନା ପରେ ଗୋଟିଏ ପଟେ ଯେଉଁଠି ଦରଦାମ ବୃଦ୍ଧି ପାଉଛି ,ତ ସେଇଠି ଆଉ ଗୋଟିଏ ପଟେ ସାଧାରଣ ଲୋକଙ୍କ ପାଇଁ ଖୁସିର ଖବର କି ବହୁତ ଜଲ୍ଦି ରୋଷେଇ ଗ୍ୟାସ ର ଦର କମିପାରେ । ଜଣେଇ ଦେଉଛୁ କି LPG , CNG ଏବଂ PNG ଶସ୍ତା ହୋଇପାରେ । ଜାଣିଥାନ୍ତୁ କି ପ୍ରତି ମାସର ୧ତାରିଖକୁ ସିଲିଣ୍ଡରର ଦାମ ରେ ପରିବର୍ତ୍ତନ ହେଉଛି । ଏବେ ଜଣାପଡୁଛି କି ୧ ସେପ୍ଟେମ୍ବରକୁ ପେଟ୍ରୋଲିୟମ କମ୍ପାନୀ ଗୁଡିକ LPG ର ଦାମ ରେ ରିଭାଇଜ କରିପାରନ୍ତି ।

୩.. ମହଙ୍ଗା ହେବ ବିମାନଯାତ୍ରା

୧ ସେପ୍ଟେମ୍ବର ରୁ ବିମାନ ର ଟିକେଟ ମହଙ୍ଗା ହେବ । କହିଦେଉଛୁ କି ନାଗରିକ ଏବଂ ଉଡ୍ଡୟନ ମନ୍ତ୍ରଣାଳୟ ୧ ସେପ୍ଟେମ୍ବର ରୁ ଘରୋଇ ଏବଂ ଅନ୍ତର୍ରାଷ୍ଟ୍ରୀୟ ଯାତ୍ରୀଙ୍କ ଠାରୁ ଉଚ୍ଚ ବିମାନ ସୁରକ୍ଷା ଶୁଳ୍କ ନେବାର ନିର୍ଣୟ କରିଛନ୍ତି । ମାନେ ଏବେ ଘରୋଇ ଯାତ୍ରୀ ମାନେ ବିମାନ ସୁରକ୍ଷା ଶୁଳ୍କ ୧୫୦ ବଦଳ ରେ ୧୬୦ ଟଙ୍କା ଦେବେ । ତ ସେଇଠି ଆନ୍ତର୍ଜାତୀୟ ଯାତ୍ରୀ ମାନେ ୪.୮୫ ଡଲାର ଜାଗାରେ ୫.୨ ଡଲାର ଦେବେ ।

୪.ସ୍କୁଲ ଖୋଲି ପାରେ

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଅନଲକ ୪.୦ ରେ କେତେକ କଟକଣା ସହିତ ୧ ସେପ୍ଟେମ୍ବର ରୁ ସ୍କୁଲ ଖୋଲିବାର ଗାଇଡଲାଇନ ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନା ସମ୍ବନ୍ଧିତ ମନ୍ତ୍ରଣାଳୟ ବିସ୍ତୃତ ଚର୍ଚା କରିଛନ୍ତି । ଏବେ ଜଣାଯାଉଛି କି ଅନଲକ ୪.୦ ର ଗାଇଡଲାଇନ ଏହି ବିଷୟରେ ବିସ୍ତ୍ରୁତ ଭାବରେ ସୂଚନା ଦେବ ।

୫. OLA –Uber କରିପାରନ୍ତି ଧର୍ମଘଟ

ଆପ ବେସ୍ଦ କ୍ୟାବ ସର୍ଭିସ କମ୍ପାନୀ ଓଲା ଓ ଉବର ର ଡ୍ରାଇଭର ମାନେ ୧ ସେପ୍ଟେମ୍ବର ରୁ ଦିଲ୍ଲୀ NCR ରେ ବନ୍ଦ ଡାକରା କରିବାର ଧମକ ଦେଇଛନ୍ତି । କ୍ୟାବ ଡ୍ରାଇଭର ମାନଙ୍କର କେତେ ଗୁଡିଏ ଡିମାଣ୍ଡ ଅଛି , ଯାହାକୁ ନେଇ ବନ୍ଦ ଡାକରା ହୋଇପାରେ । ଏହି ବିଷୟରେ ଦିଲ୍ଲୀ ର ସର୍ବୋଦୟ ଡ୍ରାଇଭର ଆସୋସିଏସନ ର ଅଧ୍ୟକ୍ଷ କମଳଜିତ ସିଂହ ଗିଲ କହିଛନ୍ତି ଯେ ଯଦି ସରକାର ଆମର ଦାବି ପୁରା କରିବାରେ ବିଫଳ ହେବେ ତ ପାଖାପାଖି ୨ ଲକ୍ଷ କ୍ୟାବ ଡ୍ରାଇଭର ବନ୍ଦ ଡାକରାରେ ସାମିଲ ହେବେ ।

୬. ଆରମ୍ଭ ହେବ ଇନ୍ଡିଗୋ ଏୟାରଲାଇନ୍ସ ର ବିମାନ ସେବା

 

ବିମାନ କମ୍ପାନୀ ଇଣ୍ଡିଗୋ ନିଜର ବିମାନ ସେବା ଷ୍ଟେପ ବାଇ ଷ୍ଟେପ ଆରମ୍ଭ କରିବାର ନିଷ୍ପତି ନେଇଥିଲା । ଏହି ସମୟ ରେ ୧ ସେପ୍ଟେମ୍ବର ରୁ ପ୍ରୟାଗରାଜ ,କୋଲକତାଏବଂ ସୁରଟ ନିମନ୍ତେ ବିମାନ ସେବା ଆରମ୍ଭ କରାଯିବ । ଏହା ବ୍ୟତୀତ ଭୋପାଳ ଏବଂ ଲକ୍ଷ୍ନୌ ରୁଟ ରେ ଇଣ୍ଡିଗୋ ୧୮୦ ସିଟ ବାଲା ଏୟାରବସ -୩୨୦ ଚଳାଇବ । ଏହି ଉଡାନ ସପ୍ତାହ ରେ ୩ ଦିନ ସୋମବାର ,ବୁଧବାର ଓ ଶୁକ୍ରବାର ସଞ୍ଚାଳିତ ହେବ । ଜଣାଇଦେଉଛୁ କି କମ୍ପାନୀ ସମର ସିଡ୍ୟୁଲରେ ହିଁ ଭୋପାଳ ରୁ ପ୍ରୟାଗରାଜ ,ଆଗ୍ରା ,କୋଲକାତା ,ସୁରଟ ,ଅହମଦାବାଦ ଏବଂ ଆଗ୍ରା ପାଇଁ ବିମାନ ସେବା ଆରମ୍ଭ କରିବାର ଘୋଷଣା କରିଥିଲା । କିନ୍ତୁ କରୋନା ଭାଇରସ ର ବ୍ୟାପିବା କାରଣରୁ ଏହି ସେବା ଆରମ୍ଭ ହୋଇପାରିନଥିଲା ।

୭. ଦିଲ୍ଲୀ ମେଟ୍ରୋ ଆରମ୍ଭ ହୋଇପାରେ

ରାଜଧାନୀ ଦିଲ୍ଲୀ ରେ ମେଟ୍ରୋ ପୁଣି ଥରେ ଆରମ୍ଭ ହୋଇପାରେ । ଜଣାପଡୁଛି କି ୧ ସେପ୍ଟେମ୍ବର କୁ ଆରମ୍ଭ ହେବାକୁ ଯାଉଛି ଅନ ଲକ ୪.୦ ରେ ମେଟ୍ରୋ ରେଳ ସେବା । ବିଶେଷ ସୂତ୍ର ରୁ ପ୍ରକାଶ ଯେ ମେଟ୍ରୋ ରେଳ ସେବା ୧ ସେପ୍ଟେମ୍ବର ରୁ ସାଧାରଣ ଲୋକଙ୍କ ପାଇଁ ଆରମ୍ଭ ହେଉଛି ।

୮. GST ଦେବାରେ ଡେରି କଲେ ଲାଗିବା ୧୮% ସୁଧ

ସରକାର ଚେତାବନୀ ଦେଇଛନ୍ତି ଯେ ଯଦି ବସ୍ତୁ ଏବଂ କର ସେବା ଦେବାରେ ଡେରି ହେବ ତ ସେପ୍ଟେମ୍ବର ୧ରୁ ସବୁ ଟାକ୍ସ ଦେବା ଉପରେ ସୁଧ ଲାଗିବ । ଜଣାଇଦେଉଛୁ ଯେ କୌଣସି ସଂସ୍ଥା GST ଦେବାରେ ଡେରି ଉପରେ ପାଖାପାଖି ୪୬୦୦୦ କୋଟି ଟଙ୍କା ବାକି ସୁଧର ଆଦାୟ ଉପରେ ଚିନ୍ତା ପ୍ରକଟ କରିଥିଲେ । ଏମିତିରେ ୧୮% ସୁଧ ଲାଗିବ ,ଯାହାକି ୧ ସେପ୍ଟେମ୍ବର ରୁ ଲାଗୁ ହେବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।