ରାଜଧାନୀ ଭୁବନେଶ୍ବରରେ ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ରାଜ୍ୟରେ ହଲଚଲ ସୃଷ୍ଟି କରିଛି । ରାଜଧାନୀରେ ଲଗାତାର ସୁଇସାଇଡ ମାମଲା ଦେଖିବାକୁ ମିଳୁଥିବା ବେଳେ ଶ୍ଵେତା ମଧ୍ୟ ପ୍ରେମ ଓ ପ୍ରତାରଣାକୁ ନେଇ ଆତ୍ମହତ୍ୟା କରିଥିବା ତାଙ୍କ ଡାଏରୀରୁ ଜଣାପଡିଛି । ଏନେଇ ଶ୍ଵେତାଙ୍କ ଜଣେ ବନ୍ଧୁ ମଧ୍ୟ ଶ୍ଵେତାଙ୍କ ଭାଇଙ୍କୁ ବୟଫ୍ରେଣ୍ଡ ସୌମ୍ଯଜିତଙ୍କ ଅତ୍ୟାଚାର ବିଷୟରେ ତାଙ୍କୁ ସବୁକିଛି ଜଣାଇଛନ୍ତି ।
ଯାହାର ଅଡିଓ କଲ୍ ଏବେ ଭାଇରାଲ ହେବାର ଦେଖିବାକୁ ମିଳୁଛି । ସେହି ଅଡିଓ କଲ୍ ରେ ଶୁଣିବାକୁ ମିଳୁଛି କି, ଶ୍ଵେତାଙ୍କ ଭାଇ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କଲ୍ କରିଛନ୍ତି ଓ ଶ୍ଵେତା ଏବଂ ସୋମ୍ୟଜିତଙ୍କ ସମ୍ପର୍କ ବିଷୟରେ ସେ କିଛି ଜାଣିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ତେବେ ଶ୍ଵେତା ମୃତ୍ୟୁର କିଛିଦିନ ପୂର୍ବରୁ ଏବଂ ଏହା ପୂର୍ବରୁ ଆହୁରି ଅନେକ ଥର ସୋମ୍ୟଜିତଙ୍କ ବିଷୟରେ ତାଙ୍କୁ କହିଛନ୍ତି ଓ ସବୁକିଛି ଜାଣିଛନ୍ତି ବୋଲି ସ୍ପଷ୍ଟ ଜବାବ ଦେଉଛନ୍ତି ।
ଶ୍ଵେତା ଓ ସୌମ୍ୟଜିତ ବିଗତ ୪ ବର୍ଷ ହେଲା ପ୍ରେମ ସମ୍ପର୍କରେ ରହିଥିଲେ । ଶ୍ଵେତା ମେଧାବୀ ଛାତ୍ରୀ ଥିଲେ ଓ ଭଲ ଚାକିରି ମଧ୍ୟ ପାଇଥିଲେ । କିନ୍ତୁ ସୋମ୍ୟଜିତ ପାଠ ପଢୁଥିଲେ । ହେଲେ ଉଭୟ ଅନେକ ସମୟ ଧରି ଲିଭ ଇନ ରିଲେସନଶିପରେ ମଧ୍ୟ ରହୁଥିଲେ । ଶ୍ଵେତା ମାଆ ଭଳି ସୋମ୍ୟଜିତଙ୍କ କେୟାର ନେଉଥିଲେ ବୋଲି କହିଛନ୍ତି ତାଙ୍କ ବନ୍ଧୁ ।
ବେଡ୍ ରେ ଚାହା ବନେଇକି ନେଇ ଦେବା ଠାରୁ ଆରମ୍ଭ କରି ତାଙ୍କ ଏମବିଏ ଆସାଇନମେଣ୍ଟ କରିବା ପର୍ଯ୍ୟନ୍ତ ଶ୍ଵେତା ସବୁକିଛି କରୁଥିଲେ ସୋମ୍ୟଜିତଙ୍କ ପାଇଁ । ଏପରିକି ତାଙ୍କୁ ପକେଟ ମନି ବି ଦେଉଥିଲେ । ସୋମ୍ୟଜିତଙ୍କୁ ଏମବିଏ ପାସ କରେଇବା ପାଇଁ ଶ୍ଵେତା ନିଜ କ୍ଯାରିୟର କଥା ନଭାବି ସୋମ୍ୟଜିତଙ୍କ ପାଇଁ ସବୁକିଛି କରୁଥିଲେ । ହେଲେ ସୌମ୍ୟଜିତଙ୍କର ଆଗରୁ ବି ତିନୋଟି ଗାର୍ଲଫ୍ରେଣ୍ଡ ଥିଲେ ଏକଥା ସୋମ୍ୟଜିତ ଶ୍ଵେତାଙ୍କୁ କହି ନଥିଲେ ।
ଏମବିଏ ଶେଷ ହେବା ପରେ ସୋମ୍ୟଜିତ XIMB ଯାଇଥିଲେ ଓ ତା’ପରେ ହିନ ଶ୍ଵେତାଙ୍କୁ ଇଗନୋର କରିବା ଆରମ୍ଭ କରି ଦେଇଥିଲେ । ଶ୍ଵେତାଙ୍କ ବାପା ମଧ୍ୟ ବାହାଘର କଥା ପକେଇଥିଲେ ଓ ଅତିକମରେ ନିର୍ବନ୍ଧ କରିବାକୁ ଚେଷ୍ଟା କରିଥିଲେ । ହେଲେ ସୋମ୍ୟଜିତ ସେଥିରେ ମନ ଦେଇ ନଥିଲେ ଏବଂ ତାଙ୍କ ପରିବାର ମଧ୍ୟ ଶ୍ଵେତାଙ୍କ ପରିବାର ସହ ଦୁର୍ବ୍ୟବହାର କରିଥିଲେ ଏବଂ ସୋମ୍ୟଜିତଙ୍କ ପାଠପଢା ପାଇଁ ଟଙ୍କା ବି ଦାବି କରିଥିଲେ ।
ଏହି ସବୁ ବିଷୟକୁ ନେଇ ଦୀର୍ଘ ୬ ମାସ ଧରି ମାନସିକ ଭାବେ ଅବସାଦଗ୍ରସ୍ତ ଥିଲେ ଶ୍ଵେତା । କାରଣ ସେ ସୋମ୍ୟଜିତଙ୍କୁ ଖୁବ ଭଲ ପାଉଥିଲେ ଓ ତାଙ୍କ ପ୍ରତାରଣା ସହିବା ତାଙ୍କ ପାଇଁ କଷ୍ଟକର ଥିଲା । ଯାହାପରେ ସେ ବାଧ୍ୟ ହୋଇ ଜୀବନ ହାରିଦେଲେ ଓ ଏହୁସବୁ ଯନ୍ତ୍ରଣାରୁ ନିଜକୁ ମୁକ୍ତ କରିଦେଲେ ବୋଲି କହୁଛନ୍ତି ଶ୍ଵେତାଙ୍କ ବନ୍ଧୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।