ଯେଉଁ ପିତାଙ୍କୁ ୩ଟି ଝିଅ ହେଇଥିବାରୁ ତାନା ମାରୁଥିଲେ ଲୋକେ, ଆଜି IAS ହେଇସାରିଛନ୍ତି ସେହି ୩ ଜଣ ଝିଅ

UP ର ବାରେଲି ସହର ରେ ଆପଣ କୌଣସି ବ୍ୟକ୍ତି ଙ୍କୁ ଚନ୍ଦ୍ରସେନ ସାଗର ଙ୍କ ବିଷୟରେ ପଚାରିବେ ତେବେ ଲୋକ କହିବେ ଆଛା ସିଏ । ଯାହାର ୩ ଟି ଝିଅ ଅଫିସର୍ । ଚନ୍ଦ୍ରସେନ ସାଗର ନିଜେ ୧୦ ବର୍ଷ ବ୍ଲକ୍ ପ୍ରମୁଖ ରହିସାରିଚନ୍ତି । କିନ୍ତୁ ଝିଅମାନଙ୍କ ସଫଳତା ସାଗର ପରିବାର କୁ ଏକ ନୂଆ ପରିଚୟ ଦେଇଛି । ବର୍ତମାନ ସେ ନେତା ଠୁ ଅଧିକ IAS ଅଫିସର୍ ଙ୍କ ପିତା ନାମରେ ପ୍ରସିଦ୍ଧ ।

ବରେଲୀ ର ପୂର୍ବ ବ୍ଲକ୍ ପ୍ରମୁଖ ଙ୍କ ୩ ଟି ଝିଅ ଅର୍ଜିତ, ଅର୍ପିତ ଏବଂ ଆକୃତ୍ IAS ଅଫିସର୍ ହେଇଛନ୍ତି । ଚନ୍ଦ୍ରସେନ୍ କହିଛନ୍ତି କି ରାଜନୀତି ରେ ଥାଇ ମଧ୍ୟ ସେ କେବେ କାହାର ଖରାପ ଚିନ୍ତା କରିନାହାନ୍ତି ବୋଧ୍ ହୁଏ ସେଥିପାଇଁ ତାଙ୍କ ଝିଅ ମାନଙ୍କୁ ସଫଳତା ମିଳିଛି । ଝିଅ ମାନଙ୍କ ଠୁ ବେଶି ତାଙ୍କ ପାଠ ପଢା ର ଚିନ୍ତା ତାଙ୍କ ମାଆ ମୀନା ସାଗର ଙ୍କୁ ରହିଥାଏ । ମା ସବୁବେଳେ ତାଙ୍କ ସହିତ ପାଠ ପଢା ସମୟରେ ଥାନ୍ତି ଯେପରି କି ଝିଅଙ୍କୁ କିଛି ଅସୁବିଧା ନା ହେଉ । ୩ ଜଣ ଝିଅଙ୍କୁ IAS କରିବାରେ ମା ଙ୍କ ବହୁତ୍ ବଡ଼ ହାତ ରହିଛି । ମା ଝିଅ ମାନଙ୍କ ସହ ରହୁଥିଲେ ଏବଂ ପିତା ବରେଲି ରେ ଥାଇ ତାଙ୍କୁ ଉତ୍ସାହ କରୁଥିଲେ ।

ଚନ୍ଦ୍ରଶେନ ନିଜ ଝିଅ ମାନଙ୍କ ଉପରେ କେବେ ବି କୌଣସି ଜୋର୍ ପକାଇ ନହାନ୍ତି । ସେ ତାଙ୍କ ଝିଅ ମାନେ ଯେଉଁ କ୍ଷେତ୍ର ରେ କ୍ୟାରିୟର କରିବାକୁ ଚାହୁଁଥିଲେ ସେଥିରେ ବହୁତ୍ ସାହାଯ୍ୟ କରିଥିଲେ । ସେ କେବେ ମଧ୍ୟ୍ୟ ନିଜ ଝିଅ ମାନଙ୍କୁ କହିନାହାନ୍ତି କି ସେମାନେ ସିଭିଲ ସର୍ବିସ ପାଇଁ ପ୍ରସ୍ତୁତି କରନ୍ତୁ ବୋଲି । ଝିଅ ମାନେ ନିଜ ଇଛାରେ ଏହି କ୍ୟାରିୟର କୁ ବାଛିଛନ୍ତି ଏବଂ ସେମାନେ ଯାହା ହେବାକୁ ଚାହୁଁଥିଲେ ତାହା ହାସିଲ ମଧ୍ୟ୍ୟ କରିଛନ୍ତି ସେଥିପାଇଁ ସେ ବହୁତ୍ ଖୁସି ।

କଥାବାର୍ତ୍ତା ମଧ୍ୟରେ ଚନ୍ଦ୍ରସେନ ଭାବୁକ ହେଇ ପଡିଥିଲେ ଏବଂ କହିଥିଲେ ସମାଜ ରେ ଝିଅ ମାନଙ୍କୁ ସବୁବେଳେ ତଳୁଆ ଦେଖାଯାଏ । ଯେତେବେଳେ ଲଗାତାର ଝିଅ ହେଇଥିଲା ବାରମ୍ବାର ଲୋକ କହିଥିଲେ ଅଲଟ୍ରାସାଉଣ୍ଡ ରେ ଝିଅ ହେବାର ଜାଣିବା ପରେ ଆବରସନ କରିଦିଅ ନହେଲେ କେମିତି ସମ୍ଭାଳିବ ।

ଆମେ ସ୍ବାମୀ ସ୍ତ୍ରୀ କିନ୍ତୁ ଭାବିଥିଲୁ କି ଝିଅ ହେଉ ବା ପୁଅ କଣ୍ ଫରକ୍ ଅଛି । ଭଗଵାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ । ଆଜି ଆମେ ଆମ ନିଷ୍ପତି ଉପରେ ଗର୍ବ ମନେ କରୁଚୁ । ଯେଉଁ ଝିଅ କୁ ମାରିଦେବାକୁ ଲୋକ କହୁଥିଲେ ଆଜି ସେହି ଝିଅମାନଙ୍କ ପାଇଁ ମୋର ଇଜ୍ଜତ ବଢ଼ିଛି । ମୁଁ ଗର୍ବରେ ମୁଣ୍ଡ ଟେକି ଚାଲିପାରୁଚି । ଏସବୁ ଠାରୁ ଆଊ ଅଧିକ ଗୋଟେ ପିତା କଣ୍ ବା ଚାହିଁବ । ଏହା କହି ସେ ବହୁତ୍ ଖୁସି ବୋଲି ଜଣାଇଛନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।