ଜାରି ହେଲା ଅନଲକ-୪ ଗାଇଡଲାଇନ: ଏବେ ରାଜ୍ୟ ସରକାର ନେଇ ପାରିବେନି କୌଣସି ନିଷ୍ପତ୍ତି, ଦେଖନ୍ତୁ ପୁରା ନିୟମ

ବର୍ତ୍ତମାନ ପାଇଁ ଅନଲକ-୪ ଗଇଡ୍ଲାଇନ ଆସିସାରିଛି । ଏହା ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ହେବ । ତେବେ କେନ୍ଦ୍ର ସରକାର ଏହି ଅନଲକ-୪ରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ସେ ବିଷୟରେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଅନଲକ ୪ର ଗାଇଡଲାଇନରେ ଏକ ବଡ ତଥ୍ୟ ରହିଛି ଯେ ବର୍ତ୍ତମାନ ରାଜ୍ୟ ସରକାର ମାନେ ଏବେ ନିଜ ଇଚ୍ଛା ରେ ଲକଡାଉନ କି ସଟଡାଉନ କରି ପାରିବେ ନାହିଁ ।

ବର୍ତ୍ତମାନ ଯେଉଁ ଗାଇଡଲାଇନ ଆସିଛି ସେଥିରେ ସବୁଠୁ ବଡ କଥା ହେଉଛି କି ବର୍ତମାନ କୌଣସି ରାଜ୍ୟ ସରକାର ସେମାନଙ୍କ ରାଜ୍ୟ ବା ଜିଲ୍ଲାରେ କିଛି ବି କରିବା ଆଗରୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ହେବ ।

ନାଇଟ କର୍ଫ୍ଯୁ ହେଉ କି ସପ୍ତାହନ୍ତ ଲକଡାଉନ ଏହା ସେମାନେ ନିଜ ମନ ଇଚ୍ଛାରେ କରି ପାରିବେ ନାହିଁ । ରାଜ୍ୟ, ଜିଲ୍ଲା, ସବଡିଭିଯନ ଆଦି ନିଜ ଇଚ୍ଛାରେ ଯେଉଁ ଲକଡାଉନ କି ସଟ୍ଦାଉନ କରୁଥିଲେ ସେଥିରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ହେବ । ତେବେ କେବଳ କଣ୍ଟେନମେଣ୍ଟ ଜୋନରେ ହିଁ ରାଜ୍ୟ ସରକାର ତାଲାବନ୍ଦ କରିପାରିବେ । ରାଜ୍ୟ ସରକାରଙ୍କ ହାତରେ ଏବେ କେବଳ ଏତିକି କ୍ଷମତା ରହିବ ସେମାନେ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବା ସଟଡାଉନ କରିପାରିବେ ।

ନୂଆ ଗାଇଡଲାଇନ ହିସାବରେ ବର୍ତ୍ତମାନ ସାଧାରଣ ସମାବେଶରେ ୫୦ ରୁ ଅଧିକ ବା ୧୦୦ ଜଣ ପର୍ଯ୍ୟନ୍ତ ଯୋଗ ଦେବାର ଅନୁମତି ଦିଆ ଯାଇଛି । ସ୍କୁଲ ଓ କଲେଜ ଏବେ ବି ବନ୍ଦ ରହିବ ସେପେଟେମ୍ବର ୩୦ ପର୍ଯ୍ୟନ୍ତ , କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଗୁଡିକରେ ପିଲା ଯଦି ଚାହିଁବେ ଯାଇ ନିଜ ଇଚ୍ଛାରେ ପାଠ ସମ୍ବନ୍ଧିତ ସନ୍ଦେହ ଦୂର କରିପାରିବେ । ଓପନ ଏୟାର ଥିଏଟରକୁ ଖୋଲିବାର ଅନୁମତି ମିଳିଛି । ରାଜ୍ୟ ରୁ ରାଜ୍ୟ ଯାତାୟାତ ପାଇଁ କୌଣସି କଟକଣା ନାହିଁ ।

ତେବେ ଏବେ କେନ୍ଦ୍ରରେ ଯାହା ନିଷ୍ପତ୍ତି ନିଆ ହେବ ତାକୁ ସବୁ ରାଜ୍ୟ ମାନିବାକୁ ବାଧ୍ୟ । କିନ୍ତୁ କୋଣ୍ଟେଂମେଣ୍ଟ ଜୋନରେ କଟକଣା କଡାକଡି ରହିବ । ସିନେମା ହଲ ଓ ସ୍ଵିମିଂ ପୁଲ ଆଦି ଏବେବି ବନ୍ଦ ରହିବ । ସବୁପରେ ବି ଯଦି ଆପଣମାନେ ସତର୍କ ନ ରୁହନ୍ତି ତେବେ ଆପଣଙ୍କ ଜୀବନ ପାଇଁ ବିପଦ ଅଛି । ସେଥିପାଇଁ ନିଜେ ସତର୍କ ହୁଅନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।