Fitness Tips- 40 ବର୍ଷ ବୟସ ପରେ ଫିଟ ରହିବା ପାଇଁ କରନ୍ତୁ ଏହି 10 ଜରୁରୀ କାମ

ସାଧାରଣ ଭାବରେ ବୟସ ବୃଦ୍ଧି ହେଲେ ଆପଣଙ୍କ ଶରୀରର ଚେହେରା ଓ ଆପଣଙ୍କ କ୍ଷମତା ଉପରେ ପ୍ରଭାବ ପଡିଥାଏ । ଏଥିପାଇଁ ଶରୀରକୁ ନିରୋଗ ରଖିବା ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡିଥାଏ । ଏହି ସମୟରେ ଶରୀରକୁ କିପରି ସୁସ୍ଥ ଓ ସବଳ ରଖିପାରିବେ ଏହି ବିଷୟରେ ଆଜି ଆମେ ଆପଣଙ୍କ ୧୦ ଟି ଉପାୟ କହିବୁ ।

୧- ୪୦ ବର୍ଷ ବୟସ ପରେ ଆମକୁ ଛୋଟ ଛୋଟ କଥାରେ କ୍ରୋଧ ଓ ଚିଡି ଛିଡା ପଣ ଆସିଥାଏ । ଏହା ସହ ବୁଦ୍ଧି ମଧ୍ୟ କମଜୋର ହୋଇଥାଏ । ଏଥିପାଇଁ ଯୋଗ, ପ୍ରାଣାୟମ, ବ୍ୟାୟାମ, ଧ୍ୟାନ ଓ ସଙ୍ଗୀତ କୁ ନିଜର ଦିନଚାର୍ଯ୍ୟ ରେ ସାମିଲ କରିବାକୁ ହେବ । ଏହା ସହ ଆପଣ ସେହି କାର୍ଯ୍ୟ କରନ୍ତୁ ଯେଉଁ କାମରେ ଆପଙ୍କୁ ଶାନ୍ତି ମିଳିବ ।

୨- ବୟସ ବୃଦ୍ଧି ସହ ଶରୀର ଭିଟାମିନ, କ୍ୟାଲସିୟମ, ଆଇରନ, ମିନେରାଲସ, ଆଣ୍ଟିଅକ୍ସୀଡ଼ାଣ୍ଟ ର ହ୍ରାସ ହୋଇଥାଏ । ଏଥିପାଇଁ ଭୋଜନରେ ଏହି ଭଳି ଖାଦ୍ୟ ସାମିଲ କରନ୍ତୁ ଯେଉଁଥିରୁ ଏହି ସବୁ ପୋଷକ ପଦାର୍ଥ ମିଳୁଥିବ ।

୩- ଏହି ସମୟ ରେ ଆପଣଙ୍କ ଶରୀର ସବୁ ଅଙ୍ଗ ଓ ମାଂସପେଶୀକୁ ବହୁତ ପରିଶ୍ରମ କରିବାକୁ ହୋଇଥାଏ । ଏଥି ପାଇଁ ଖାଦ୍ୟପେୟରେ ତାରତମ୍ୟ ରଖନ୍ତୁ ଯାହାଫଳରେ କି ଆପଣଙ୍କ ଲିଭର ସୁରକ୍ଷିତ ରହିବ ଓ ଶରୀରରୁ ବିଷାକ୍ତ ପ୍ରଦାର୍ଥ ବାହାରକୁ ବାହାରି ଯିବ ।

୪- ଆପଣ ଆପଣଙ୍କ ଖାଦ୍ୟରେ ଅତ୍ୟଧିକ ମସଲା ଯୁକ୍ତ ଓ ଟେଲକୁ କମାଇ ଦିଅନ୍ତୁ । ଯାହାଦ୍ୱାରା କି ଆପଣଙ୍କ ପାଚନ କ୍ରିୟା ଠିକ ରହିବ ଓ ଶରୀର ସବୁ ଅଙ୍ଗକୁ ବେଶୀ ପରିଶ୍ରମ କରିବାକୁ ନ ପଡୁ ।

୫- ଏହି ବୟସରେ ଆଣ୍ଟିଅକ୍ସିଡ଼ାଣ୍ଟ ଥିବା ଖାଦ୍ୟ ଖାଇବା ଉଚିତ । ଏଥି ପାଇଁ ସବୁଜ ପନି ପରିବା, ଜୁଶ, ସାଲାଡ଼, ଫଳ, ଗ୍ରୀନଟି ଆଦି ଖାଇବା ଉଚିତ ।

୬- ଅତ୍ୟଧିକ କ୍ରୋଧ ଓ ଚିନ୍ତାରୁ ଦୁରେଇ ରୁହନ୍ତୁ । ଏହା ସହ ଶାରୀରିକ ପରିଶ୍ରମ କରନ୍ତୁ । ଅପପନଙ୍କ ଦ୍ୱାରା ଯେତିକି ସମ୍ଭବ ହେବ ସେତିକି କରନ୍ତୁ ।

୭- ଗୋଟାଏ ଚଣା ଦାନା ଓ ଫଳକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ।

୮- ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଅମେଗା- ୩, ଅମେଗା- ୬, ଫେଟି ଏସିଡ ଯୁକ୍ତ ତେଲ ବ୍ୟବହାର କରନ୍ତୁ । ଏହା ଛଡା ବାଦାମ, ଅଲଶୀ, ରାଶି, ଚିନା ବାଦାମ ଓ ଅଖରତ ବ୍ୟବହାର କରନ୍ତୁ ଏଥିରେ ଅମେଗା-୩ ମିଳେ । ଏହା କୋଲେଷ୍ଟ୍ରୋଲ ମୁକ୍ତ ହୋଇଥାଏ ।

୯- ଏହି ସମୟରେ ଆପଣଙ୍କ ଦିନ ଚର୍ଯ୍ୟା ଓ ଅଭ୍ୟାସ ରେ ପରିବର୍ତନ କରନ୍ତୁ । ଏହି ସମୟରେ ଆନଙ୍କ ଶରୀର ଦୁର୍ବଳ ହୋଇଥାଏ ଏଥିପାଇଁ ଦିନ ଚର୍ଯ୍ୟରେ ପର୍ବରତ୍ନ କରି ନିଙ୍କୁ ସୁସ୍ଥ ରଖନ୍ତୁ ।

୧୦- ଘରେ ପ୍ରସ୍ତୁତ ହେଉଥିବା ପୌଷ୍ଟିକ ଶୁପ ଆପଣଙ୍କ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ । ଆପଣଙ୍କୁ ଭୋକ ଲାଗିଲେ ଏହାକୁ ଘରେ ଖାଇପାରିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।