ଫନି ପରେ ଭାରତରେ ବର୍ତ୍ତମାନ ବାତ୍ୟା ‘ବାୟୁ’ର ଆଲର୍ଟ, ଏହି ରାଜ୍ୟ ଉପରେ ରେ ପଡିବ ଅଧିକ ପ୍ରଭାବ

ଗତ କିଛି ଦିନ ତଳେ ବାତ୍ୟା ଫନିର ଭୟଙ୍କର ରୂପ ଆପଣମାନେ ସମସ୍ତେ ଦେଖିଲେ । ବର୍ତ୍ତମାନ ଆହୁରି ଏକ ବାତ୍ୟା ବାତ୍ୟା ଭାରତ ଆଡକୁ ଆସୁଛି । ଏହି ବାତ୍ୟାର ନାମ ବାୟୁ ଅଟେ । ବାତ୍ୟା ବାୟୁ ବହୁତ ଜଲ୍ଦି ଗୁଜୁରାଟ ଆଡକୁ ବଢୁଛି । ବର୍ତ୍ତମାନ ବାତ୍ୟା ବାୟୁର ବେଗ ୧୧୦ କିଲୋ ମିଟର ପ୍ରତି ଘଣ୍ଟା ଅଛି ବୋଲି କୁହାଯାଉଛି । ମୌସମ ବିଭାଗ ଅନୁସାରେ ଏହି ବାତ୍ୟା ୧୩ ଜୁନ ସକାଳେ ଗୁଜୁରାଟର ତଟରେ ପହଞ୍ଚିବ ।

ଯେଉଁ କାରଣରୁ ହାଈ ଅଲର୍ଟ ଜାରୀ କରାଯାଇଛି । ଏହା ଛଡା ବାତ୍ୟା ବାୟୁର ପ୍ରଭାବ ପାକିସ୍ତାନ ଉପରେ ବି ଦେଖିବାକୁ ମିଳିବ । ଯେଉଁ କାରଣରୁ ସେଠି ଗର୍ମୀର ପ୍ରକୋପ ପୂର୍ବ ଅପେକ୍ଷା ଅଧିକ ଦେଖିବାକୁ ମିଳିବ । ମୌସମ ବିଭାଗ ଅନୁସାରେ ବର୍ତ୍ତମାନ ବାୟୁ ଗୁଜୁରାଟରୁ ୬୫୦ କିଲୋମିଟର ଦୂରରେ ଅଛି । ବାତ୍ୟା ବାୟୁ କାରଣରୁ ପ୍ରଶାସନ ଗୁଜୁରାଟର ୩୨ ଟି ଗ୍ରାମକୁ ହାଈ ଅଲର୍ଟରେ ରଖିଛି । ଏହା ସହିତ ଲୋକମାନଙ୍କୁ ସତର୍କ ରହିବାକୁ ବି କୁହାଯାଇଛି । ବାତ୍ୟା ପାଇଁ ପୂର୍ବ ପ୍ରସ୍ତୁତି କୁ ନେଇ ଗୁଜୁରାଟର ପ୍ରଶାସନ ମାଗିଲା ଓଡିଶାର ସାହାଯ୍ୟ ।

ଗୁଜୁରାଟର କିଛି ଅଞ୍ଚଳରେ ହୋଇପାରେ ବର୍ଷା

ବାତ୍ୟା ବାୟୁ ସୌରାଷ୍ଟ୍ର ତଟରେ ଓଲହାଇବା କାରଣରୁ ଗୁଜୁରାଟର କିଛି ଅଂସରେ ବର୍ଷା ହୋଇ ପାରେ । ଯେଉଁଥିରେ ଅହମଦାବାଦ, ଗାନ୍ଧୀ ନଗର ଓ ରାଜକୋଟ ସମେତ ତଟବର୍ତୀ ଅଞ୍ଚଳରେ ବେରାବଲ ଭୁଜ ଓ ସୂରତ ଇତ୍ୟାଦି ସାମିଲ ଅଛି । ମୌସମ ବିଭାଗଙ୍କର କହିବା ଅଟେ କି ୧୨ ଜୁନ ଦକ୍ଷିଣ ଗୁଜୁରାଟ ଓ ମହାରଷ୍ଟ୍ରର ତଟବର୍ତୀ ଅଞ୍ଚଳରେ ୫୦ – ୬୦ କିଲୋମିଟରକୁ ନେଇ ୭୦ କିଲୋମିଟରର ପବନ ବହିବ ।

କିନ୍ତୁ ୧୩ ଜୁନରେ ଏହାର ରଫ୍ତାର ଆରବ ସାଗରରୁ ପାଖାପାଖି ଉତ୍ତରୀ ଅଞ୍ଚଳରେ ୧୧୦ – ୧୨୦ କିଲୋମିଟରରୁ ନେଇ ୧୩୫ କିଲୋମିଟର ହୋଇଯିବ । ଯେଉଁ କାରଣରୁ ବର୍ଷାର ସମ୍ଭାବନା ହୋଇଛି ।

୧୦ ବର୍ଷରେ କୌଣସି ବାତ୍ୟା ସିଧା ଗୁଜୁରାଟରେ ବାଜି ନାହିଁ

ମୌସମ ବିଭାଗ ଅନୁସାରେ ମାନିବା ତ ମନସୁନ ଆସିବା ପୂର୍ବରୁ ବାତ୍ୟା ତୁଫାନ ଗୁଜୁରାଟ ଆଡକୁ ବଢିଥାଏ, କିନ୍ତୁ ସିଧା ତାହା ସହିତ ବାଜେ ନାହିଁ । ଏହା ସହିତ ଗତ ୧୦ ବର୍ଷ ହେବ କୌଣସି ତୁଫାନ ଗୁଜୁରାଟର ସହ ସିଧା ବାଜି ନାହିଁ । ଆପଣଙ୍କୁ କହିଦେଛୁ ଯେ ଜୁନ ୨୦୧୦ରେ ଆସିଥିବା ବାତ୍ୟା ଫେଥ ଗୁଜୁରାଟର ପାଖପାଖି ଆସି ଓମାନ ଆଡକୁ ବଢି ଯାଇଥିଲା, କିନ୍ତୁ ଯେତେବେଳ ଫେରୁଥିଲା ସେତେବେଳ ଗୁଜୁରାଟକୁ ଡରାଇ ପାକିସ୍ତାନ ଆଡକୁ ଚାଲିଗଲା ।

ପାକିସ୍ତାନର ବାହାରିବ ଝାଳ :

ପାକିସ୍ତାନ ମୌସମ ବିଭାଗର ବିଦ୍ୟାନୀ ଅବ୍ଦୁର ରାଶିଦଙ୍କର କହିବା ଅଟେ କି ବାତ୍ୟା ବାୟୁର ପ୍ରଭାବ ପାକିସ୍ତାନୀ ତଟ ଉପରେ ଅଧିକ ନାହିଁ । କିନ୍ତୁ ଏହି କାରଣରୁ ଗର୍ମୀ ଅଧିକ ହୋଇପାରେ । ଆପଣଙ୍କୁ କହିଦେଛୁ ଯେ ୨୦୧୫ରେ ପାକିସ୍ତାନରେ ଭୟଙ୍କର ଗର୍ମୀ ପଡିଥିଲା, ଯେଉଁ କାରଣରୁ ସେଠି ପାଣିର ଅସୁବିଧା ବି ହୋଇଥିଲା ।

ଯଦି ଆପଣଙ୍କୁ ଆମର ଏଇ ଖବର ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।