Factory ରେ ଏମିତି ତିଆରି ହୋଇଥାଏ ଟ୍ରେନ ଓ ତା’ର ଚକ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଜୀବନରେ ଆପଣ କେବେ ନା କେବେ ଟ୍ରେନରେ ବସିଥିବେ କିମ୍ବା ଦେଖିଥିବେ । ନଚେତ କେଉଁ ନା କେଉଁ ଫିଲ୍ମରେ ନିଶ୍ଚୟ ଟ୍ରେନ ଦେଖିଥିବେ । ଲୁହାର ଧାରଣା ଉପରେ ଏହି ବିଶାଳକାୟ ଟ୍ରେନ ଅନେକ ଯାତ୍ରୀ ନେଇ ଯାଇଥାଏ । ଟ୍ରେନକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ଖୟାଲ ଆସିଥିବା କି ଏହା କିପରି ତିଆରି ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଦେଖାଇବୁ କି ଏତେ ବଡ ଟ୍ରେନ, ରେଳଧାରଣା ଓ ଏହାର ଚକା ସବୁ କେମିତି ତିଆରି ହୋଇଥାଏ ।

ଫ୍ୟାକ୍ଟରୀରେ ଷ୍ଟିଲର ବଡ ବଡ ସିଟ୍ ସବୁ ରହିଥାଏ, ଯାହାକୁ କଟରରେ କାଟି ୱେଲ୍ଡିଂ କରି ଟ୍ରେନର ବଗି ତିଆରି କରାଯାଏ । ବଗିର ସବୁ ପାର୍ଶ୍ଵକୁ ଅଲଗା ଲଗା ତିଆରି କରାଯାଏ ଓ ଏହାପରେ କ୍ରେନ ସାହାଯ୍ୟରେ ସବୁଗୁଡିକୁ ବହୁତ ଯତ୍ନର ସହକାରେ ୱେଲ୍ଡିଂ ଏବଂ ସ୍କୃ ସାହାଯ୍ୟରେ ଯୋଡି ଦିଆଯାଏ । ବଗି ତିଆରି ହେବା ପରେ ଏହାକୁ ପେଣ୍ଟ କରାଯାଏ । ଏହାପରେ ବଗିର ତଳଭାଗକୁ ପ୍ରସ୍ତୁତ କରାଯାଏ ।

ବଗୀର ତଳଭାଗରେ ସକର୍ ଓ ବ୍ରେକ ଆଦି ଲାଗିଥାଏ । ଏହାପରେ ଚକା ଲଗାଯାଏ ଓ କ୍ରେନ ଦ୍ଵାରା ଏହାକୁ ସିଧା କରାଯାଏ । ଏହା ପେଣ୍ଟ ହେବା ପରେ ବଗିର ତଲପଟେ ଲଗାଇ ଦିଆଯାଏ । ଏହାପରେ ଇଣ୍ଟେରିୟର ଡିଜାଇନରେ ବଗିର ଭିତର ସିଟ୍ ଥୁ ନେଇ ଟଏଲେଟ ପର୍ଯ୍ୟନ୍ତ ସବୁ କାମ କରାଯାଏ । ଏଥିରେ ଫ୍ଲୋରିଙ୍ଗ, ପ୍ୟାନେଲିଙ୍ଗ, ପାଣି ଓ ବିଜୁଳିର ସୁବିଧା, ହୋଲଡିଙ୍ଗ ବାର୍ ଆଦି ସବୁ କାମ କରାଯାଏ ।

ଏହାପରେ ୱେୟାର ହାଉସକୁ ଟେଷ୍ଟିଙ୍ଗ ପାଇଁ ପଠାଯାଏ ଓ ପାସ୍ ହେବା ପରେ ଏହାକୁ ଫାଇନାଲ ଟଚ୍ ଦିଆଯାଏ । ଏହିପ୍ରକାରେ ତିଆରି ହୋଇଥାଏ ଟ୍ରେନର ବଗି ସବୁ । ଟ୍ରେନ କେବଳ ରେଳଧାରଣା ଉପରେ ଚାଲିଥାଏ । ତେଣୁ ରେଳଧାରଣା ମଧ୍ୟ ତିଆରି କରିବାକୁ ପଡିଥାଏ । ଭାରତରେ ଅନେକ କମ୍ପାନୀ ରହିଛି ଯେଉଁମାନେ ରେଳଧାରଣା ବନେଇଥାନ୍ତି ।

ସେଗୁଡିକ ହେଉଛନ୍ତି ହିନ୍ଦୁସ୍ଥାନ ଇଞ୍ଜିନିୟରିଂ ଆଣ୍ଡ ଇଣ୍ଡଷ୍ଟ୍ରିସ୍ ଲିମିଟେଡ, ଜିନ୍ଦଲ ସ ଲିମିଟେଡ, ଭାରତ ୱାଗନ ଆଣ୍ଡ ଇଞ୍ଜିନିୟରିଂ କୋ ଲିମିଟେଡ । ପୂର୍ବରୁ ରେଳଧାରଣା ସବୁ ଲୁହାରେ ବନା ଯାଉଥିଲା । କିନ୍ତୁ ଏହାର କିଛି ଅପକାରିତା ମଧ୍ୟ ରହୁଥିଲା । ଟ୍ରେନ ବାରମ୍ବାର ଲୁହା ରେଳଧାରଣା ଦେଇ ଯିବା ହେତୁ ତାହା ଭାଙ୍ଗି ଯାଉଥିଲା କିମ୍ବା ଘଷି ହୋଇ ଯାଉଥିଲା ।

ଗରମ ଦିନେ ରେଳଧାରଣା ମଧ୍ୟ ତାତିବାରୁ ଏହା ଲମ୍ବି ଯାଇ ଆକାରରେ ପରିବର୍ତ୍ତନ ହୋଇ ଯାଉଥିଲା, ଯେଉଁଥି ପାଇଁ ଦୁର୍ଘଟଣା ଭୟ ଅଧିକ ରହୁଥିଲା । ସେଥିପାଇଁ ବର୍ତ୍ତମାନ ଷ୍ଟିଲ୍ ଆଲୟରେ ରେଳଧାରଣା ସବୁ ତିଆରି କରାଯାଉଛି । ରେଳଧାରଣା ତିଆରି କରିବା ଅଲଗା ଅଲଗା କମ୍ପାନୀ ଭିନ୍ନ ଭିନ୍ନ ପ୍ରକ୍ରିୟା ଆପଣେଇଥାନ୍ତି । କିଛି କମ୍ପାନୀ ଆଲୟକୁ ସିଧାସଳଖ ବାହାରୁ କିଣୁଥିବା ବେଳେ ଆଉ କିଛି କମ୍ପାନୀ ରିସାଇକେଲ ଷ୍ଟିଲର ବ୍ୟବହାର କରିଥାଏ ।

ଷ୍ଟିଲ ଆଲୟକୁ ଉଚ୍ଚ ତାପମାତ୍ରାରେ ତରଳାଇ ମେସିନ ସାହାଯ୍ୟରେ ଏହାକୁ ଆକାର ଦେଇ କାଟି କ୍ରେନ ସାହାଯ୍ୟରେ ରେଳଧାରଣା ପ୍ରସ୍ତୁତ କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।