Prakruti Mishra ଙ୍କୁ ସାବାଡ କରିବେ ତୃପ୍ତିଙ୍କ ଶାଶୁ Aparajita Mohanty, କଣ କହିଲେ ଦେଖନ୍ତୁ video

ଏବେ ପ୍ରକୃତି ମିଶ୍ରଙ୍କୁ ସାବାଡ କରିବେ ଅପରାଜିତା ମହାନ୍ତି । ଅପରାଜିତା କେବେବି ପ୍ରକୃତି ମିଶ୍ରଙ୍କ ନାଁ ସିଧାସଳଖ ଧରିନାହାନ୍ତି ହେଲେ ସବୁକିଛି ଜାଣିଥିଲେ । ପୁଅ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଥିଲା ଓ ସେହି ସମ୍ପର୍କ ପାଇଁ କିଭଳି ତାଙ୍କ ପରିବାରରେ ବାଦବିବାଦ ଲାଗି ରହୁଥିଲା ସବୁକିଛି ଜାଣିଥିଲେ ଅପରାଜିତା ମହାନ୍ତି । ଯାହାକି ଏକ ଗଣମାଧ୍ୟମ ସାକ୍ଷାତକାରରେ ଏଭଳି ତଥ୍ୟ ସେ ନିଜେ ଦେଇଥିଲେ ।

ସେ କହିଥିଲେ କି, ବାବୁଶାନ ପ୍ରାୟ ଦେଢ ବର୍ଷ ହେବ କେଉଁ ଏକ ଏଲଗା ଦୁନିଆକୁ ଚାଲିଯାଇଛି ସେଠାରୁ ଆଉ ଫେରୁନାହିଁ । ବାବୁଶାନ ଅନ୍ଯମନସ୍କ ରହିବା ସହ ବହୁ ଭୁଲଭଟକା କରୁଛି । ତାକୁ କେହି ଜଣେ ଅଭିନେତ୍ରୀ କବଜା କରିନେଇଛି, ଆଉ ସେ ତା କଥାରେ ଉଠ ବସ୍ ହେଉଛି । ଆଉ ତା’ କଥା ନ ଶୁଣିଲେ ସେ ବାବୁଶାନ ସହ ଜୋର ଜବରଦସ୍ତ କରୁଛି । ଏହିଭଳି ଅଭିଯୋଗ କରିଥିଲେ ମା ଅପରାଜିତା ମହାନ୍ତି ।

ଏହାକୁ ନେଇ ଘରେ ଦିନକୁ ଦିନ ବିବାଦ ବଢିବା ସହ ଏମିତି ଏକ ଦିନ ଆସିଲା ଯେଉଁଦିନ ତୃପ୍ତି ସ୍ଵାମୀ ବାବୁଶାନ ଓ ପ୍ରକୃତିଙ୍କୁ ଗୋଟିଏ କାର୍ ରେ ପାଇଥିଲେ । ଆଉ ପ୍ରକୃତିଙ୍କୁ ଯାଇ ସିଧାସଳଖ ଧକ୍କା ମାରିଥିଲେ ତୃପ୍ତି । ନିଜ ସୁନା ସଂସାର ଭିତରକୁ ବାବୁଶାନଙ୍କୁ ପୁଣି ଥରେ ଫେରାଇ ଆଣିବାକୁ ଚାହୁନଥିଲେ ତୃପ୍ତି । ଏହି ଘଟଣା ବହୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏପରିକି ପ୍ରକୃତି ମିଶ୍ର ପରେ ଯାଇ ତୃପ୍ତିଙ୍କ ନାଁରେ କେସ୍ ମଧ୍ୟ କରିଥିଲେ ।

ଦିନ ଗଡିବା ସହ ବାବୁଶାନ ଘରକୁ ଫେରିବା ସହ ନିଜ ଭୁଲ ସୁଧାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବାବୁଶାନଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି ପ୍ରକୃତି ମିଶ୍ର । ଯାହାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଓ ଜିଲ୍ଲା ଦୌରାଜଜ୍ କୋର୍ଟରେ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏବେ ଶୁଣିବାକୁ ମିଳୁଛି କି ସବୁ ବାଦବିବାଦ ପରେ ଅପରାଜିତାଙ୍କ ମୁହଁ ବନ୍ଦ କରିବେ ପ୍ରକୃତି ମିଶ୍ର । କାରଣ ସେ ଲଗାତାର ଦେଢରୁ ଦୁଇ ବର୍ଷ ଧରି ଏସବୁ ଘଟଣା ଦେଖି ଆସୁଥିଲେ ।

କିଭଳି ଭାବେ ତାଙ୍କ ପୁଅ ବାବୁଶାନ ନିଜକୁ ବରବାଦ କରୁଥିଲେ । ଅପରାଜିତା ଆରମ୍ଭରୁ ବୋହୂର ସାଥ ଦେଇଥିଲେ ଓ ଏବେବି ଦେବେ । ପ୍ରକୃତି ତୃପ୍ତିଙ୍କ ବିରୋଧରେ ୫କୋଟିର ମାନହାନି ମକଦ୍ଦମା ଦେଇଥିବା ବେଳେ ପ୍ରକୃତିଙ୍କୁ କେବଳ ଅପରାଜିତା ହିଁ ସାବାଡ କରିବେ ବୋଲି ଚର୍ଚ୍ଚା ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।